ଭାଗ୍ୟଶାଳୀ ସ୍ତ୍ରୀ ମାନଙ୍କର ଏହି ସ୍ଥାନରେ ଥାଏ ତିଳ ଚିହ୍ନ, ଆପଣଙ୍କର ଅଛି କି ? ସାମୁଦ୍ରିକ ଶାସ୍ତ୍ର

ନମସ୍କାର ବନ୍ଧୁଗଣ । ବାସ୍ତୁ ଶାସ୍ତ୍ର ଅନୁସାରେ ମଣିଷ ଶରୀରରେ ଭିନ୍ନ ଭିନ୍ନ ଅଙ୍ଗ ଅଛି । ଶରୀରର କିଛି ଅଙ୍ଗକୁକୁ ନେଇ ଶାସ୍ତ୍ର ଅନୁସାରେ ଆର୍ଥିକ ଓ ସାମାଜିକ ସ୍ଥିତି କଣ ରହିବା ତାହା ଜଣା ଯାଇଛି । ବନ୍ଧୁଗଣ ମନୁଷ୍ୟ ଶରୀରରେ ତିଳ ଚିହ୍ନ ରହିବାକୁ ଆମେ ସାମାନ୍ଯ କଥା କହିଥାଉ । କିଛି ତିଳ ଜନ୍ମ ହେବା ସମୟରେ ଥାଏ ତ ଆଉ କିଛି ବୟସ ବଢିବା ପରେ ହୋଇଥାଏ । କିଛି ଲୋକଙ୍କର ତିଳ କଳା ରଙ୍ଗର ହୋଇଥିଲା ବେଳେ ଆଉ କିଛି ଲୋକଙ୍କର ତିଳ ନାଲି ରଙ୍ଗର ହୋଇଥାଏ । ଶରୀରର ଅଲଗା ଅଲଗା ଜାଗାରେ ତିଳ ଥାଏ ।

ସେହି ଜାଗାରେ ତିଳ ରହିବା ଦ୍ଵାରା ଅନେକ ଅନେକ କଥା ସୁଚାଇଥାଏ । ଆସନ୍ତୁ ଜାଣିବା କେଉଁ ରଙ୍ଗର ତିଳ କେଉଁ ଜାଗାରେ ରହିଲେ କଣ ହୋଇଥାଏ ଆସନ୍ତୁ ଜାଣିବା । ଯଦି ଆପଣଙ୍କର ଆଇବ୍ରୋ ମଝିରେ ତିଳ ଥିବ ତାହାଲେ ଆପଣ ବହୁତ ବୁଦ୍ଧିମାନ ବ୍ୟକ୍ତି ହୋଇଥିବେ । ନିଜ ବୁଦ୍ଧି ଦ୍ଵାରା କାର୍ଯ୍ୟ ହାସଲ କରିବେ । ସମସ୍ତ କାର୍ଯ୍ୟ ରେ ଲାଭବାନ ହେବେ । ଆପଣଙ୍କର ଧନର ଅଭାବ ହେବ ନାହିଁ । 2ରେ ଯଦି ଆପଣଙ୍କର ମଥାର ଡାହାଣ ପାଖରେ ତିଳ ଥାଏ ତା ହେଲେ ଆପଣଙ୍କର ଶୁଭ ହୋଇଥାଏ । କିନ୍ତୁ ବାମପଟ ମଥାରେ ତିଳ ରହିବା ଅଶୁଭ ହୋଇଥାଏ ।

ଏହି ବ୍ୟକ୍ତିଙ୍କୁ ବହୁତ ଦୁଖରେ ଜୀବନ କାଟିବାକୁ ପଡିଥାଏ । ସବୁ ସ୍ଥାନରୁ ନିରାଶ ହୋଇଥାନ୍ତି ।  ଯଦି ଆପଣଙ୍କର ମଥା ଉପରେ ତିଳ ଥାଏ ତାହେଲେ ଆପଣ ବହୁତ ଭାଗ୍ଯବାନ ହୋଇଥାନ୍ତି । କୌଣସି ଜିନିଷରେ ଅଭାବ ହୋଇନଥାଏ । ଯଦି ଆପଣଙ୍କର ଓଠ ଉପରେ ତିଳ ଥାଏ ତାହେଲେ ତା ହେଲେ ଏହା ଶୁଭ ହୋଇଥାଏ । ଯଦି ସ୍ତ୍ରୀ ଲୋକଙ୍କ ଶରୀରରେ ବାମ ପଟରେ ଓ ପୁରୁଷ ଲୋକଙ୍କ ଶରୀରରେ ଡାହାଣ ପଟରେ ତିଳ ଥାଏ ତାହାଲେ ତାହାକୁ ଶୁଭ ବୋଲି କୁହାଯାଇଥାଏ । ଯଦି ଗୋଟେ ସ୍ତ୍ରୀର ବାମ ପଟ ଗାଲରେ ତିଳ ଥାଏ ତାହାକୁ ଶୁଭ କୁହାଯାଏ ସେହି ସ୍ତ୍ରୀ ଲୋକ ବିବାହ ପରେ ପୁତ୍ର ସନ୍ତାନ ଜାତ କରିଥାଏ ।

ଯଦି ଗୋଟେ ସ୍ତ୍ର୍ରୀ ଲୋକର ବାମ ପଟ ନାକରେ ତିଳ ଥାଏ ତାହେଲେ ସେହି ସ୍ତ୍ରୀ ଲୋକ ବିବାହ ପରେ ବହୁତ ଖୁସିରେ ରହିଥାଏ । ଯଦି ଡାହାଣ ପଟ ନାକରେ ତିଳ ଥାଏ ତାହାଲେ ସେହି ବ୍ୟକ୍ତି ବହୁତ କମ ପରିଶ୍ରମ ରେ ଅଧିକ ଲାଭ ହୋଇଥାଏ । ଯଦି ଆପଣଙ୍କର ଓଠ ତଳେ ତିଳ ଥାଏ ତାହାକୁ ଶୁଭ କୁହାଯାଇଥାଏ ।

ଯଦି ଆପଣଙ୍କର ବାମ ଆଖି ଉପରକୁ ତିଳ ଥାଏ ତା ହେଲେ ଆପଣ ବହୁତ ରୋମାଣ୍ଟିକ ହୋଇଥାନ୍ତି । ଯଦି ଆପଣଙ୍କର ହାତ ପାପୁଲିରେ ତିଳ ଥାଏ ତାହେଲେ ଆପଣ ଜାଣିବେ  ଆପଣଙ୍କୁ ବହୁତ ଧନ ମିଳିବ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମଣିଷ ଶରୀରରେ ଯଦି 12ଟି ରୁ ଅଧିକ ତିଳ ଥାଏ ତାହାକୁ ଅଶୁଭ କୁହାଯାଇଥାଏ । ତାହେଲେ ବନ୍ଧୁଗଣ ଜାଣିଲେ ତ ଶରୀରରେ କେଉଁ ଜାଗାରେ ତିଳ ରହିଲେ ଶୁଭ ହୋଇଥାଏ ।

Leave a Reply

Your email address will not be published. Required fields are marked *