ଭାଗ୍ୟ ବଡ଼ ନା କର୍ମ ବଡ଼ ? Garuda Purana

ବନ୍ଧୁଗଣ ଆଜି ଏକ କାହାଣୀ ମାଧ୍ୟମ ରେ ଜଣାଇବୁ ମଣିଷ ଜୀବନରେ କର୍ମ ବଡ ନା ଭାଗ୍ୟ ବଡ ହୋଇଥାଏ । ଗୋଟେ ଜଙ୍ଗଲରେ ସାଧୁ ରହୁଥିଲେ । ତାଙ୍କ ପାଖରେ ଅନେକ ଶିଷ୍ୟ ମଧ୍ୟ ରହୁଥିଲେ । ସେମାନଙ୍କ ମଧ୍ୟରୁ 2 ଜଣ ଶିଷ୍ୟ ଅନେକ ପ୍ରଶ୍ନ ପଚରାଉଚରା କରୁଥିଲେ । ସେହି ଶିଷ୍ୟଙ୍କର ନାମ ଥିଲା ଅଜୟ ଓ ବିଜୟ । ଗୋଟେ ଦିନ ଦୁହିଙ୍କ ମଧ୍ୟରେ ତର୍କ ଲାଗିଲା । ଅଜୟ କହିଲା ମଣିଷର ଭାଗ୍ୟ ସବୁ କିଛି ଆଉ ବିଜୟ କହିଲା ଭାଗ୍ୟ କିଛି ନୁହେଁ ।

କର୍ମ ନ କରିଲେ କିଛି ବି ମିଳିବ ନାହିଁ । ମଣିଷର କର୍ମ ସବୁ କିଛି ହୋଇଥାଏ । ଯେତେବେଳେ ଦୁହିଙ୍କର ସମସ୍ୟାର ସମାଧାନ ହେଲାନି ସେମାନେ ଗୁରୁଜୀଙ୍କ ପାଖରେ ପହଞ୍ଚି ନିଜର ସମସ୍ଯା ଜଣାଇଲେ । ଏହା ଶୁଣିବା ପରେ ଗୁରୁଜୀ ଚିନ୍ତାରେ ପଡିଲେ ଆଉ କହିଲେ ତୁମ ମାନଙ୍କର ପ୍ରଶ୍ନର ଉତ୍ତର କାଲି ଦେବୀ । କିନ୍ତୁ ମୋର ଗୋଟେ ସର୍ତ୍ତ ଅଛି କି ତୁମେ ଦୁଇ ଜଣ ଗୋଟେ କୋଠରିରେ 24 ଘଣ୍ଟା ରହିବାକୁ ହେବ ।

ଏବଂ ତୁମ ମାନଙ୍କୁ କିଛି ଖାଇବାକୁ ଦିଆଯିବ ନାହିଁ । ଏକଥା ଶୁଣିବା ପରେ ଶିଷ୍ୟ ମାନେ ରାଜି ହେଲେ ଆଉ ଦୁଇ ଜଣଙ୍କୁ ଗୋଟେ କୋଠରିରେ ବନ୍ଦ କରାଗଲା । ଦିନ ସାରା ଖାଇବାକୁ କିଛି ଦିଆଗଲା ନାହିଁ । ସନ୍ଧ୍ୟା ହେବାରେ ଦୁହେଁ ଭୋକରେ ଆଉଟୁପାଉଟୁ ହେଲେ । ଏହାପରେ ବିଜୟ କହିଲା ବନ୍ଧୁ ଆସ ଏଠାରେ କିଛି ଖାଦ୍ୟ ଖୋଜିବା କିନ୍ତୁ ଅଜୟ କହିଲା ଭାଗ୍ୟରେ ଯାହା ଥିବା ସେୟା ହେବ ।

ଏହାପରେ ବିଜୟ ଏପଟସେପଟ କରି ଅନ୍ଧାରରେ ଖୋଜିବାକୁ ଲାଗିଲା ଆଉ ତା ହାତରେ ଗୋଟେ କଳସୀ ଲାଗିଲା । କଳସୀରେ କିଛି ଭଜା ଛୋଲା ଥିଲା । ତାପରେ ବିଜୟ କହିଲା ଆକି ମୁଁ କରି ଖୋଜିବା ଦ୍ଵାରା ମୋତେ ଏତିକି ଖାଦ୍ୟ ମିଳିଲା । ଯଦି କର୍ମ କରି ନ ଥାନ୍ତି ତେବେ କଣ ମୋତେ ମିଳିଥାନ୍ତା । ଅଜୟ କିନ୍ତୁ କହିଲା ଭାଗ୍ୟ ହିଁ ବଡ ।

ଯାହାକୁ ଶୁଣିବା ପରେ ବିଜୟ ରାଗିଯାଇ କହିଲା ଯଦି ତୁମ ଭାଗ୍ୟ ବଡ ତେବେ ଭଜା ଛୋଲାରେ କିଛି ପଥର ବି ରହିଛି । ତୁମେ ଏହାକୁ ଭାଗ୍ୟ ଭାବି ଖାଇ ନିଅ । ରାତି ପାହିଲା ପରେ ଗୁରୁଜୀ ଶିଷ୍ୟଙ୍କୁ ପଚାରିଲେ ତୁମେ କଣ ଅନୁଭବ କରିଳ ? ଯାହାର ଉତ୍ତରରେ ଦୁଇ ଶିଷ୍ୟ ନିଜର ଅନୁଭୂତି ଜଣାଇଲେ । ଏହାପରେ ଅଜୟ ବିଜୟ ଦେଇଥିବା ପଥରକୁ ଗୁରୁଜୀ ଙ୍କୁ ଦେଲା ।

କିନ୍ତୁ ଦେଖିଲା ବେଳକୁ ପଥର ଗୁଡାକ ହୀରା ପାଲଟି ଯାଇଛି । ଯାହାକୁ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ । ଏହାପରେ ଗୁରୁଜୀ ଶିଷ୍ୟ ମାନେ ପ୍ରଶ୍ନ କରିଲେ କର୍ମ ବଡ ନା ଭାଗ୍ୟ ବଡ । ଉତ୍ତରରେ ଗୁରୁଜୀ କହିଲେ ଦୁଇଟିଯାକ ବଡ । ବିଜୟ କର୍ମ କରି ଛୋଲା ପାଇଲା ଆଉ ହୀରାକୁ ପଥର ଭାବି ଅଜୟକୁ ଦେବାରୁ ତାହା ହୀରା ପାଲଟିଗଲା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ  ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *