ବାଛନ୍ତୁ ମନ ପସନ୍ଦର ଗଣେଶ ଙ୍କୁ ଓ ଜାଣନ୍ତୁ ନିଜର ଭବିଷ୍ୟତ-Personality Test

ବନ୍ଧୁଗଣ ଭଗବାନ ଗଣେଶ ଙ୍କର ଅନେକ ନାମ ରହିଅଛି । ଯେପରି ବାଲା ଗଣପତି, ଏକାକ୍ଷର, ଏକଦନ୍ତ, ଗଜାନନ ଭଳି 108 ଟି ନାମ ରହିଛି । ଆଜି ଆମେ ଚର୍ଚ୍ଚା କରିବା ଭଗବାନ ଗଣେଶଙ୍କର 3ଟି ନାମ ର । ଆପଣଙ୍କ ପାଇଁ ରହିଛି 3ଟି ଗଣେଶ ଙ୍କ ଚିତ୍ର । ଯଥା ଏକଦନ୍ତ, ଗଜାନନ ଓ ଗଣପତି । ଆପଣଙ୍କୁ ଏହି 3ଟି ଫୋଟୋ ମଧ୍ୟରୁ ଯେ କୌଣସି ନାମ ବାଛିବାକୁ ପଡିବ । ଏହା ଆପଣଙ୍କ ଭବିଷ୍ୟତକୁ ନେଇ କିଛି ସଂକେତ ପ୍ରଦାନ କରିବ । ତେବେ ବାଛି ନିଅନ୍ତୁ କୌଣସି ଏକ ଭଗବାନଙ୍କ ନାମ ଓ ଜାଣନ୍ତୁ ନିଜର ଭବିଷ୍ୟତ ।

1- ଯଦି ଆପଣ ଏକଦନ୍ତ ନାମ କୁ ବାଛିଛନ୍ତି ତେବେ ଆପଣ ପଣ୍ଡିତଙ୍କ ସହ ଯୋଗାଯୋଗ କରି ଜାତକ ବିଚାର କରାଇ ନିଅନ୍ତୁ । ମନ୍ଦ ଦଶା କାରଣରୁ ମାଣିକ ରତ୍ନ ଧାରଣ କରନ୍ତୁ । ଆପଣ ଗୋଟେ କାର୍ଯ୍ୟ କରୁଛନ୍ତି ତଥାପି ଅନ୍ୟ ଏକ କାର୍ଯ୍ୟ ରେ ମୁଣ୍ଡ ଖର୍ଚ୍ଚ କରୁଛନ୍ତି । ଏଥିରେ ମନ୍ଦ ଫଳର ସମ୍ଭାବନା ଅଧିକ ରହୁଛି । ଗ୍ରହ ମାନଙ୍କର ସ୍ଥିତି କିଛି କ୍ଷେତ୍ରରେ ଆପଣଙ୍କୁ ଅଶୁଭ ଫଳ ଦେଉଛନ୍ତି । ଗ୍ରହର ଆଧାରରେ ଏହି ସବୁ ସମସ୍ୟାକୁ ସମାଧାନ କରିପାରିବେ । ଆପଣଙ୍କ ପାଇଁ ଭଲ ହେବ କେବେ ବି କାହାର ଅନିଷ୍ଟ ଚିନ୍ତା କରନ୍ତିନି । ମାତା ପିତାଙ୍କ ଆଶୀର୍ବାଦ ରହୁଛି । ପିତା ମାତାଙ୍କର ସେବା ବା ଦାନ ଧର୍ମ କରନ୍ତୁ ।

2- ଆପଣଙ୍କୁ ଭଗବାନ ଗଣେଶଙ୍କର ଦ୍ଵିତୀୟ ଫୋଟୋ ଟି ପସନ୍ଦ ଆସିଥିଲେ ଆପଣଙ୍କ ମନରେ ଭବିଷ୍ୟତକୁ ନେଇ ବଡ ଯୋଜନା ଚାଲୁଅଛି । ଏହା ଆଗକୁ ସଫଳ ମଧ୍ୟ ହେବ । ଏହି ବିଷୟରେ କାହାକୁ କୁହନ୍ତୁ ନାହିଁ । ଧନ ସମ୍ପତି ବିଳମ୍ବ ରେ ପ୍ରାପ୍ତ ହେବ । ସମୟ ଆସିଲେ ଧନ ସମ୍ପତି ର ଅଭାବ ରହିବନି । ଆପଣ କର୍ମ କରି ଚାଲନ୍ତୁ । ଅନେକ ଦିନରୁ ପଡିଥିବା ମାଙ୍ଗଳିକ କାର୍ଯ୍ୟ ଏବେ ଚାଲୁ ହେବ । ସନ୍ତାନ ଙ୍କୁ ନେଇ ଚିନ୍ତା କରନ୍ତୁନି । ଛୋଟ ଛୋଟ ପିଲାଙ୍କୁ ଉପହାର ସ୍ୱରୂପ କିଛି ଖେଳଣା ବା ମିଠା ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଜୀବନରେ ଅନେକ ଶୁଭ ସମ୍ଭାବନା ଆପଣ ଦେଖି ପାରିୟବେ । ଆପଣ କୃଷ୍ଣ ଙ୍କର ଲୀଳା ଘରେ ଅନୁଷ୍ଠାନ କରନ୍ତୁ ।

3- ଆପଣଙ୍କୁ ତୃତୀୟ ଗଣେଶ ଙ୍କ ଚିତ୍ର ଟି ପସନ୍ଦ ଆସିଥିଲେ କୌଣସି ବି କ୍ଷେତ୍ରରେ ଆଗକୁ ଯିବା ସମୟରେ ଆପଣ ଅଧିକ ଚିନ୍ତା ବିଚାର କରନ୍ତି । ଏଥିପାଇଁ ଆପଣ ଜୀବନରେ ପଛରେ ରହି ଯାଇଥାନ୍ତି । କିନ୍ତୁ ଏହାର ସୁଫଳ ମଧ୍ୟ ପାଇଅଥାନ୍ତି । ସଦା ସର୍ବଦା ସୁରକ୍ଷିତ ଭାବେ ରହିଥାନ୍ତି । ଯେଉଁ ବି କାମରେ ହାତ ଦେଇଥାନ୍ତି ସେହି କାମକୁ ସଫଳ ନ କରିବା ପାଇଁ ବସନ୍ତି ନାହିଁ । କାରଣ ଆପଣଙ୍କର ଜିଦି ସ୍ଵଭାବ ପଣଙ୍କୁ ଜୀବନରେ ଉଚ୍ଚ ସ୍ଥାନକୁ ନେଇଯାଏ । ଆପଣଙ୍କ ମନରେ ଥିବା ଦୁଶ୍ଚିନ୍ତା କୁ ତ୍ୟାଗ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *