ମୃତ୍ୟୁ ର 24 ଘଣ୍ଟା ପରେ ଆତ୍ମା କାହିଁକି ନିଜ ଘରକୁ ଫେରିଥାଏ ? ଜାଣି ନିଅନ୍ତୁ ଏହାର ରହସ୍ୟ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ଆମ ଧରାପୃଷ୍ଠରେ ଜନ୍ମ ଗ୍ରହଣ କରୁଥିବା ସମସ୍ତ ପ୍ରାଣୀ ଅମର ହୋଇନ ଥାନ୍ତି । ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ହେଇଥାଏ । କିନ୍ତୁ ମରିବାର ୨୪ ଘଣ୍ଟା ଭିତରେ ଆତ୍ମା ଘରକୁ କଣ ପାଇଁ ଆସେ ଓ ଏହା କେତେ ଦିନ ପର୍ଯ୍ଯନ୍ତ ରହିଥାଏ ଏହି ବିଷୟରେ ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗରୁଡ ପୁରାଣ ରେ ଲେଖା ଅଛି ଯଦି ଗୋଟେ ଲୋକର ମୃତ୍ୟୁ ହେଉଛି ତା ହେଲେ ତାହାର ଆତ୍ମାକୁ ନେବା ପାଇଁ ଯମଦୂତ ଆସିଥାନ୍ତି ।

ତାଙ୍କ ଆତ୍ମାକୁ ଯମପୁର ନେଇ ତାଙ୍କର ପୂଣ୍ୟ ଓ ପାପର ହିସାବ କରି ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ତାଙ୍କ ଆତ୍ମାକୁ ଘରେ ଛାଡି ଦିଅନ୍ତି । ଏହା ପରେ ତାଙ୍କର ଆତ୍ମା ତାଙ୍କ ଘରେ ଘୂରି ବୁଲେ ତାଙ୍କୁ କେହିବି ଦେଖି ପାରନ୍ତି ନାହିଁ । କି ପାଟି କଲେ ଜାଣି ପାରନ୍ତି ନାହିଁ । ଗରୁଡ ପୁରାଣରେ ଲେଖାଯାଇଛି କି ମରିବା ପରେ ଗୋଟେ ବ୍ୟକ୍ତି ତାହାର ଆତ୍ମା ନିଜର ପରିବାର ଲୋକ କାନ୍ଦୁଥିବାର ଦେଖି ସେହି ଆତ୍ମା ମଧ୍ୟ ବହୁତ ମନ ଦୁଖ କରିଥାଏ । କିନ୍ତୁ ତାକୁ କେହି ଦେଖି ପାରନ୍ତି ନାହି କି ଜାଣି ପାରନ୍ତି ନାହିଁ । ବନ୍ଧୁଗଣ ଗୋଟେ ଲୋକର ଯଦି ମୃତ୍ୟୁ ହେଉଛି ତା ହେଲେ ତାହାର ଆତ୍ମା ୧୩ ଦିନ ପର୍ଯ୍ୟନ୍ତ ଘରେ ରହିଥାଏ ।

୧୩ ଦିନ ଯାଏଁ ତାଙ୍କର ପିଣ୍ଡ ଦାନ କରା ଯାଏ । ଏହା କରିବା ଦ୍ଵାରା ମୃତ୍ୟୁ ବ୍ୟକ୍ତିର ଯମପୁର ଯିବାକୁ ଶକ୍ତି ପାଇଥାଏ । ଓ ତାହାର ଆତ୍ମା ଯମପୁର ଚାଲି ଯାଇଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏକ ମୃତ ବ୍ୟକ୍ତିର ୧୩ ଦିନ ଯାଏଁ ହେଉଥିବା ପିଣ୍ଡଦାନ ତାହାର ବର୍ଷକର ଆହାର ହୋଇଥାଏ । ଆପଣ ମାନେ ଭାବୁଥିବେ ଯଦି ଗୋଟେ ବ୍ୟକ୍ତିର ପିଣ୍ଡ ଦାନ ନ ହୁଏ  ତା ହେଲେ କଣ ହେବ । ଗରୁଡ ପୂରାଣ ରେ ଲେଖା ଅଛି ଯଦି କୌଣସି ବ୍ୟକ୍ତିର ପିଣ୍ଡ ଦାନ ନ ହୁଏ ତା ହେଲେ ତାହାର ଆତ୍ମାକୁ ଯମଦୁତ ୧୩ ଦିନ ଆସି ଘୋଷାଡ଼ି ଘୋଷାଡ଼ି ନେଇଯାନ୍ତି ।

ଏହା କରିବା ଦ୍ଵାରା ମୃତ ଲୋକକୁ ବହୁତ କଷ୍ଟ ହୋଇଥାଏ । ତେଣୁ ହିନ୍ଦୁ ଧର୍ମ ଅନୁସାରେ ଗୋଟେ ମୃତୁ ଲୋକର ପିଣ୍ଡ ଦାନ ୧୩ ଦିନ ଯାଏଁ କରା ଯାଇଥାଏ । ଗରୁଡ ପୁରାଣରେ ଲେଖା ଯାଇଛି ଯଦି ମୃତୁ ବ୍ୟକ୍ତିର ୧୩ ଦିନ ପିଣ୍ଡ ଦାନ ଯଦି କରଜ କରି କରାଯାଇଥାଏ ତା ହେଲେ ତାଙ୍କର ଆତ୍ମାକୁ ଶାନ୍ତି ମିଳେ ନାହିଁ । ଯଦି କୌଣସି ବ୍ୟକ୍ତି ମୃତ୍ୟୁ ପୂର୍ବରୁ ଦାନ ଧର୍ମ କରନ୍ତି ତା ହେଲେ ତାଙ୍କୁ ଯମପୁର ରେ ମୃତୁ ଲୋକକୁ ପଠା ଯାଇଥାଏ । ଯିଏ ଜୀବନରେ ଖରାପ କାର୍ଯ୍ୟ କରିଥାନ୍ତି ମୃତ୍ୟୁ ପରେ ତାଙ୍କୁ ଯମପୁରରେ ବହୁତ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତା ହେଲେ ବନ୍ଧୁଗଣ ଆପଣ ଜାଣିଲେ ତ କେତେ ଦିନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିର ଆତ୍ମା ଘରେ ରହିଥାଏ ।

Leave a Reply

Your email address will not be published. Required fields are marked *