ଭୁଲରେ ବି ଘରର ଚାବିକାଠି କୁ ଏହି ଜାଗାରେ ରଖନ୍ତୁ ନାହିଁ , ଜାଣନ୍ତୁ ଚାବିକାଠି ରଖିବାର ସଠିକ ଜାଗା ବିଷୟରେ

ବନ୍ଧୁଗଣ ମହିଳା ମାନଙ୍କ ହାତରେ ଚାବିକାଠି ରହିଥାଏ । ଘର ସମ୍ଭାଳିବାର ଦାୟିତ୍ଵ ମହିଳାଙ୍କ ହାତରେ ରହିଥାଏ । ତେଣୁ ସେମାନେ ଘରର ସବୁ ଚାବି କୁ ଏକାଠି କରି ରଖିଥାନ୍ତି । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହି ଚାବିକାଠି କୁ ସମ୍ଭାଳି ରଖିବାର ବିଶେଷ ସ୍ଥାନ ଓ ନିୟମ ରହିଛି । ଯାହାକୁ ଆପଣାଇଲେ ଘରେ କେବେ ବି ଟଙ୍କା ପଇସାର ଖର୍ଚ୍ଚ ହୋଇ ନ ଥାଏ ।

ଯଦି ଭୁଲ ସ୍ଥାନରେ ଚାବିକାଠି ରଖାଯାଏ ତେବେ ଟଙ୍କା ପଇସା ମାମଲାରେ ଅନେକ ସମସ୍ଯା ହୋଇଥାଏ । ଘରେ ଅଭାବ ଅନଟନ ଦେଖାଯାଏ । ଆଜି ଆମେ ଜାଣିବା ଘରର ଚାବି ରଖିବାର ସ୍ଥାନ କେଉଁଠି ଶୁଭ ଓ ଅଶୁଭ ହୋଇଥାଏ । ମହିଳା ମାନଙ୍କର ଅଣ୍ଟା ରେ ଚାବି ରହିବା ଶୁଭ ହୋଇଥାଏ । ପ୍ରାଚିନ କାଳରେ ମହିଳା ମାନେ ଚାବିକାଠି କୁ ନିଜ ଅଣ୍ଟା ରେ ରଖୁଥିଲେ । ଏହାକୁ ମଧ୍ୟ ଶୁଭ ମାନାଯାଏ ।

ଏମିତି ମହିଳାଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଓ ସବୁ ଇଚ୍ଛା ମା ଲକ୍ଷ୍ମୀ ପୂର୍ଣ୍ଣ କରିଥାନ୍ତି । ତକିଆ ତଳେ ଭୁଲରେ ବି ଚାବିକାଠି ରଖିବା ଉଚିତ ନୁହେଁ । ପ୍ରାୟ ଲୋକ ମାନେ ଘରର ଚାବିକୁ ତକିଆ ଟେକ ରଖିଥାନ୍ତି । କିନ୍ତୁ ଏହା ଅଶୁଭ ହୋଇଥାଏ । ତକିଆ ତଳେ ରଖିଲେ ଟଙ୍କା ପଇସା କେବେ ବି ସ୍ଥିର ହୋଇ ରୁହେ ନାହିଁ । ଅଯଥା ଟଙ୍କା ଖର୍ଚ୍ଚ ହୋଇଥାଏ ।

ସମସ୍ତଙ୍କର ନଜର ପଡୁଥିବା ସ୍ଥାନରେ କେବେ ବି ଚାବି ରଖିବା ଉଚିତ ନୁହେଁ । ଘରର ଡ୍ରଇଙ୍ଗ ରୁମ ରେ ଚାବି ରଖିବା ଅନୁଚିତ । ସବୁବେଳେ ଚାବି କୁ ଲୁଚାଇ ରଖନ୍ତୁ । ବାଥରୁମ କାନ୍ଥରେ ଭୁଲରେ ବି ଚାବି ଟାଙ୍ଗିବା ଉଚିତ ନୁହେଁ । ଏମିତି କରିବା ଦ୍ଵାରା ଚନ୍ଦ୍ରମାଙ୍କର ଅଶୁଭ ଦୃଶି ପଡିଥାଏ । ଯାହା ଫଳରେ ଟଙ୍କା ପଇସା ବ୍ୟୟ ହୋଇଥାଏ । ଶୋଇବା ଘରର ଉତ୍ତର ଦିଗର କାନ୍ଥରେ ଚାବି ଟାଙ୍ଗିବା ଶୁଭ ହୋଇଥାଏ ।

ଘରର ଯେ କୌଣସି ଚାବି ଉତ୍ତର ଦିଗରେ ଟଙ୍ଗାଇଲେ ଶୁଭ ହୋଇଥାଏ । ଏହା ଦ୍ଵାରା କେବେ ବି ଧନର ଅଭାବ ହୁଏ ନାହିଁ । ତେବେ ଜାଣିଲେ ତ ଘରର କେଉଁ ଜାଗାରେ ଚାବି ରଖିବା ଉଚିତ ଓ ଅନୁଚିତ ହୋଇଥାଏ । ଯଦି ଆପଣ ମାନେ ଏହି ଭୁଲ କରୁଛନ୍ତି ତେବେ ଏହାକୁ ବନ୍ଦ କରି ଦିଅନ୍ତୁ । ନଚେତ ଆପଣଙ୍କ ଘରେ ସବୁବେଳେ ଟଙ୍କା ପଇସାର ଅଭାବ ଲାଗି ରହିବ ।

ତେଣୁ ଏହି ସବୁ କଥା ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ପଡିଥାଏ । ଯାହା ଦ୍ଵାରା ଘରେ ଧନ ସମ୍ପତିର ଅଭାବ ହୋଇ ନ ଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *