ଧନକୁ ଚୁମ୍ବକ ପରି ଟାଣୁଥିବା ଏହି ସବୁ ଗଛ ଗୃହର କେଉଁଠି ଲଗାଇଲେ ଧନ ବୃଦ୍ଧି ହୁଏ ?

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜର ସୁନ୍ଦର ବଗିଚା କରିବାକୁ ଚାହିଁଥାନ୍ତି । ଅନେକ ପ୍ରକାରର ଗଛଲତା ରେ ସଜାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବାସ୍ତୁ ଅନୁଯାୟୀ ଅନେକ ଗଛ ଘର ପାଇଁ ଶୁଭ ଓ ଅଶୁଭ ହୋଇଥାଏ । ଯାହା ଘରକୁ ବିପଦ ଆଣିଥାଏ । ଆଉ କିଛି ଗଛ ଘରକୁ ଉନ୍ନତି ଆଣିଥାଏ ଓ ସବୁ ବିପଦରୁ ରକ୍ଷା କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ଗଛ ବିଷୟରେ କହିବୁ ଯାହା ଘର ପାଇଁ ଶୁଭ ହୋଇଥାଏ ।

୧- ତୁଳସୀ ଗଛ : ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ଵ ରହିଛି । କୁହାଯାଏ ଯେଉଁ ଘରେ ତୁଳସୀ ଗଛ ପୂଜା କରାଯାଏ ସେହି ଘର ପ୍ରତି ମହାଦେବଙ୍କ କୃପା ଦ୍ରୁଷ୍ଟି ରହିଥାଏ । ଏହାସହ ଘରୁ ନେଗେଟିଭ ଶକ୍ତି ଦୂରେଇ ରହିଥାଏ । ତୁଳସୀ ଗଛ ସର୍ବଦା ପୂବା ଐଶାନ୍ୟ କୋଣରେ ଲଗାଇବା ଉଚିତ ।

୨- ବେଲଗଛ : ଭଗବାନ ଶିବଙ୍କର ବେଲଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ । ଯେଉଁ ଘରେ ଏହି ଗଛ ରହିଥାଏ ସେଠାରେ ଧନର ଦେବୀ ମା ଲକ୍ଷ୍ମୀ ବାସ କରିଥାନ୍ତି । ଏହାସହ ସବୁ ବିପଦ ଆପଦ ଦୂର ହୋଇଥାଏ ।

୩- ସମୀଗଛ : ଏହି ଗଛ ଘରେ ରହିବା ଶୁଭ ହୋଇଥାଏ । ଏହାକୁ ଘରର ମୁଖ୍ୟଦ୍ବାରର ବାମ ପଟେ ଲଗାଇବା ଉଚିତ ହୋଇଥାଏ । ଏହି ସମି ଗଛର ମୂଳରେ ସକାଳେ ସୋରିଷ ବା ରାଶି ତେଲର ଦୀପ ଲଗାଇଲେ ଶନିଙ୍କ କୋପରୁ ରକ୍ଷା ମିଳିଥାଏ ।

୪- ଅଶ୍ଵଗନ୍ଧା ଗଛ : ଏହି ଗଛ ଘରେ ଲଗାଇଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଏହା ଜୀବନରେ ଶୁଭତା ବଢାଇଥାଏ । ଏହା ଅତ୍ୟନ୍ତ ଲୋକପ୍ରିୟ ଓ ଔଷଧୀୟ ଗୁଣର ହୋଇଥାଏ ।

୫- ଅଁଳା ଗଛ : ଏହି ଗଛ ଘରର ଉତ୍ତର ଓ ପୂର୍ବ ଦିଗରେ ଲଗାଇଲେ ଲାଭଦାୟକ ହୋଇଥାଏ । ଏହାକୁ ସର୍ବଦା ପୂଜା କରିଲେ ସବୁ ଇଚ୍ଛା ପୂରଣ ହେବା ସହ ପାପ ମୋଚନ ହୋଇଥାଏ । ଏହି ଗଛରେ ସବୁ ଦେବତା ବାସ କରିବାର ମାନ୍ୟତା ଅଛି ।

୬- ଅଶୋକ ଗଛ : ହିନ୍ଦୁ ଧର୍ମରେ ଅଶୋକ ଗଛକୁ ଲାଭକାରୀ ଓ ଶୁଭ ମାନାଯାଏ । ଯେଉଁ ଘରେ ଏହି ଗଛ ଥାଏ ସେଠାରେ ଧନ ସୁଖ ସମୃଦ୍ଧିର ବାସ ହୋଇଥାଏ ଏବଂ ସେହି ପରିବାରରେ କାହାର ଅକାଳ ମୃତ୍ୟୁ ହୁଏ ନାହିଁ ।

୭- ଶ୍ଵେତ ଅରଖ ଗଛ : ଏହି ଗଛରେ ହଳଦୀ, ଅରୁଆ ଚାଉଳ, ଗଙ୍ଗା ଜଳରେ ପୂଜା କରିଲେ ଯେତେ ବଢିବ ସେହି ଘରେ ରହୁଥିବା ଲୋକଙ୍କୁ ସୁଖ ଶାନ୍ତି ମିଳିଥାଏ । ଯେଉଁ ଘରେ ଏହି ଗଛ ରହିଥାଏ ସେଠାରେ ଉନ୍ନତି ହୋଇଥାଏ ।

୮- ମନ୍ଦାର ଗଛ : ଏହି ଗଛକୁ ଘରେ କୌଣସି ଜାଗାରେ ଲଗାଇପାରିବେ । ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ଏହାକୁ ଲଗାଇବା ଉଚିତ । ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ଆଖି ରୋଗ, ଅସ୍ଥି ରୋଗ ଦୂର ହୋଇ ନାମ, ଖ୍ଯାତି ବଢିଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *