ଘରେ ଘଣ୍ଟା ଓ କ୍ୟାଲେଣ୍ଡର ଏହି ଦିଶାରେ ଭୁଲରେ ବି ଲଗାଇବା ଉଚିତ ନୁହେଁ, ଦୁର୍ଭାଗ୍ୟ ଆସିଥାଏ- Vastu Tips

ବନ୍ଧୁଗଣ ବାସ୍ତୁ ଅନୁଯାୟୀ ଘରର ପ୍ରତେକ ବସ୍ତୁରେ ପଜେଟିଭ ଓ ନେଗେଟିଭ ଊର୍ଜା ରହିଥାଏ । ଯଦି ସେ ସବୁକୁ ସଠିକ ସ୍ଥାନ ଓ ଦିଶାରେ ନ ରଖାଯାଏ ତେବେ ଏହା ନେଗେଟିଭ ଊର୍ଜା ବିସ୍ତାର କରିଥାଏ ଓ ସଠିକ ସ୍ଥାନରେ ରଖିଲେ ଘରେ ପଜେଟିଭ ଊର୍ଜା ପ୍ରବେଶ କରିଥାଏ । ଯାହା ଦ୍ଵାରା ଘରର ଲୋଙ୍କର ଉନ୍ନତି ହେବ ସହ ସୁଖ ସମରୁଡି ବୃଦ୍ଧି ପାଇଥାଏ । ଘରର ପ୍ରତେକ ବସ୍ତୁର ମଣିଷ ଜୀବନରେ ଅଧିକ ପ୍ରଭାବ ପଡିଥାଏ । ଏମିତି ଏକ ବସ୍ତୁ ହେଉଛି ଘଡି ଓ କ୍ୟାଲେଣ୍ଡର ର । ଆଜି ଆମେ ଆପଣଙ୍କୁ କହିବୁ ଘଣ୍ଟା ଓ କ୍ଯାଲେଣ୍ଡର କେଉଁ ଦିଶାରେ ରଖିବା ଉଚିତ ହୋଇଥାଏ ।

1- ବାସ୍ତୁ ଅନୁଯାୟୀ ଘଣ୍ଟାର ଆକାର ଗୋଲ ଓ ଅଣ୍ଡାକାର ହୋଇଥିଲେ ଉତ୍ତମ ହୋଇଥାଏ । କିନ୍ତୁ ଆୟତ୍ତକାର ଘଣ୍ଟା କେବେ ବି ଘରେ ଲଗାଇବା ଉଚିତ ନୁହେଁ । ଯେଉଁଥିରେ ଧାର ନ ଥିବ ।

2- ଘଣ୍ଟାରେ ଦେବୀ ଦେବତାଙ୍କ ଫୋଟୋ ରହିବା ଉଚିତ ନୁହେଁ । କିନ୍ତୁ ଆଜିକାଲି ଦେଖାଯାଉଛି ଅନେକ ପ୍ରକାରର ଘଣ୍ଟା ମିଳୁଛି ଯେଉଁଥିରେ ଭଗବାନଙ୍କ ଫୋଟୋ ଲଗାଯାଉଛି । ଏଭଳି ଘଣ୍ଟା କେବେ ବି ଆଣନ୍ତୁ ନାହିଁ ।

3- ବାସ୍ତୁ ଅନୁଯାୟୀ ଘରେ କାନ୍ଥରେ ଲାଗିଥିବା ଘଣ୍ଟା କେବେ ବନ୍ଦ ହେବା ଉଚିତ ନୁହେଁ । ଏହାର ଅଶୁଭ ପରିଣାମ ପ୍ରାପ୍ତ ହୁଏ । ଘଣ୍ଟା ର ସମୟ ସବୁବେଳେ ଆଗରେ ରହିବା ଉଚିତ । କେବେ ବି ପଛକୁ କରିବା ଅନୁଚିତ । ଏପରି କରିଲେ ଘର ଲୋକଙ୍କ ବିକାଶ ହୋଇପାରେ ନାହିଁ ।

4- ବାସ୍ତୁ ଅନୁଯାୟୀ ଘଣ୍ଟାକୁ ଦକ୍ଷିଣ ଦିଗରେ ଲଗାଇବା ଉଚିତ ନୁହେଁ । କାରଣ ଦକ୍ଷିଣ ଦିଶାକୁ ମୃତ୍ୟୁ ର ଦିଶା ହୋଇଥାଏ । ଏହା ଦ୍ଵାରା ଅପଯଶ ମିଳିଥାଏ । ଏହି ଦିଶାରେ ଘଣ୍ଟା ଲଗାଇ ମଣିଷର ମୁଖ ଦକ୍ଷିଣ ଆଡକୁ ରହିଥାଏ ଯାହା ଅଶୁଭ ହୋଇଥାଏ । ଏହାଦ୍ବାରା ଘରର ମୁଖିଆଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ତେଣୁ ଘଣ୍ଟାକୁ ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଉଚିତ । ଘରର ମୁଖ୍ୟଦ୍ବାରର ଉପର ବା ପଛରେ ଘଣ୍ଟା ଲଗାଇବା ଅନୁଚିତ ।

5- ଘଣ୍ଟା ସମୟକୁ ଦର୍ଶାଇଥାଏ ସେହିପରି କ୍ଯାଲେଣ୍ଡର ଶୁଭ ଅଶୁଭକୁ ଦର୍ଶାଇଥାଏ । ତେଣୁ କ୍ଯାଲେଣ୍ଡର ଲଗାଇବା ଶୁଭ ଦିଶା ର ଚୟନ କରିବା ଉଚିତ ହୋଇଥାଏ । ବାସ୍ତୁ ଅନୁଯାୟୀ ଘରେ କ୍ଯାଲେଣ୍ଡର ଉତ୍ତର ବା ପୂର୍ବ ଦିଗରେ ଲଗାଇବା ଉଚିତ । ପୂର୍ବ ଦିଗରେ କ୍ଯାଲେଣ୍ଡର ଲଗାଇଲେ ବ୍ଯକ୍ତିର ପ୍ରଗତି ହୋଇଥାଏ । ଏହି ଦିଶାରେ ସୂର୍ଯ୍ୟଙ୍କ କିରଣ ଥିବା ନାଲି ବା ଗୋଲାପି ରଙ୍ଗର କ୍ଯାଲେଣ୍ଡର ଲଗାଇଲେ ଶୁଭ ପରିଣାମ ମିଳିଥାଏ ।

ଉତ୍ତର ଦିଗରେ ନଦୀ, ସମୁଦ୍ର, ଝରଣା ଆଦି ଚିତ୍ର ଥିବା କ୍ଯାଲେଣ୍ଡର ଲଗାଇବା ଉଚିତ ହୋଇଥାଏ । ଯାହା ଧଳା ଓ ସବୁଜ ରଙ୍ଗର ହୋଇଥିବ । କ୍ଯାଲେଣ୍ଡର ହିଂସ୍ର ଜନ୍ତୁ ବା ଦୁଃଖୀ ଚେହେରା ଥିବା ନ ହୋଇଥିବା ଦରାକର । ଏହି ପ୍ରକାରର ଫୋଟୋ ଘରେ ନେଗେଟିଭ ଶକ୍ତିର ସଂଚାର ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *