ଚଳିତ ବର୍ଷ ଭୁଲରେ ବି ଏହି ସମୟରେ ରାକ୍ଷୀ ବାନ୍ଧନ୍ତୁ ନାହିଁ, ଜାଣନ୍ତୁ ରାକ୍ଷୀ ବାନ୍ଧିବାର ସଠିକ ସମୟ…

ବନ୍ଧୁଗଣ ଆମ ହିନ୍ଦୁ ପର୍ବପର୍ବାଣିର ଦେଶ ଅଟେ । ଶ୍ରାବଣ ମାସର ପୂର୍ଣ୍ଣିମା କୁ ରାକ୍ଷୀ ପୂର୍ଣ୍ଣିମା ଭାବେ ପାଳନ କରାଯାଏ । ଏହି ପର୍ବ ଭାଇ ଭଉଣୀଙ୍କର ଭଲ ପାଇବାର ପ୍ରତୀକ ଅଟେ । ଆଜି ଆମେ ଜାଣିବା ରାକ୍ଷୀ ପୂର୍ଣ୍ଣିମା ରେ ଭାଇ ହାତରେ ଭଉଣୀ କେଉଁ ସମୟରେ ରାକ୍ଷୀ ବାନ୍ଧି ପାରିବେ । ଭାଇ ଭଉଣୀ କୁ କେଉଁ ଉପହାର ଦେବେ ନାହିଁ । କେଉଁ ସମୟରେ ରାକ୍ଷୀ ବାନ୍ଧିବାର ଶୁଭ ମୂହୁର୍ତ୍ତ ଅଛି । ଆସନ୍ତୁ ଜାଣିବା ରାକ୍ଷୀ ବନ୍ଧନର ପୌରାଣିକ ରହସ୍ୟ ବିଷୟରେ । ଏବଂ କିଏ ପ୍ରଥମେ ରାକ୍ଷୀ ବାନ୍ଧିଥିଲେ । ଏହି ଦିନ କରିବା ଉଚିତ ନୁହେଁ ।

ଚଳିତ ବର୍ଷ ଅଗଷ୍ଟ 30 ବୁଧବାର ସକାଳ 10:58 ମିନିଟ୍ରୁ ଆରମ୍ଭ ହେବ । ଓ ସମାପ୍ତ ହେବ 31 ଅଗଷ୍ଟ ସକାଳ 7:12 ମିନିଟରେ । ଶାସ୍ତ୍ର ଅନୁଯାୟୀ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା ଅଶୁଭ ମାନାଯାଏ । ଏହା ପଛରେ ପୌରାଣିକ କଥା ଅଛି କି ଲଙ୍କାପାତି ରାବଣ ତାଙ୍କ ଭଉଣୀଙ୍କ ହାତରୁ ଭଦ୍ରା କାଳ ସମୟରେ ରାକ୍ଷୀ ବାନ୍ଧିଥିଲେ ।

ଏହି ବନ୍ଧନର 1 ବର୍ଷ ପରେ ରାବଣ ର ବିନାଶ ହୋଇଥିଲା । ଏହା ଛଡା ଭଦ୍ରା ଯିଏକି ଭଗବାନ ଶନିଙ୍କର ଭଉଣୀ ଅଟନ୍ତି ଏବଂ ଭଦ୍ରାଙ୍କୁ ବ୍ରମ୍ହାଦେବ ଅଭିଶାପ ଦେଇଥିଲେ କି ଯିଏ ଭଦ୍ରା କାଳ ସମୟରେ ଶୁଭ କାର୍ଯ୍ୟ କରିବେ ଏହାର ପରିଣାମ ଅଶୁଭ ହେବ । ଅଗଷ୍ଟ 30ରେ ରାକ୍ଷୀ ବାନ୍ଧିବାର ଶୁଭ ସମୟ ରାତି 9:01ରୁ 9:05 ମିନିଟ । ଏହି ସମୟରେ ରାକ୍ଷୀ ବାନ୍ଧି ହେବ ।

ଭାଇ ଭଉଣୀକୁ ଟଙ୍କା, ବସ୍ତ୍ର, ପଢା ଜିନିଷ ଉପହାର ସ୍ୱରୂପ ଦେଇପାରିବେ । କିନ୍ତୁ କାଚ, ଲୁହା ଜିନିଷ ଉପହାର ଦେବା ଅନୁଚିତ । ରାକ୍ଷୀ ପୂର୍ଣ୍ଣିମା ଦିନ ନଖ, କେଶ କାଟିବା ଅନୁଚିତ । ଏହି ଦିନ ଘରକୁ ଆସିଥିବା ଲୋକଙ୍କୁ ସାମର୍ଥ୍ୟ ଅନୁଯାୟୀ ଦାନ କରିବା ଉଚିତ । ମାସିକ ଧର୍ମ ସମୟରେ ଭାଇକୁ ରାକ୍ଷୀ ବାନ୍ଧିବା ଉଚିତ ନୁହେଁ । ପୂଜା ଥାଳିରେ ସଜା ହୋଇଥିବା ଜିନିଷକୁ ଠାକୁରଙ୍କ ଆଗରେ ରଖିବା ପରେ ଭଗବାନ ଗଣେଶଙ୍କୁ ଗୋଟେ ରାକ୍ଷୀ ବାନ୍ଧିବା ଉଚିତ ।

ଏହାପରେ ଭାଇ କୁ ରାକ୍ଷୀ ବାନ୍ଧିବା ଉଚିତ । ପୌରାଣିକ କଥା ଅନୁଯାୟୀ ପ୍ରଥମେ ମା ଲକ୍ଷ୍ମୀ ରାଜା ବଳୀ ଙ୍କୁ ରାକ୍ଷୀ ବାନ୍ଧିଥିଲେ । କଥା ଅନୁଯାୟୀ 12 ବର୍ଷକୁ ଥରେ ଦେବତା ଓ ଅସୁର ମାନଙ୍କ ମଧ୍ୟରେ ଯୁଦ୍ଧ ହେଉଥିଲା । ଏହି ସମସ୍ୟାର ସମାଧାନ ପାଇଁ ଇନ୍ଦ୍ରଦେବ ମହର୍ଷି ବୃହସ୍ପତିଙ୍କ ପାଖରେ ପହଞ୍ଚିଥିଲେ ଓ ସେଠାରେ ମହର୍ଷିଙ୍କ ସ୍ତ୍ରୀ ଶଚୀ ଉପସ୍ଥିତ ଥିଲେ ।

ଇନ୍ଦ୍ରାଣୀ କହିଲେ କି ଇନ୍ଦ୍ରଦେବଙ୍କ ପାଇଁ ରକ୍ଷା ସୂତ୍ର ବିଧି ବିଧାନ ଭାବେ ତିଆରି କରିବେ ଓ ବ୍ରାଂହଣଙ୍କ ଦ୍ଵାରା ରାକ୍ଷୀ ବାନ୍ଧିବା ଦ୍ଵାରା ବିଜୟୀ ହେବେ । ଏହା ପରେ ଇନ୍ଦ୍ରଦେବ ତାହା ହିଁ କରିଲେ ଓ ତାଙ୍କର ବିଜୟ ହେଲା । ସେହିଦିନ ଠାରୁ ରାକ୍ଷୀ ବନ୍ଧନ ପାଳିତ ହେଉଛି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *