ଅନ୍ୟର ଗୃହକୁ ଯିବା ପରେ ଭୂଲରେ କରନ୍ତୁ ନାହିଁ ଏହି କାମ ।

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ । ସେ ତାଙ୍କ ନୀତି ରେ ଅନେକ କଥାମାନ କହିଛନ୍ତି ଯାହା ମାନବ ଜାତି ପାଇଁ ବହୁତ ଉପୋଯୋଗୀ ଅଟେ । ଆଚାର୍ଯ୍ୟ ଚାଣକ୍ୟ ଚାଣକ୍ୟ ନୀତି ରେ କହିଛନ୍ତି ଯଦି ଗୃହକୁ କୌଣସି ଅତିଥି ଆସନ୍ତି ତେବେ କିଛି ନିୟମ ପାଳନ କରିବା ଉଚିତ । ଆଜି ଆମେ ଜାଣିବା କାହାର ବି ଗୃହକୁ ଯିବା ସମୟରେ କଣ ସବୁ ଭୁଲ କରିବା ଉଚିତ ନୁହେଁ ।

1- ରାଜା ଓ ପ୍ରଜା : ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେଉଁ ରାଜା ଙ୍କ ଠାରେ ନିଜ ପ୍ରଜା ମାନଙ୍କର ସୁରକ୍ଷା ଦେବାର ସାମର୍ଥ୍ୟ ନ ଥାଏ । ସେଭଳି ରାଜା ଙ୍କୁ ଛାଡି ଦେବା ଉଚିତ । ଯଦିଓ ରାଜା ଦୟାଳୁ ଓ ଭଲ ପ୍ରକୃତିର ହୋଇଥାନ୍ତି ତେବେ ମଧ୍ୟ ଯେଉଁ ରାଜା ନିଜ ପ୍ରଜା ଙ୍କୁ ରକ୍ଷା କରିବାର ସାମର୍ଥ୍ୟ ନ ଥାଏ । ସେପରି ରାଜା ଙ୍କୁ ପ୍ରଜା ଛାଡି ଚାଲି ଯାଇଥାନ୍ତି ।

2- ପକ୍ଷୀ ଓ ଶୁଖିଲା ଗଛ : ଆଶଚାର୍ଜ୍ୟ ଚାଣକ୍ୟ କହିଛନ୍ତି ଯେ ଯେବେ କୌଣସି ଗଛ ଶୁଖିଯାଏ ଓ ଏହାର ପତ୍ର ସବୁ ଝଡି ଯାଏ ଓ ଫଳ ହୁଏ ନାହିଁ । ତେବେ ସେଭଳି ଗଛରେ ପକ୍ଷୀ କେବେ ବି ରୁହନ୍ତି ନାହିଁ । କାହିଁକି ନା ପକ୍ଷୀ ମାନେ ସେହି ସୁଖୀ ଯାଇଥିବା ଗଛକୁ ତ୍ୟାଗ କରନ୍ତି । ଯଦିଓ ଅନେକ ଦିନ ଧରି ସେହି ଗଛ ସେମାନଙ୍କୁ ଫଳ ଓ ଛାଇ ଦେଇଥିଲା ତେବେ ବି ପକ୍ଷୀ ମାନେ ଗଛ ଶୁଖିଗଲେ ତାହାକୁ ତ୍ୟାଗ କରିଥାନ୍ତି ।

3- ଅତିଥି ଓ ଗୃହସ୍ଥ : ଆଶ୍ଚର୍ଯ୍ୟ ଚାଣକ୍ୟ କହିଛନ୍ତି ଯେପରି ପ୍ରଜା ସାମର୍ଥ୍ୟହୀନ ରାଜା ଙ୍କୁ ଓ ସୁଖୀ ଯାଇଥିବା ଗହକୁ ପକ୍ଷୀ ମାନେ ତ୍ୟାଗ କରିଥାଏ । ସେହିପରି ଅତିଥି ମାନଙ୍କୁ ତାଙ୍କ କାମ ସରିଯିବା ପରେ ତୁରନ୍ତ ସେମାନଙ୍କ ଘର ଛାଡି ଦେବା ଆବଶ୍ୟକ ଅଟେ । ଅତିଥି ହୋଇ କୌଣସି ସ୍ଥାନରେ କିଛି ସମୟ ପାଇଁ ରହିବା ଉଚିତ । କିନ୍ତୁ ନିର୍ଲଜ ହୋଇ ଗୃହସ୍ଥ ରେ ଥିବା ବ୍ୟକ୍ତିଙ୍କର ଫାଇଦା ଉଠାଇ ମଜା ଉଠାଇବା ଠିକ ନୁହେଁ ।

ନିର୍ଲଜ ଓ ନିସଙ୍କୋଚ ହୋଇ ଅନ୍ୟ କାହାରି ଘରେ ରହିବା ଅଶୋଭନୀୟ ଅଟେ । ଯେଉଁ ବ୍ୟକ୍ତି ଏମିତି କରିଥାନ୍ତି ସେମାନଙ୍କର ସମ୍ମାନ ହାନି ହୋଇଥାଏ । ଏପରି ଲୋକଙ୍କୁ ଭବିଷ୍ୟତରେ ଗୃହରେ ରଖିବାକୁ ଲୋକେ ପସନ୍ଦ କରି ନ ଥାନ୍ତି । ଏଣୁ ଚାଣକ୍ୟ ନୀତି ଅନୁଯାୟୀ କାହାର ଗୃହକୁ ଅତିଥି ହୋଇ ଯିବା ସମୟରେ ନିଜ କାର୍ଯ୍ୟ କୁ ଜଲ୍ଦି ସମ୍ପନ୍ନ କରି ସେହି ସ୍ଥାନ ତୁରନ୍ତ ପରିତ୍ୟାଗ କରିବା ଉଚିତ । ଏମିତି କରିବା ଦ୍ଵାରା ବନ୍ଧୁ ବାନ୍ଧବ ଙ୍କ ଘରେ ସମ୍ମାନ ବଢିଥାଏ । ଓ ବ୍ୟକ୍ତି କୁ ସମସ୍ତେ ସମ୍ମାନ ଦ୍ରୁଷ୍ଟି ରେ ଦେଖିଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *