ଦୂର୍ଗା ପୂଜା କୁଇଜ, ଜାଣନ୍ତୁ ଦୂର୍ଗା ପୂଜା ସମ୍ବଧିତ ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର

ବନ୍ଧୁଗଣ ଆପଣଙ୍କୁ ସମସ୍ତଙ୍କୁ ପବିତ୍ର ଦୂର୍ଗା ପୂଜାର ହାର୍ଦ୍ଦିକ ଶୁଭକାମନା । ଏଥର ଦୂର୍ଗା ପୂଜା ଖୁବ ଧୁମ ଧାମ ରେ ଭାରତ ବର୍ଷରେ ପାଳନ କରାଯିବ । ଦୂର୍ଗା ପୂଜାରେ ମା ଦୂର୍ଗାଙ୍କର 9ଟି ସ୍ୱରୂପ ଦେଖିବାକୁ ମିଳିଥାଏ । ତେବେ କଣ ଆପଣ ଜାଣିଛନ୍ତି କି ମା ଦୂର୍ଗାଙ୍କୁ ନେଇ କିଛି ଜଣା ଅଜଣା ପ୍ରଶ୍ନ ରହିଛି ଯାହାର ଉତ୍ତର ଖୁବ କମ ଲୋକ ଜାଣିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଦୂର୍ଗା ପୂଜା ସମ୍ବଧିତ କିଛି ଜଣା ଅଜଣା ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ ।

1- ଦୂର୍ଗା ପୂଜା ଓଡିଆର କେଉଁ ମାସରେ ପାଳନ କରାଯାଏ ?

ଉତ୍ତର- ଆଶ୍ଵିନ ମାସ ଶୁକ୍ଳ ପକ୍ଷ ।

2- ଦଶହରା ର ଅନ୍ୟ ନାମ କଣ ?

ଉତ୍ତର- ବିଜୟା ଦଶମୀ ।

3- ମା ଦୂର୍ଗାଙ୍କର ମୂର୍ତ୍ତି ତିଆରି କରିବା ପାଇଁ କେଉଁ ଦିନ ନଦୀ ରୁ ମାଟି ଉଦ୍ଧାର କରାଯାଏ ?

ଉତ୍ତର- ଜନ୍ମାଷ୍ଟମୀ ।

4- ମ ଦୂର୍ଗା କେଉଁ ଅସୁର କୁ ବଦ୍ଧ କରିଥିଲେ ?

ଉତ୍ତର- ମହିଷାସୁର ।

5- ମା ଦୂର୍ଗାଙ୍କର ବାହନ କିଏ ?

ଉତ୍ତର- ସିଂହ ।

6- କେଉଁ ଦିନ ଠାରୁ ପ୍ରକୃତ ଦୂର୍ଗା ପୂଜା ଆରମ୍ଭ ହୋଇଥାଏ ?

ଉତ୍ତର- ମହାଳୟା ଠାରୁ ।

7- କେଉଁ ଦିନ ଠାରୁ ଦୂର୍ଗାଙ୍କର ପୂଜା ବିଧି ଆରମ୍ଭ ହୋଇଥାଏ ?

ଉତ୍ତର- ଷଷ୍ଠୀ ଠାରୁ ।

8- ମା ଦୂର୍ଗାଙ୍କର ବହନ ସିଂହ କେଉଁ ଠାରୁ ଜାତ ହୋଇଥିଲା ?

ଉତ୍ତର- ହିମାଳୟ ଙ୍କ ଠାରୁ ।

9- ମହିଷାସୁର କାହାକୁ ତପସ୍ୟା କରି ବର ଲାଭ କରିଥିଲେ ?

ଉତ୍ତର- ବ୍ରହ୍ମା ଙ୍କୁ ।

10- ମହିଷାସୁର ଙ୍କ ପିତା ଙ୍କ ନାମ କଣ ଥିଲା ?

ଉତ୍ତର- ରମ୍ଭ ।

11- ମହିଷାସୁର ଙ୍କ ମାତା ଙ୍କ ନାମ କଣ ଥିଲା ?

ଉତ୍ତର- ମଇଁଷି ।

12- ମହିଷାସୁର ର ଆକ୍ରମଣରେ ଅତିଷ୍ଠ ହୋଇ ଦେବତା ମାନେ କେଉଁ ଠାରେ ଆଶ୍ରୟ ନେଇଥିଲେ ?

ଉତ୍ତର- ମେରୁ ପର୍ବତ ରେ ।

13- ମହିଷାସୁର ବଦ୍ଧ କରିବା ପାଇଁ ମା ଦୂର୍ଗା କେଉଁ ଠାରୁ ପ୍ରକଟ ହୋଇଥିଲେ ?

ଉତ୍ତର- ଦେବତା ମାନଙ୍କ କ୍ରୋଧ ଅଗ୍ନି ତୁ ।

14- ନବରାତ୍ରର ପ୍ରଥମ ଦିବସରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ଶୈଳପୁତ୍ରୀ ।

15- ନବରାତ୍ରର ଦ୍ଵିତୀୟ ଦିବସରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ବ୍ରହ୍ମଚାରିଣୀ ।

16- ନବରାତ୍ରର ତୃତୀୟ ଦିବସରେ କେଉଁ ଦେବୀ ଙ୍କୁ ପୂଜା କରାଯାଏ ?

ଉତ୍ତର- ଚନ୍ଦ୍ରଘଣ୍ଟା ।

17- ନବରାତ୍ରର ଚତୁର୍ଥ ଦିବସରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କୁଷ୍ମାଣ୍ଡା ।

18- ନବରାତ୍ରର ପଞ୍ଚମ ଦିବସରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ସ୍କନ୍ଧମାତା ।

19- ନବରାତ୍ରର ଷଷ୍ଠ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କାତ୍ୟାୟନୀ ।

20- ନବରାତ୍ରର ସପ୍ତମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- କାଳରାତ୍ରି ।

21- ନବରାତ୍ରର ଅଷ୍ଟମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ମହାଗୌରୀ ।

22- ନବରାତ୍ରର ନବମ ଦିନରେ କେଉଁ ଦେବୀଙ୍କୁ ପୂଜା କରାଯାଏ ?

ଉତ୍ତର- ସିଦ୍ଧିଦାତ୍ରୀ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *