ଜୀବନରେ କିଛି ନା କିଛି ସମସ୍ଯା ରହିଥାଏ । କିଛି ସମସ୍ଯା ଅଳ୍ପ ବାଧା ଦେଇ ଯାଇଥାଏ ତ ଆଉ କିଛି ସମସ୍ଯା ଭୟଙ୍କର ହୋଇ ଆସିଥାଏ । ବିଶ୍ବରେ ବର୍ଷକୁ ୪ରୁ ୫ ଥର ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ଲାଗିଥାଏ । ୨୦୨୩ ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲ ,ଗୁରୁବାର ,ଓ ଦ୍ଵିତୀୟ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବର ,ଶନିବାର କୁ ଲାଗୁଛି । ୨୦୨୩ ପ୍ରଥମ ଚନ୍ଦ୍ର ଗ୍ରହଣ ମଇ ୫, ଶୁକ୍ରବାର ଓ ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ୨୯ ଅକ୍ଟୋବର ,ଶନିବାର ରେ ଲାଗୁଛି ।
ଏହି ୨୦ ଏପ୍ରିଲ ରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ବୈଶାଖ ପୁର୍ଣିମା ରେ ବହୁତ ପରିବର୍ତନ ଆଣିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚନ୍ଦ୍ର ଗ୍ରହଣ ସମୟରେ ଗ୍ରହ ଓ ନକ୍ଷେତ୍ର ମାନଙ୍କର ଅବସ୍ତାନରେ ବହୁତ ବଡ ପରିବର୍ତ୍ତନ ହୋଇଥାଏ । ଏହି ୨୦୨୩ ରେ ମଇ ମାସ ବୈଶାଖ ପୁର୍ଣିମା ଦୀର୍ଘ ୧୫୧ ବର୍ଷ ପରେ ଘଟିବାକୁ ଯାଉଛି । ଏହି ଚନ୍ଦ୍ର ଗ୍ରହଣ ରେ ୧୨ଟି ରାଶି ମଧ୍ୟରୁ ୪ଟି ରାଶି ବହୁତ ସାବଧାନରେ ରହିବେ । ସେହି ରାଶି ଗୁଡିକ ହେଉଛି ମିଥୁନ ରାଶି ,ସିଂହ ରାଶି ,ତୁଳା ରାଶି ଓ ମକର ରାଶି ବହୁତ ସତର୍କ ରହିବାକୁ ପଡିବ ।
ଚନ୍ଦ୍ର ଗ୍ରହଣ ଲାଗିବା ସମୟରେ ବାହାରକୁ ବାହାରିବେ ନାହିଁ । ଗର୍ଭବତୀ ମହିଳା ମାନେ ବିଲକୁଲ ବି ବାହାରକୁ ବାହାରିବେ ନାହିଁ । ବାହାରକୁ ବାହାରିବା ବା ଚନ୍ଦ୍ରର ଛାୟା ପଡିବା ଦ୍ଵାରା ଗର୍ଭବତୀ ର ଶିଶୁକୁ ଶାରୀରିକ ଦୋଷ ଲାଗିଥାଏ ।ଯାହା ଭବିଷ୍ୟତରେ ବହୁତ ବଡ ସମସ୍ଯା ସୃଷ୍ଟି କରିଥାଏ । ଗର୍ଭବତୀ ସମୟରେ କୌଣସି ଜିନିଷ କାଟିବା ,ସିଲେଇ କରିବା ମନା ହୋଇଥାଏ । ଏହାର ପ୍ରଭାବ ସିଧା ସଳଖ ଗର୍ଭରେ ଥିବା ଶିଶୁ ଉପରେ ପ୍ରଭାବ ପକାଇଥାଏ । ଏହି ସମୟରେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ।
ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ଯ ରାନ୍ଧନ୍ତୁ ନାହିଁ । କୌଣସି ରନ୍ଧା ହୋଇଥିବା ଖାଦ୍ଯ ଗ୍ରହଣ କରନ୍ତୁ ନାହିଁ । ଏହି ସମୟରେ ଖାଇବା ଦ୍ଵାରା ଆମ ଶରୀର ଉପରେ କୁପ୍ରଭାବ ପକାଇଥାଏ । ଏହି ସମୟରେ ପେଟ ଖାଲି ରହିବା ଭଲ । ଯଦି ବହୁତ ଭୋକ ଲାଗୁଛି ତ ଶୁଖିଲା ଖାଦ୍ଯରେ ତୁଲସୀପତ୍ର ପକାଇ ଖାଇପାରିବେ । ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ ।ଏହା ଦ୍ଵାରା ପରିବାରରେ ବହୁତ ଅନିଷ୍ଟ ହୋଇଥାଏ । ଚନ୍ଦ୍ର ଗ୍ରହଣ ସମୟରେ କୌଣସି ଦେବୀ ଦେବତାଙ୍କୁ ପୂଜା କରନ୍ତୁ ନାହିଁ ।
ଏହା କରିବା ଦ୍ଵାରା ଗୃହରେ ଦରିଦ୍ରତା ଲାଗି ରହିଥାଏ ।ଏହି ଚନ୍ଦ୍ର ଗ୍ରହଣ ସମୟରେ ଅରନ୍ନ ଦାନ କରିଲେ ଶରୀରରେ କୌଣସି ରୋଗ ହୋଇନଥାଏ । ଗ୍ରହଣ ସମୟରେ କାହା ସହ କଥା ହେବ ଉଚିତ ନୁହେଁ । କେବଳ ଭଗବାନଙ୍କୁ ସ୍ମରଣ କରିବା ଉଚିତ । ଏହି ସମୟରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଏହି ସମୟରେ ନକରାତ୍ମକ ଶକ୍ତି ପ୍ରଭାବ ଅଧିକ ରହିଥିବା ହେତୁ ସମଓୟର୍କରେ ବହୁତ ସମୟ ଦେଖାଦେଇଥାଏ ଓ ଏହାର କୁପ୍ରଭାବ ସନ୍ତାନ ଉପରେ ପଡିଥାଏ । ଏହି ଚନ୍ଦ୍ର ଗ୍ରହଣ ସମୟରେ ଏହି ଚାରୋଟି ରାଶି ଏହିସବୁ ନିୟମ ମଣିବା ଉଚିତ । ଏହା କରିବା ଦ୍ଵାରା ଯାହା ଆସୁଥିବା ବିପଦ ଟଳିଯିବ ।