ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଘରର ଏହି ଦିଗରେ 2ଟି ମୟୂର ପର ରଖିଲେ ଦାରିଦ୍ରତା ହୋଇଥାଏ ଦୂର

ବାସ୍ତୁ ଅନୁଯାୟୀ ମୟୁର ପଙ୍ଖ ର ବହୁତ ଅଧିକ ମହତ୍ଵ ରହିଛି । ମୟୂର ପର ଘରେ ରହିବା ଶୁଭ ହୋଇଥାଏ । ଏହା ଯେଉଁ ସ୍ଥାନରେ ରହିଥାଏ ସେଠିକାର ନେଗେଟିଭ ଶକ୍ତିକୁ ନଷ୍ଟ କରି ଦେଇଥାଏ । ଶାସ୍ତ୍ର ଅନୁଯାୟୀ ମୟୂର ପର କୁ ସୁଖ ସମୃଦ୍ଧିର ପ୍ରତୀକ ମାନାଯାଏ । ଏହା ଚମତ୍କାରୀ ହେବ ସହ ଘରର ବାସ୍ତୁ ଦୋଷ କମ କରିବାରେ ସହାୟକ ହୋଇଥାଏ । ବାସ୍ତୁ ଶାସ୍ତ୍ରରେ ମୟୂର ପର ଘରେ ରଖିବାର କିଛି ନିୟମ ବିଷୟରେ କୁହାଯାଇଛି ଯାହାକୁ ପାଳନ କରିବା ଜରୁରୀ ଅଟେ । ଆଜି ଆମେ ଆପଣଙ୍କୁ କହିବୁ ଘରେ ମୟୂର ପର କେଉଁ ଜାଗାରେ ରଖିବା ଦ୍ଵାରା ଶୁଭ ପରିଣାମ ମିଳିଥାଏ ।

1- ଘରେ ନେଗେଟିଭ ଶକ୍ତି ଦୂର କରିବା ପାଇଁ ବା ଘର ଲୋକଙ୍କ ଉନ୍ନତି ରେ ବାଧା ଆସୁଥିଲେ ଭଗବାନ ଗଣେଶ ଙ୍କ ପ୍ରତିମା ଘରର ମୁଖ୍ୟଦ୍ଵାର ଉପରେ ରଖନ୍ତୁ । ଗଣେଶ ଜି ଙ୍କ ପ୍ରତିମାଙ୍କ ଦୁଇ ପାର୍ଶ୍ଵ ରେ 2ଟି ମୟୂର ପର ରଖନ୍ତୁ । ଏହା ଦ୍ଵାରା ଘରକୁ କୌଣସି ନେଗେଟିଭ ଶକ୍ତି ପ୍ରବେଶ କରିପାରିବ ନାହିଁ । ଯଦି ଆପଣଙ୍କ ମୁଖ୍ୟଦ୍ଵାର ବାସ୍ତୁ ଶାସ୍ତ୍ର ବିରୁଦ୍ଧରେ ଅଛି ତେବେ ମୁଖ୍ୟଦ୍ଵାର ରେ 3ଟି ମୟୂର ପର ନିଶ୍ଚୟ ରଖନ୍ତୁ । ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ ।

2- ଯଦି ଘରର ଲୋକଙ୍କ ଉପରେ ଗ୍ରହର ଦୁଷ୍ପପ୍ରଭାବ ରହିଛି ବା ଗ୍ରହର ସ୍ଥିତି ଖରାପ ଚାଲିଛି ତେବେ ମୟୂର ପର ରେ ଗଙ୍ଗା ଜଳ ସିଂଚନ କରନ୍ତୁ । ଏହାକୁ ଏପରି ସ୍ଥଳରେ ରଖନ୍ତୁ ଯାହା କେହି ଦେଖି ପାରିବେ ନାହିଁ । ଏହାଦ୍ବାରା ଗ୍ରହ ର ସ୍ଥିତି ଠିକ ହୋଇଥାଏ ।

3- ଯଦି ଘରର କୌଣସି ସଦସ୍ୟ ବା ଛୋଟ ପିଲା ଙ୍କୁ ଖରାପ ନଜର ଲାଗିଛି ବା ସେମାନଙ୍କ ଉପରେ କାହାର ଖରାପ ଶକ୍ତି ର ପ୍ରଭାବ ପଡିଛି ତେବେ ଶୋଇବା ସମୟରେ ସେହି ବ୍ୟକ୍ତିଙ୍କ ତକିଆ ତଳେ ମୟୂର ପର ରଖନ୍ତୁ । ତା ପର ଦିନ ସେହି ମୟୂର ପର କୁ ନଦୀ ବା କୂଅ ରେ ଭସାଇ ଦିଅନ୍ତୁ ।

4- ଯଦି କୌଣସି ପିଲାଙ୍କର ପାଠ ପଢାରେ ମନ ଲାଗୁ ନାହିଁ ବ ସ୍ମରଣ ଶକ୍ତି କମ ରହିଛି ବା ପଢିବା ସମୟରେ ବାରମ୍ବାର ନିଦ ଆସୁଛି ତେବେ ମା ସରସ୍ବତୀଙ୍କ ମୂର୍ତ୍ତିରେ ମୟୂର ପର ରଖିବା ପରେ ଦ୍ଵିତୀୟ ଦିନ ନିଜ ବହି ରେ ସେହି ମୟୂର ପର ରଖନ୍ତୁ । ଏହା ଦ୍ଵାରା ପିଲାଙ୍କ ମନରେ ଏକାଗ୍ରତା ବଢିବ ।

5- ଯଦି କେହି ଶତ୍ରୁ ଆପଣଙ୍କର କ୍ଷତି କରୁଛି ତେବେ ମଙ୍ଗଳବାର ଦିନ ହନୁମାନ ଜି ଙ୍କ ମସ୍ତକର ସିନ୍ଦୁର ମୟୂର ପର ରେ ଲାଗନ୍ତୁ । ସ୍ନାନ ନ କରିବା ପୂର୍ବରୁ ଏହି ମୟୂର ଆରା କୁ ନଦୀରେ ଭସାଇ ଦିଅନ୍ତୁ । ଏହାଦ୍ବାରା ଶତ୍ରୁ ଙ୍କ ଠାରୁ ମୁକ୍ତି ମିଳିବ ।

6- ମନର କୌଣସି ଇଚ୍ଛା ଅଧୁରା ଅଛି ବା କାମରେ ବାଧା ଆସୁଛି ତେବେ ରାଧାକୃଷ୍ଣଙ୍କ ମନ୍ଦିରକୁ ଯାଇ ମୟୂର ପର ଚଢାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *