ଧନତେରସ ଦିନ ଘରକୁ କେଉଁ କେଉଁ ଜିନିଷ ଆଣିବା ଉଚିତ ହୋଇଥାଏ ?

ବନ୍ଧୁଗଣ ପ୍ରତେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ର ତ୍ରୟୋଦଶ ତିଥିକୁ ଧନତେରସ ପାଳନ କରାଯାଏ । ଏହି ବର୍ଷ 10 ନଭେମ୍ବରେ ରେ ପଡୁଛି ଧନତେରସ ପର୍ବ । ଧନତେରସ ପୂଜାର ଶୁଭ ମୂହୁର୍ତ୍ତ 6:20 ମିନିଟରୁ ଆରମ୍ଭ ହେବ ଯାହା କି ରାତି 8:20 ମିନିଟ ଯାଏଁ ରହିବ । ଏହି ଦିନ କିଛି ଜିନିଷ କିଣି ଆଣିଲେ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଘର ପାଇଁ ସୁନା ଚାନ୍ଦି, ବାସନ କିଣିବାର ଶୁଭ ମୂହୁର୍ତ୍ତ ହେଉଛି ଦ୍ଵିପହର 2:35 ମିନିଟ ରୁ ସଂଖ୍ୟା 6:40 ଯାଏଁ ରହିବ ।

ଏହି ଦିନ ନ କିଣିପାରିଲେ 11 ନଭେମ୍ବର ଦ୍ଵିପହର 1:57 ମିନିଟ ଯାଏଁ କିଣି ପାରିବେ । ଆଜି ଆମେ ଜାଣିବା ଏହି ଦିନ କେଉଁ କେଉଁ ବସ୍ତୁ କିଣିବା ଉଚିତ ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । 1- ପଦ୍ମ ଫୁଲ ମଞ୍ଜି : ପଦ୍ମ ଫୁଲ ମଞ୍ଜି ର ମାଳା ମା ଲକ୍ଷ୍ମୀ ଙ୍କୁ ବହୁତ ପସନ୍ଦ ହୋଇଥାଏ । କମଳ ବୀଜ ମା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ହୋଇଥାଏ ।

ଧନତେରସ ଦିନ ମା ଲକ୍ଷ୍ମୀଙ୍କୁ 5ଟି କମଳ ବୀଜ ଅର୍ପଣ କରନ୍ତୁ । ଏହା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହେବ । ସର୍ବଦା ନିରୋଗ ରହିବେ । ଏହି ଦିନ କଇଁଛ ମୁଦି ଚାନ୍ଦିରେ ତିଆରି କରି ଅନାମିକା ଆଙ୍ଗୁଳି ରେ ପିନ୍ଧାଯାଏ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ । ଚାନ୍ଦି ର ନ କିଣି ପାରିଲେ ପିତଳର କିଣି ପାରିବେ ।

2- ମା ଲକ୍ଷ୍ମୀ ଓ ଗଣେଶଙ୍କ ଫୋଟୋ : ଏହି ଦିନ ମା ଲକ୍ଷ୍ମୀ ଓ ଗଣେଶ ଜୀ ଙ୍କ ଫୋଟୋ ଘରକୁ ନେଇ ଆସନ୍ତୁ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ ।

3- ମୟୂର ପର : ଏହି ଦିନ ମୟୂର ପର ନିଶ୍ଚୟ କିଣି ଆଣନ୍ତୁ । ଏହାକୁ ଘରର ମୁଖ୍ୟ ଦ୍ଵାରା ବା ଭଗବାନ କୃଷ୍ଣ ଙ୍କ ମୂର୍ତ୍ତି ପାଖରେ ଲଗାଇ ଦିଅନ୍ତୁ । ଏହା ଦ୍ଵାରା ଧନର ବର୍ଷା ହେବ ।

4- ଶଙ୍ଖ : ଧନତେରସ ଦିନ ଶଙ୍ଖ ଘରକୁ ନେଇ ଆସନ୍ତୁ । ଶଙ୍ଖ କୁ ବହୁତ ଶୁଭ ମାନା ଯାଇଥାଏ ।

5- ମା ଲକ୍ଷ୍ମୀଙ୍କ ଚରଣ ପାଦୁକା : ଏହାକୁ ଆଣି ପୂଜା ସ୍ଥାନରେ ବା ମା ଲକ୍ଷ୍ମୀ ଙ୍କ ସମୁଖରେ ରଖନ୍ତୁ । ଧନତେରସ ଦିନ ଏହାକୁ ଆଣି ଘରେ ସ୍ଥାପନ କରିଲେ ମଙ୍ଗଳ ହୋଇଥାଏ ।

6- ପଦ୍ମ ଫୁଲ : ଏହି ଦିନ ପଦ୍ମ ଫୁଲ ନେଇ ଆସନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ବହୁତ ଖୁସି ହୁଅନ୍ତି । ଏହି ଦିନ ଯେଉଁ ବି ଜିନିଷ ଆଣିବେ ତାହାକୁ ଦୀପାବଳି ଦିନ ନିଶ୍ଚୟ ପୂଜା କରନ୍ତୁ । ଅନେକ ଲୋକ ଗାଡି କିଣିଥାନ୍ତି । ଗାଡି କିଣନ୍ତୁ କି ଅନ୍ୟ କିଛି ଯାହା ବି ଆଣିବେ ତାହାକୁ ନିଶ୍ଚୟ ପୂଜା କରନ୍ତୁ । ଧନତେରସ ବ ଦୀପାବଳି ଦିନ ଅଳ୍ପ ଧନିଆ ଆଣନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *