ଏହା ହେଉଛି କଳିଯୁଗ କିନ୍ତୁ କେମିତି ହେବ ଆଗାମୀ ଯୁଗ ?

ବନ୍ଧୁଗଣ ଆପଣ ସମସ୍ତେ ଜାଣିଥିବେ ହିନ୍ଦୁ ଧର୍ମରେ ଯୁଗ କୁ 4 ଭାଗରେ ବିଭକ୍ତ କରା ଯାଇଛି । ଯଥା ସତ୍ୟ ଯୁଗ, ଦ୍ଵାପର ଯୁଗ, କଳି ଯୁଗ ଓ ତ୍ରେତୟା ଯୁଗ । ଏବେ ଆମେ କଳି ଯୁଗରେ ବଞ୍ଚିଛୁ । କଳି ଯୁଗ ଅର୍ଥାତ ଏମିତି ଏକ ଯୁଗ ଯେଉଁଠି ସମସ୍ତେ ମାନସିକ ରୂପରେ ଦୁଃଖି ଅଛନ୍ତି । ଏହି ଯୁଗରେ ପ୍ରତିଶୋଧ ପରାୟଣ ବ୍ୟକ୍ତି ହୋଇ ଯାଇଛି । କିନ୍ତୁ କଣ ଆପଣ ଜାଣିଛନ୍ତି କଳିଯୁଗ ପରେ ଯେଉଁ ଯୁଗ ଆସିବ ତାହା କେମିତି ରହିବ । କିପରି କଳିଯୁଗ ର ଆରମ୍ଭ ହୋଇଥିଲା ଓ ଏହି ଯୁଗରେ କଣ ସବୁ ହେବ ଆସନ୍ତୁ ଜାଣିବା ।

ଧାର୍ମିକ ଗ୍ରନ୍ଥ ଅନୁଯାୟୀ ଯୁଗର ପରିବର୍ତ୍ତନ ହେତୁ ଏହା 22ତମ ଯୁଗ ଚାଲିଛି । ଭଗବତ ଗୀତା ରେ ମଧ୍ୟ ଏହା ବର୍ଣ୍ଣିତ ଅଛି । ପରିବର୍ତ୍ତନ ସୃଷ୍ଟି ର ନିୟମ ଅଟେ । ଯେମିତି ଦିନ ପରେ ରାତି, କଢ ରୁ ଫୁଲ ହୋଇଥାଏ ଠିକ ସେମିତି କଳିଯୁଗ ପରେ ସତ୍ୟ ଯୁଗ ଆସିବ । ଏହା ଅଟଳ ସତ୍ୟ ଅଟେ । ଗ୍ରନ୍ଥ ଅନୁଯାୟୀ କଳିଯୁଗ ସହ ଜଡିତ ଏକ କଥା ରହିଛି । ଯାହା ଅନୁସାରେ କେହି ଭଗବାନ କୃଷ୍ଣ ଙ୍କୁ ପ୍ରଶ୍ନ କରିଥିଲେ ହେ ପ୍ରଭୁ ଏହା ଦ୍ଵାପର ଯୁଗ ଚାଲିଛି ।

ଏହା ପରେ କଳିଯୁଗ ଆସିବାକୁ ଯାଉଛି । କିନ୍ତୁ ମଣିଷ ଏହାକୁ କେମିତି ଚିହ୍ନିବ ? ଏହା ପରେ ଭଗବାନ କୃଷ୍ଣ ଉତ୍ତର ଦେଲେ ଯେବେ ଦୁନିଆରେ ପାପ ବଢିଯିବ ସେତେବେଳେ ଜାଣିବେ କଳିଯୁଗର ଆରମ୍ଭ ହୋଇ ସାରିଛି । କଳିଯୁଗର ଆରମ୍ଭ ସ୍ତ୍ରୀ ର କେଶ ରୁ ଆରମ୍ଭ ହେବେ ଯେବେ ସ୍ତ୍ରୀ କେସ କୁ କାଟିବା ଆରମ୍ଭ କରିବେ ।

ସ୍ତ୍ରୀ ମାନେ ସୁନ୍ଦର ଦେଖାଯିବା ପାଇଁ କେଶ ରଙ୍ଗ କରିବା ସହ କାଟିବେ । ଯେବେ ପ୍ରତେକ ଘରେ ଆସନ୍ତି ଦେଖାଯିବ। ଲୋକେ ନିଜ ଲୋକଙ୍କୁ ମାରିବାକୁ ଲାଗିବେ ତେବେ କଳିଯୁଗର ଆରମ୍ଭ ହୋଇ ସାରିଛି । ଯେବେ କଳିଯୁଗ ର ଭାର ଅଧିକ ହେବ ସେତେବେଳେ ଭଗବାନ ବିଶୁଣୁ, ଶଙ୍କର ଓ ବ୍ରମ୍ହା ମିଶି ଏହାର ଅନ୍ତ କରିବେ । ଏହା ପରେ ନୂଆ ଯୁଗ ର ଆରମ୍ଭ ହେବ ।

ଯାହାର ନାମ ସତ୍ୟ ଯୁଗ ହେବ । ଯେଉଁ ଠାରେ ପରସ୍ପର ପ୍ରତି ପ୍ରେମ ରହିବ। ଲୋକଙ୍କ ମନରେ ବିଶ୍ଵାସ ଆସିବ । ହିନ୍ଦୁ ଧର୍ମ ଅନୁଯାୟୀ କଳିଯୁଗର କାଳ 432000 ବର୍ଷ ରହିଛି । ଆଉ ଏବେ କଳିଯୁଗର ପ୍ରଥମ ଚରଣ ଚାଲିଛି । ତେଣୁ କଳିଯୁଗର ଅନ୍ତ ହେବାରେ ଏବେ ବହୁତ ସମୟ ବାକି ଅଛି । ତେବେ ସତ୍ୟ ଯୁଗ ପରି କଳିଯୁଗରେ ଧର୍ମ କର୍ମ କରି ମଣିଷ ବଞ୍ଚିବା ଉଚିତ ।

ଏହା ଦ୍ଵାରା ମଣିଷ ର କର୍ମ ଅନୁଯାୟୀ ତାକୁ ଫଳ ପ୍ରାପ୍ତ ହେବ ।   ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *