ତୁଳସୀ ଗଛରେ ଝିଟିପିଟି ଦେଖିଲେ କେଉଁ ଲାଭ ପ୍ରାପ୍ତ ହୋଇଥାଏ ? 15+ Ajira Anuchinta

ବନ୍ଧୁଗଣ ଜୀବନକୁ ସରସ, ସୁନ୍ଦର ଓ ସୁଖମୟ କରିବା ପାଇଁ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ୧- ଘରେ ଯଦି ମୂଷାଙ୍କ ସଂଖ୍ୟା ଅଧିକ ବୃଦ୍ଧି ହେଉଛି ତେବେ ଅଶୁଭ ହେବା ସହ ପରିବାର ଲୋକଙ୍କ ବୁଦ୍ଧି ନାଶ ହେବାର ସଂକେତ ଦେଇଥାଏ । ୨- କଳା ମୂଷା ରାତିରେ ଘରେ ପଶିବା କିମ୍ବା ଉତ୍ପାତ କରିବା ଅଶୁଭ ହୋଇଥାଏ । ରୋଗାଗ୍ରସ୍ତ ହେବାର ସମ୍ଭାବନା ସହ ଶତ୍ରୁ ବୃଦ୍ଧି ହେବାର ଏହା ସଂକେତ ଦେଇଥାଏ ।

୩- ଯଦି ଲଗାତାର ଘରୁ ବାହାରିବା ସମୟରେ କୌଣସି ଝାଡୁ ମାରିବା ଲୋକଙ୍କୁ ଦେଖନ୍ତି ତେବେ ଶୁଭ ହୋଇଥାଏ । କିଛି ଦିନ ମଧ୍ୟରେ ଧନବାନ ହେବାର ଏହା ସଂକେତ ଦେଇଥାଏ ।

୪- ଯଦି ରାସ୍ତାରେ ଯାଉଥିବା କୁକୁର ରୁଟି ବା କିଛି ଖାଦ୍ୟକୁ ମୁହଁରେ ଧରି ଯାଉଥିବାର ଦେଖନ୍ତି ତେବେ ଶୁଭ ସଂକେତ ହୋଇଥାଏ । ଆଗାମୀ ସମୟରେ ଧନ ଲାଭ ହେବାର ସମ୍ଭାବନା ଥାଏ ।

୫- ଘର ବାହାରେ ଧଳା ପେଚାର ଲଗାତାର କିଛି ଦିନ ଦେଖାଯାଏ ତେବେ ଶୁଭ ହେବା ସହ ଘରକୁ ଲକ୍ଷ୍ମୀ ଆଗମନର ସୂଚନା ହୋଇଥାଏ ।

୬- ରାସ୍ତାରେ ଯାଉଥିବା ସମୟରେ ଆଖୁ ଦେଖିଲେ ଶୁଭ ହୋଇଥାଏ । ଧନ ପ୍ରାପ୍ତି ହେବାର ସଂକେତ ହୋଇଥାଏ ।

୭- ସକାଳୁ ଉଠିବା ପରେ ଶଙ୍ଖ ର ଶବ୍ଦ ଶୁଣିବାକୁ ମିଳିଥାଏ ତେବେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ।

୮- ଯଦି କୌଣସି ପକ୍ଷୀ ଆସି ଘରେ ବସା ବାନ୍ଧେ ତେବେ ମା ଲକ୍ଷ୍ମୀଙ୍କ ଆଗମନର ସଂକେତ ପ୍ରଦାନ କରିଥାଏ ।

୯- ସକାଳୁ ଉଠିବା ପରେ ପ୍ରଥମେ ଆଇନା ଦେହିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଦିନ ସାରା ନେଗେଟିଭ ଶକ୍ତିର ପ୍ରଭାବ ରହିଥାଏ ।

୧୦- ସକାଳୁ ଉଠିବା ପରେ ଜୀବଜନ୍ତୁ ଙ୍କ ନାମ ଧରିବା ଅନୁଚିତ । ଏହା ଅଶୁଭ ଓ ଅମଙ୍ଗଳକାରୀ ହୋଇଥାଏ । ସକାଳୁ ଉଠିବା ପରେ ତେଲ ପାତ୍ର ଓ ଛୁଞ୍ଚି ସୂତା ଦେଖିବା ଅଶୁଭ ହୋଇଥାଏ ।

୧୧- ସକାଳୁ ଉଠିବା ପରେ ନିଆଁ, ଘାସ, ସୁନା, ଗୋବର ବା ହୋମ ଦେଖିଲେ ଶୁଭ ହୋଇଥାଏ । ଶ୍ରୀଙ୍ଗାର କରିଥିବା ସଧବା ନାରୀର ମୁଖ ଦେଖିବା ଶୁଭ ହୋଇଥାଏ ।

୧୨- କେବେ ବି ଆଙ୍ଗୁଠି ଫୁଟାଇବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ । ଶନିବାର ଦିନ କୌଣସି ମନ୍ଦିରରେ ଜୋତା ଓ ଚପଲ ଛାଡି ଆସିବା ଦ୍ଵାରା ଶନିଙ୍କ ଖରାପ ପ୍ରଭାବ ଶେଷ ହୋଇଥାଏ ।

୧୩- ସନ୍ଧ୍ୟା ସମୟରେ କୁକୁର ଏକତ୍ର ହୋଇ ପୂର୍ବ ଦିଗକୁ ମୁଖ କରି କାନ୍ଦିଲେ ଏହା ଅଶୁଭ ହେବା ସହ ଭୟଙ୍କର ସଙ୍କଟ ଆସିବାର ସୂଚନା ହୋଇଥାଏ ।

୧୪- ଯଦି କୌଣସି କାମରେ ବାହାରକୁ ଯିବା ସମୟରେ କୁକୁର ପିଛା କରେ ରୋଗାଗ୍ରସ୍ତ ହେବା ସହ ଦୁର୍ଘଟଣା ହେବାର ସଂକେତ ହୋଇଥାଏ ।

୧୫- ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଚଢିଥିବାର ଦେଖନ୍ତି ଅତ୍ୟନ୍ତ ଶୁଭ ହେବା ସହ ଅପାର ଧନ ସମ୍ପତି ପ୍ରାପ୍ତ ହେବାର ସଂକେତ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *