ଏହି ଫୁଲ ଧନକୁ ଚୁମ୍ବକ ପରି ଟାଣିଥାଏ, ବାସ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଅପରାଜିତା ଫୁଲ ଦେଖିଥିବେ । ଏହାର ଅର୍ଥ ଯିଏ କେବେ ହାରି ନାହିଁ ବା ଯାହାର କେବେ ବି ପରାଜୟ ହୋଇ ନ ଥାଏ । ଏହାର ଅନ୍ୟ ଏକ ନାମ ଏଉଛି ନୀଳକଣ୍ଠ ଯାହା ମହାଦେବଙ୍କର ଏନି ଏକ ନାମ ଅଟେ । ଅପରାଜିତା ମା ଦୂର୍ଗାଙ୍କର ମଧ୍ୟ ନାମ ଅଟେ । ଅପରାଜିତା ଫୁଲ ଶିବ ଓ ଶକ୍ତିଙ୍କ ସ୍ୱରୂପ ଅଟେ । ଭାରତର ପ୍ରତେକ ଜାଗାରେ ଏହି ଫୁଲ ଦେଖିବାକୁ ମିଳିଥାଏ ।

ଏହି ଫୁଲର କିଛି ପ୍ରୟୋଗ ଦ୍ଵାରା ମଣିଷର ସବୁ ଦୁଖ ଦୁର୍ଦ୍ଦଶା ଦୂର ହେବ ସହ ଧନର ଅଭାବ ହୁଏ ନାହିଁ । ଆସନ୍ତୁ ଜାଣିବା ଅପରାଜିତା ଫୁଲର ଚମତ୍କାରୀ ଗୁଣ ବିଷୟରେ । ଅପରାଜିତା ଫୁଲ ଭଗବାନ ଶିବ, ଗଣେଶ, କାର୍ତ୍ତିକ, ହନୁମାନ, ଶନିଦେବଙ୍କ ସହ ଲକ୍ଷ୍ମୀ ନାରାୟଣଙ୍କର ମଧ୍ୟ ପ୍ରିୟ ଅଟେ । ଘରେ ରୋଜଗାରର ବୃଦ୍ଧି ପାଇବା ପାଇଁ ଏହି ସବୁ ଉପାୟ ଗୁଡିକ ନିଶ୍ଚୟ କରନ୍ତୁ ।

1- ଘରର ନଜର ଦୋଷ ଦୂର କରିବା ସହ ଧନର ଆଗମନ କରାଇଥାଏ ଏହି ଉପାୟ ଟି । ଶନିବାର ଦିନ ଅପରାଜିତା ଫୁଲର ମାଳା ଟି କରି ଘରର ମୁଖ୍ୟଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହାଦ୍ବାରା ଘରୁ ନେଗେଟିଭ ଶକ୍ତି ଦୂର ହୋଇଥାଏ ଓ ପଜେଟିଭ ଊର୍ଜାର ପ୍ରବେଶ ହୋଇଥାଏ । ଏହି ମାଳା କୁ ହନୁମାନ ଜି ଙ୍କୁ ଅର୍ପଣ କରି ଘରେ ଟାଙ୍ଗିଲେ ଘରର ନଜର ଦୋଷ ଦୂର ହୁଏ ।

2- କରଜ ମୁକ୍ତି ଓ ଧାର ପ୍ରାପ୍ତ ପାଇଁ ଶନିବାର ଓ ସୋମବାର ଦିନ 5ଟି ଅପରାଜିତା ଫୁଲକୁ ନଦୀରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାମ କରିବା ବେଳେ କାହାକୁ ଜଣାଇବେ ନାହିଁ ବା କଥା ହେବେ ନାହିଁ । ଏହା ଦ୍ଵାରା ଧନର ସମସ୍ଯା ଦୂର ହୋଇଥାଏ । ଏହି ଉପାୟକୁ 5 ସପ୍ତାହ ଯାଏଁ ନିଶ୍ଚୟ କରନ୍ତୁ । ନୂଆ କାର୍ଯ୍ୟ ଓ ଉନ୍ନତିର ସବୁ ବାଟ ଖୋଲିଯାଏ ।

3- ଯଦି ଆପଣ ମନ ପସନ୍ଦର ଚାକିରି ଟି ଚାହୁଁଛନ୍ତି ତେବେ ମା ଦୂର୍ଗା ବା ପାର୍ବତୀ ଙ୍କୁ ପ୍ରତିଦିନ 11ଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଯେବେ ଯାଏଁ ଆପଣଙ୍କର ଇଚ୍ଛା ପୂରଣ ନ ହୋଇଛି ଏହି ଉପାୟ ଟି କରନ୍ତୁ । ନଚେତ 9 ଦିନ ବା 21ଟି ମଙ୍ଗଳବାର ଏହି ଉପାୟ କରନ୍ତୁ ।

4- ଧନର ସମସ୍ଯା ଦୂର କରିବା ପାଇଁ ଶନିବାର ଦିନ ଅପରାଜିତା ଫୁଲ ହନୁମାନ ଜି ଙ୍କୁ ଅର୍ପଣ କରି ଗୋଟେ ଫୁଲ ଆଣି ନିଜ ପର୍ସ ରେ ରଖନ୍ତୁ । ଏହା ଦ୍ଵାରା ଧନର ଅଭାବ କେବେ ବି ହେବ ନାହିଁ ।

5- ଯଦି ଆପଣଙ୍କ ଦୋକାନ ବା ବ୍ୟବସାୟରେ ଉନ୍ନତି କରିବାକୁ ଚାହୁଁଛନ୍ତି ତେବେ ପ୍ରତି ସୋମବାରରେ ଧଳା ବସ୍ତ୍ର ପରିଧାନ କରି ଅପରାଜିତା ଫୁଲକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହାଦ୍ବାରା ଧନ ପ୍ରାପ୍ତିର ଯୋଗ ଖୋଲିଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *