ଆମ ଶାସ୍ତ୍ର ଅନୁସାରେ ନାରୀ ମାନଙ୍କୁ ମା ଲଷ୍ମୀଙ୍କ ଅବତାର କୁହାଯାଏ । ତେବେ ସେହି ଭଳି ଆମ ଶାସ୍ତ୍ର ରେ କୁହାଯାଇଛି କି ଯେଉଁ ଘରେ ନାରି ମାନେ ରୀତିନୀତି ରେ ସବୁ କାର୍ଯ୍ୟ କରିଥାନ୍ତି ତାଙ୍କ ପାଖରେ ମା ଲଷ୍ମୀ ବାସ କରନ୍ତି । ସେହି ଘରେ ଧନ ର ଅଭାବ କେବେବି ଦେଖା ଦେଇ ନଥାଏ । ତେବେ ସେହୁ ଭଳି ଏପରି କିଛି ନାରୀ ଅଛନ୍ତି ଯାହାଙ୍କ କାର୍ଯ୍ୟ କଳାପ ରେ ମାତା ଲଷ୍ମୀ କ୍ରୋଧ କରିଥାନ୍ତି । ଓ ସେହି ଘରେ ଅଭାବ ଅନଟନ ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ କେଉଁ କାର୍ଯ୍ୟ କରିବା ଦ୍ୱାରା ମାତା ଲଷ୍ମୀ କ୍ରୋଧ କରିଥାନ୍ତି ।
ତେବେ ଏହି ଭଳି ଆମ ଶାସ୍ତ୍ର ରେ ଆଠ ଟି କାର୍ଯ୍ୟ ବର୍ଣିତ ଅଛି । ପ୍ରଥମ – ଝାଡୁ ରେ କେବେବି ଗୋଡ଼ ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାତା ଲଷ୍ମୀ କ୍ରୋଧ କରିଥାନ୍ତି । ଝାଡୁ ହେଉଛି ମା ଲଷ୍ମୀଙ୍କ ପ୍ରତୀକ ତେଣୁ ଏହାକୁ ଗୋଡ଼ ମାରିବା ଅନୁଚିତ । ଦ୍ଵିତୀୟ – ବିଳମ୍ବ ସମୟ ପର୍ଯ୍ୟନ୍ତ ଶୋଇ ରହିବା ।
ଯେଉନାରୀ ସନ୍ଧ୍ୟା ପର୍ଯ୍ୟନ୍ତ ଶୋଇ ରହେ ବା ସକାଳେ ବିଳମ୍ବ ରେ ଉଠେ ତାଙ୍କ ଘରେ ମା ଲଷ୍ମୀ ପ୍ରବେଶ କରନ୍ତି ନାହିଁ । ତୃତୀୟ – ଯେଉଁ ନାରୀ ଖାଇବା ପରେ ଅଇଁଠା ଵାସନ ଗ୍ୟାସ ବା ଚୁଲାରେ ରଖିଥାନ୍ତି । ସେହି ମାନଙ୍କ ପାଖରେ ମା ଲଷ୍ମୀ ବାସ କରିଥାନ୍ତି ।
ଚତୁର୍ଥ – ଯେଉଁ ନାରୀ ମାନେ ରାତିରେ ଖାଦ୍ୟ ଖାଇବା ପରେ ଅଇଁଠା ବାସନକୁ ନ ମାଜି ଏହାକୁ ସେମିତି ରଖିଦେଇଥାନ୍ତି ସେମାନଙ୍କ ଠାରେ ମା ଲଷ୍ମୀ କ୍ରୋଧ କରିଥାନ୍ତି । ପଞ୍ଚମ – ଯେଉଁ ନାରୀ ବିଳମ୍ବ ସମୟ ରେ ଝାଡୁ ଲଗାଇଥାନ୍ତି ସେମାନଙ୍କ ଘରେ ଅର୍ଥ ଅଭାବ ଦେଖା ଦେଇଥାଏ ।
\ଷଷ୍ଠ ଯଦି କେଉଁ ନାରୀ କବାଟ କୁ ଗୋଡ଼ ରେ ଗୋଇଠା ମାରି ଥାଆନ୍ତି ତେବେ ମା ଲଷ୍ମୀ ରାଗିଥାନ୍ତି । ସପ୍ତମ – ଯଦି କେହି ନାରୀ ଘରର ଦୁଆର ବନ୍ଧ ରେ ବସି ଭୋଜନ କରିଥାନ୍ତି ତେବେ ମା ଲଷ୍ମୀ ସେହି ଘରେ ପ୍ରବେଶ କରନ୍ତି ନାହିଁ ।
ଅଷ୍ଟମ – ଯଦି ଯେଉଁ ନାରୀ ମାନେ ଘରର ଅଗଣା ସକାଳେ ସଫା କରନ୍ତି ନାହିଁ ତେବେ ସେହି ଘରେ ଧନ ଅଭାବ ଦେଖାଦେଇଥାଏ । କାରଣ ମା ଲଷ୍ମୀ ଙ୍କୁ ପରିଷ୍କାର ପରିଛନ୍ନତା ପସନ୍ଦ । ଆପଣ ଘର ପୋଛିବା ବେଳେ ସେହି ପାଣିରେ ସାମୁଦ୍ରିକ ଲୁଣ ପକାଇ ଘର ପୋଛାନ୍ତୁ । ମା ଲଷ୍ମୀ ପ୍ରସନ୍ନ ହୋଇଥାନ୍ତି ।