ବାସ୍ତୁ ଅନୁସାରେ ଘରର ଠାକୁର ଘର କେଉଁ ଦିଗରେ ହେବ ? Thakura Ghara Vastu

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବି ଗୃହରେ ଠାକୁର କେଉଁ ଦିଗକୁ ହେବା ଉଚିତ । କେମିତି ହେବା ଦରକାର, ଘରର କେଉଁ କୋଣରେ ହେବା ଦରକାର, ପୂଜା ଘରର ରଙ୍ଗ, କବାଟ କେମିତି ହେବା ଦରକାର । ଠାକୁର କେଉଁ ସ୍ଥାନରେ ବସିବା ଉଚିତ ଏବଂ କେଉଁ ଦିଗକୁ ମୁହଁ କରିବା ଉଚିତ । ଠାକୁର ଘରେ କଣ କଣ ହେବା ଦରକାର ଓ କଣ ନ କରିବାକୁ ବାରଣ କରାଯାଇଛି । ଆସନ୍ତୁ ବିସ୍ତାର ରୂପେ ଜାଣିବା ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠାକୁର ଘର ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ହେବା ଶୁଭ ଅଟେ । ଏହାର କୌଣସି ବିକଳ୍ପ ନାହିଁ । ଯଦି ଏହି ଦିଗରେ ଠାକୁର ଘର କରିବାକୁ ବ୍ୟବସ୍ଥା ନାହିଁ ତେବେ ସାମାନ୍ୟ ଉତ୍ତର ବା ପୂର୍ବ ଦିଗକୁ କରି ହେବ । ଶୋଇବା ଘରେ ପୂଜା ଘର କରିବା ଉଚିତ ନୁହେଁ । ଯଦି ଠାକୁରଙ୍କୁ ରଖିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ମଣ୍ଡପ ବା ଆସ୍ଥାନ କରିବା ଉଚିତ ।

ପୂଜା ପରେ ଠାକୁରଙ୍କୁ ପରଦାରେ ଢାଙ୍କି ଦିଅନ୍ତୁ । ପୂଜା ଘରର କବାଟ ଉତ୍ତର-ପୂର୍ବ ଦିଗକୁ ରହିବା ଉଚିତ । କବର ଦୁଇ ଫାଳିଆ ହେବା ଉଚିତ । ପୂଜା ଘରର କବାଟ ଲୁହା, ଟିଣ, ଗ୍ରୀଲ ନ କରିବା ଉଚିତ । ସବୁବେଳେ କାଠର କବାଟ କରିବା ଉଚିତ । ପୂଜା ଘରର ବନ୍ଧା 4 କାଠ ବିଶିଷ୍ଟ ହେବା ଆବଶ୍ୟକ । କାରଣ ଏହାକାଉ ଚଉକାଠ କୁହାଯାଏ ।

ଠାକୁର ଘରର କବାଟ ଆପେ ଆପେ ଖୋଲିବା ବା ବନ୍ଦ ହେବା କ୍ଷତିକାରକ ହୋଇଥାଏ । ଘରେ ମୂର୍ତ୍ତି ପୂଜାର ବ୍ୟବସ୍ଥା ନ କରି ଫୋଟୋ ପୂଜା କରିବା ଉଚିତ । ଯଦି ମୂର୍ତ୍ତି ପୂଜା କରାଯାଏ ତେବେ 6 ଆଙ୍ଗୁଳୀରୁ ଛୋଟ ହେବା ଉଚିତ । ଘରେ ମା କାଳୀ, ମହାଦେବ, ନୃସିଙ୍ଘ ମୂର୍ତ୍ତି ନିଷେଧ କରାଯାଏ । ଘରେ ବାହାରେ ଉତ୍ତର-ପୂର୍ବ କୋଣରେ ମୂର୍ତ୍ତି ସ୍ଥାପନ କରାଯିବା ଉଚିତ ।

ଠାକୁରଙ୍କ ଫୋଟୋକୁ କାନ୍ଥକୁ ଲଗାଇବା ଅନୁଚିତ । ପୂଜା ଘରେ ଫୋଟୋ ବା ମୂର୍ତ୍ତି ଉତ୍ତର-ପୂର୍ବ କୋଣରେ ରଖିବା ଉଚିତ । ପୂଜା ଘରର କବତର ସାମନାରେ ଠାକୁର ଫୋଟୋ ରଖିବା ଅନୁଚିତ । ଠାକୁରଙ୍କ ବସିବା ସ୍ଥାନକୁ ମାର୍ବଲ କରାଯିବା କିନ୍ତୁ ମେଜିଆ ମାର୍ବଲା କରିବା ଅନୁଚିତ । ଠାକୁରଙ୍କ ଫୋଟୋର ମୁହଁ ପଶ୍ଚିମା ମୁହାଁ ହେବ ଉଚିତ ।

କେବଳ ମନ୍ଦିରରେ ଠାକୁରଙ୍କ ମୁହଁ ପୂର୍ବ ଦିଗକୁ ହେବା ଉଚିତ । ଗୃହରେ ପୂଜା କରିବା ସମୟରେ ଡାହାଣ ପାଖରେ ଠାକୁରଙ୍କୁ ରଖିକି ବ୍ୟକ୍ତି ଉତ୍ତର ଦିଗକୁ ମୁହଁ କରି ପୂଜା କରିବା ଉଚିତ । ପୂଜା ଘରେ ବ୍ୟାୟମ, ପ୍ରାଣାୟମ କରିବା ଅନୁଚିତ । ହୋମ କୁଣ୍ଡ ରଖିଲେ ସେହି ଘରର ଦକ୍ଷିଣ-ପୂର୍ବ ଏହବା ଉଛି । ପୂଜା ଘରର ଛାତ ପିରାମିଡ ହେବା ଭଲ । ପୂଜା ଘରର ଆଲମାରି ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲଗାଇ ରଖିବା ଉଚିତ । ଠାକୁର ଘରେ ଟଙ୍କାପଇସା ରଖିବା ଅନୁଚିତ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *