ବିଧବା ନାରୀଙ୍କୁ କାହିଁକି ପିନ୍ଧାଯାଏ ଧଳା ଶାଢୀ ? କଣ ଅଛି ଏହା ପଚାର ରହସ୍ୟ?

ନମସ୍କାର ବନ୍ଧୁଗଣ ଆମ ସମାଜ ରେ ଗୋଟେ ସ୍ତ୍ରୀର ସ୍ଵାମୀ ମରିଗଲା ପରେ ସେ ହୋଇଯାଏ ବିଧବା, ତା ଜୀବନର ସମସ୍ତ ସୁଖକୁ ସେ ହରାଇ ଦିଏ । ଧଳା ଶାଢୀ  ପିନ୍ଧି ସାରା ଜୀବନ ପାଇଁ ନିଜ ଜୀବନରୁ ରଙ୍ଗକୁ ଦୂରେଇ ଦିଏ । ନିଜ ଖୁସିର ଜଳାଞ୍ଜଳି ଦେଇଦିଏ, ଗୋଟେ ବିଧବା ପାଇଁ ସମାଜ ରେ ବହୁତ କାମରେ ବାରଣ ଥାଏ । ଆଜି ଆସନ୍ତୁ ଜାଣିବା କାହିଁକି ଗୋଟିଏ ବିଧବା ସାରା ଜୀବନ ପାଇଁ ଧଳା ଶାଢୀ ପରିଧାନ କରି ବଞ୍ଚିଥାଏ ସେ ବିଷୟରେ ଜାଣିବା ।

ବିବାହିତା ମହିଳାର ଦିତୀୟ ନାମ ହେଉଛି ସଧବା, ନିଜର ସ୍ଵାମୀ ହିଁ ତା ପାଇଁ ସାତ ଜନ୍ମର ସାଥି ପାଲଟି ଯାଏ । ଗୋଟେ ସ୍ତ୍ରୀ ହିଁ ନିଜ ସ୍ଵାମୀ କୁ ମଲା ମୁହଁ ରୁ ଫେରେଇ ଆଣିପାରେ । ଗୋଟେ ସ୍ତ୍ରୀ ର ଭାଗ୍ୟ ସାରା ଜୀବନ ପାଇଁ ତା ସ୍ଵାମୀ ସହିତ ହି ଦେଖା ଯାଏ ।

ସ୍ତ୍ରୀ ଲକ୍ଷ୍ମୀ ମା ଙ୍କ ସଦୃଶ ହୋଇଥାଏ ,ଯାହା ପାଦ ପଡିଲେ ଘରକୁ ଶାନ୍ତି, ଶୃଙ୍ଖଳା, ଖୁସି ଆସିଥାଏ । ସ୍ଵାମୀର ହାତ ରେଖାରେ ସ୍ତ୍ରୀର ଭାଗ୍ୟ ଜଡିତ ଥାଏ । ଗୋଟିଏ ଘରର ସବୁ କିଛି ଗୋଟେ ମହିଳାର ନିର୍ଦେଶ ରେ ହିଁ ଚାଳିତ ହୋଇଥାଏ । ଘରର ପୁରୁଷ ଲୋକ ବାହାରକୁ ଯାଇଥାନ୍ତି କାମ ପାଇଁ ଓ ମହିଳା ମାନେ ଘର କାର୍ଯ୍ୟ ସମ୍ଭାଳି ଥାନ୍ତି, କିନ୍ତୁ ଆଜିକାଲି , ମହିଳା ପୁରଷ ଉଭୟ ବାହାରେ କାମ କରୁଛନ୍ତି ।

ବେଦ, ଶାସ୍ତ୍ର, ମହାଭାରତ, ରାମାୟଣ କାହିଁ କେତେ କାଳରୁ ଗୋଟିଏ ନାରୀ ହିଁ ସବୁ ବେଳେ ପୀଡା ପାଇ ଆସିଛି ଏବଂ ସହି ଆସିଛି । ସୁହାଗ ର ସମ୍ବନ୍ଧ ମଙ୍ଗଳ ଗ୍ରହ ସହ ରହିଛି କାହିଁକି ନା ମଙ୍ଗଳ ର ସମ୍ବନ୍ଧ ରକ୍ତ ସହ ରହିଛି, ମହିଳା ମାନେ ଘରର ମଙ୍ଗଳ କାମନା କରନ୍ତି ତେଣୁ ସେମାନେ ଲାଲ ରଙ୍ଗର ଶାଢୀ ଓ ସିନ୍ଦୁର ପିନ୍ଧନ୍ତି ।

ତେଣୁ ଯେତେବେଳେ ସୁହାଗ ବା ସ୍ଵାମୀର ମୃତ୍ୟୁ ହୋଇଥାଏ ସ୍ତ୍ରୀକୁ ଲାଲ ରଙ୍ଗକୁ ପରିତ୍ୟାଗ କରିଥାନ୍ତି । ଚନ୍ଦ୍ରମା କେବେ ନିଜ କୁ ବଦଳାଇ ନଥାଏ ତେଣୁ ଗୋଟେ ସ୍ତ୍ରୀକୁ ଚନ୍ଦ୍ରମା ଭଳି ଧଳା ବସ୍ତ୍ର ପରିଧାନ କରି ରହିବାକୁ ପଡିଥାଏ କାହିଁକି ନା ସେ ତା ପତୀବ୍ରତା ଧର୍ମ କୁ ନଷ୍ଟ କରିବାକୁ ଚାହେଁ ନାହିଁ । ଭାବିନିଏ କି ନିଜ ଭାବନାକୁ ନିଜ ଆୟତ ରେ ରଖି, ଶାଳୀନତା ରକ୍ଷା କରି ଜୀବନ ଅତିବାହିତ କରିବାକୁ ପଡିବ ।

ଲାଲ ରଙ୍ଗ, ନୀଳ ରଙ୍ଗ ଆକର୍ଷଣୀୟ ହୋଇଥାଏ ଯାହା କି ମନ ରେ ଭାବନା ସୃଷ୍ଟି କରେ ତେଣୁ ଗୋଟିଏ ନାରୀ ନିଜକୁ ଆୟତ ରେ ରଖିବା ପାଇଁ ରଙ୍ଗକୁ ନିଜ ଜୀବନରୁ ପରିତ୍ୟାଗ କରି ସାରା ଜୀବନ ନିଜ ସ୍ଵାମୀ କୁ ମନେ ପକାଇ ଧଳା ଶାଢୀ ପରିଧାନ କରି ଜୀବନ ବିତାଏ ।  ଧଳା ରଙ୍ଗ ଶାନ୍ତିର ପ୍ରତୀକ ହୋଇଥାଏ, ମନକୁ ଶାନ୍ତି ଦେଇଥାଏ ।

ଜୀବନ ର ଖୁସି ଗୋଟିଏ ସ୍ତ୍ରୀ ଓ ଗୋଟିଏ ସ୍ଵାମୀ ରେ ହିଁ ଥାଏ ଏବଂ ସୁଖ ଦାୟକ ଜୀବନ ମଧ୍ୟ ଏହିଥିରୁ ହିଁ ମିଳିଥାଏ । ତେଣୁ ସମସ୍ତେ ରାମ ଙ୍କ ପରି ସ୍ଵାମୀ ଚାହାଁନ୍ତି, କୃଷ୍ଣ ଙ୍କ ପରି ନୁହେଁ । ରାମ ଙ୍କ ସହ ଏତେ ସବୁ ହେଲା ପରେ ମଧ୍ୟ ଦିତୀୟ ବିବାହ କରିନଥିଲେ ସିତା ବି ନୁହେ । ତେଣୁ ସମାଜରେ ପତୀବ୍ରତା ଧର୍ମ ପାଳନ ପାଇଁ ହିଁ ଗୋଟେ ସ୍ତ୍ରୀ ଧଳା ଶାଢୀ ପରିଧାନ କରି ରହିଥାଏ ।  ଆପଣମାନଙ୍କୁ ଆଜିର ଏ ପୋଷ୍ଟ ଟି ଭଲ ଲାଗୁଥିଲେ ଲାଇକ, ସେୟାର ନିଶ୍ଚୟ କରିବେ । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *