ଏହି 10ଟି ଗୁଣ ଥିବା ମହିଳା ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି…

ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କୁ ଧନର ଦେବୀ ମାନାଯାଏ । ଯଦୁଇ ଆପଣ ଜୀବନରେ ଧନୀ ଓ ଖୁସି ରେ ରହିବାକୁ ଚାହୁଁ ଛନ୍ତି ତେବେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିବା ଜରୁରୀ ଅଟେ । ସେମିତି ମାତା ଲକ୍ଷ୍ମୀ ସେହି ଲୋକ ମାନଙ୍କର ଇଚ୍ଛା ପୂରଣ କରିଥାନ୍ତି ଯେଉଁ ମାନଙ୍କ ଠାରେ କିଛି ଖାସ ଅଭ୍ଯାସ ବା ଗୁଣ ରହିଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ ସେହି ୧୦ତି ଅଭ୍ଯାସ ବା ଗୁଣ ବିଷୟରେ ଯାହା ପାଇଁ ମାତା ଲକ୍ଷ୍ମୀ ଲୋକଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

୧- ନିୟମିତ ପୂଜା କରୁଥିବା ସ୍ତ୍ରୀ ଙ୍କୁ ମାତା ଲକ୍ଷ୍ମୀ ସବୁବେଳେ ପସନ୍ଦ କରନ୍ତି । ଏହି ମହିଳା ମାନେ ଅନ୍ୟ ମହିଳାଙ୍କ ତୁଳନାରେ ଅଧିକ ପଜେଟିଭ ହୋଇଥାନ୍ତି । ନିୟମିତ ପୂଜା ଓ ଆରାଧନା ହେତୁ ଏହି ସ୍ତ୍ରୀଙ୍କର ମନ ପବିତ୍ର ରହିଥାଏ । ଆଉ ଯେଉଁ ମାନଙ୍କର ମନ ପବିତ୍ର ଥାଏ ସେଠାରେ ମା ଲକ୍ଷ୍ମୀ ବାସ କରନ୍ତି ।

୨- ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କ ନାଁ ରେ ବ୍ରତ ରଖୁଥିବା ନାରିଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ । ଏମାନେ ମାତା ଲକ୍ଷ୍ମୀଙ୍କ ପାଇଁ ନିଜ ଲୋକ ତ୍ୟାଗ କରିଥାନ୍ତି । ଯାହା ପାଇଁ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୩- ଘରେ ଥିବା କନ୍ୟା ଙ୍କୁ ସ୍ନେହ ଶ୍ରଦ୍ଧା କରୁଥିବା ମହିଳାଙ୍କୁ ମା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି । ଏମିତିରେ ନାରୀ ମାନେ ଝିଅଙ୍କୁ ସ୍ନେହା ଦିଅନ୍ତି ତାଙ୍କୁ ବୋଝ ଭାବନ୍ତି ନାହିଁ ସେମାନଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

୪- ଗୁରୁବାର ଦିନ ମା ଲକ୍ଷ୍ମୀ ଙ୍କ ନାଁ ରେ ଘିଅର ଦୀପ ଜଳାଇଲେ ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯେଉଁ ନାରୀ ଏଭଳି କରିଥାନ୍ତି ସେ ମା ଲକ୍ଷ୍ମୀ ଙ୍କର ମହିମା ଦେଖିଥାନ୍ତି ଓ ତାଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୫- ଯେଉଁ ନାରୀ ମାନେ ଗୁରୁବାରରେ ଆମିଷ ଖାଆନ୍ତି କି ତିଆରି କରନ୍ତି ନାହିଁ ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ । ତେଣୁ ଏହି ଦିନ ଆମିଷ ଖାଇବା ବର୍ଜିତ ଅଟେ ।

୬- ଗୁରୁବାର ଦିନ ଦାନ ଧର୍ମ କରିବା ଶୁଭ ମାନାଯାଏ । ଏମିତି କରୁଥିବା ନାରୀଙ୍କ ଉପରେ ମା ଲକ୍ଷ୍ମୀଙ୍କ ଶୁଭ ଦ୍ରୁଷ୍ଟି ପଡିଥାଏ । ଏହି ଦାନରେ ଧାନ, ପଇସା, ଅର୍ଣ୍ଣ ବା ବସ୍ତ୍ର ସହ କୌଣସି ଜିନିଷ ଦେଇପାରିବେ ।

୭- ବୟସ୍କ ଲୋକଙ୍କୁ ସମ୍ମାନ କରୁଥିବା ମହିଳା ମା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି । ଏଭଳି ନାରିଙ୍କର ଆଚରଣରେ ଲକ୍ଷ୍ମୀ ମାତା ଖୁସି ହୋଇଥାନ୍ତି ।

୮- ଘରର ସଦସ୍ୟଙ୍କର ଯତ୍ନ ଓ ଉନ୍ନତି କରୁଥିବା ମହିଳାମାନେ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ।

୯- ପରିବାର ସହ ବାନ୍ଧି ହୋଇ ରହୁଥିବା ନାରୀ ମା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ।

୧୦- ମାଙ୍କର ଶ୍ରୀଙ୍ଗାର ଓ ଚନ୍ଦନ ଟୀକା ଲଗାଇ ପୂଜା କରୁଥିବା ନାରିଙ୍କ ଉପରେ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *