ପୁରୁଷ କେତେ ପ୍ରକାରର ? କେଉଁ ପୁରୁଷ ଙ୍କୁ ନାରୀ ମାନେ ବିବାହ କରିଲେ ସୌଭାଗ୍ୟବତୀ ହୋଇଥାନ୍ତି ?

ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ରରେ ନାରୀ ମାନଙ୍କୁ 4 ଭାଗରେ ବର୍ଣ୍ଣନା କରାଯାଇଅଛି । ଓ ପୁରୁଷ ମାନଙ୍କୁ 4 ଭାଗରେ ବିଭକ୍ତ କରାଯାଇଛି । ଆଜି ଆମେ ଜାଣିବା କେଉଁ ପୁରୁଷ ଙ୍କୁ ବିବାହ କରିଲେ ନାରୀ ସୌଭାଗ୍ୟବତୀ ଓ ଦେବା ତୁଲ୍ୟ ହୋଇଥାଏ । ପୁରୁଷ ଙ୍କୁ 4 ଜାତିରେ ବର୍ଣ୍ଣନା କରାଯାଇଛି । 1- ପ୍ରଥମେ ହେଉଛନ୍ତି ଶଶକ ଜାତି । ଏହି ଜାତିର ପୁରୁଷ ପ୍ରିୟ ଓ ସତ୍ୟ କଥା କହିଥାନ୍ତି ।

ଏମାନେ ସୁଶୀଳ ଓ ଗୁଣବାନ ହେବ ସହ ଏମାନଙ୍କର ବାଣୀ ମଧୁର ହୋଇଥାଏ । ଏମାନେ ସାଧୁ ସନ୍ଥ ପ୍ରିୟ ହୋଇଥାନ୍ତି । ବିଭିନ୍ନ ପ୍ରକାରର ସୁଲକ୍ଷଣ ଯୁକ୍ତ ହୋଇଥାନ୍ତି । ଏମାନେ ଡେଙ୍ଗା ବା ଗେଡା ହୋଇନ ଥାନ୍ତି । ଗୁରୁଙ୍କର ସେବା କରିବା ସହ ପରୋକାରୀ ହୋଇଥାନ୍ତି । ପର ସ୍ତ୍ରୀ ପ୍ରତି ଆକ୍ରୁଷ୍ଟ ନୁହନ୍ତି । ଏମାନେ ଶାନ୍ତ ନିଷ୍ପାପ ହୃଦୟର ହୋଇଥାନ୍ତି । ଏମାନେ ପଦ୍ମିନୀ ନାରୀଙ୍କୁ ବିବାହ କରିଲେ ସନ୍ତୁଷ୍ଟ ଲାଭ କରିଥାନ୍ତି । ଏମାନଙ୍କର ଯୋଡି ଲକ୍ଷ୍ମୀ ନାରାୟଣଙ୍କ ପରି ହୋଇଥାଏ ।

2- ଦ୍ଵିତୀୟରେ ହେଉଛି ମୃଗ ପୁରୁଷ । ଏମାନେ ଦୀର୍ଘାକାୟ, ବଳବାନ ହୋଇଥାନ୍ତି କିନ୍ତୁ ଶରୀର ଦୁର୍ବଳ ହୋଇଥାଏ । ଏମାନେ ନାଚ ଗୀତ ପ୍ରିୟ ହେବ ସହ ଦ୍ରୁଷ୍ଟି ମୃଗ ପରି ଚଞ୍ଚଳ ହୋଇଥାଏ । ଏମାନେ ଭଜନ ଗାଇବା ସହ ଗୁରୁ ଓ ଦେବତାଙ୍କ ଠାରେ ଭକ୍ତି ରଖିଥାନ୍ତି । ନାମ ସଙ୍କୀର୍ତ୍ତନ ଜାଗାରେ ଏମାନେ ଯୋଗ ଦେଇଥାନ୍ତି । ଘରକୁ ଆସିଥିବା ଅତିଥିଙ୍କର ଯତ୍ନ ପୂର୍ବକ ସତ୍କାର କରିଥାନ୍ତି । ଏମାନେ ଚିତ୍ରିଣୀ ନାରୀଙ୍କୁ ବିବାହ କରିଲେ ସନ୍ତୁଷ୍ଟ ହୋଇଥାନ୍ତି । ଏମାନଙ୍କର ଯୋଡି ସାକ୍ଷାତ ହାର ପାର୍ବତୀଙ୍କ ପରି ହୋଇଥାଏ ।

3- ତୃତୀୟ ପୁରୁଷ ହେଉଛିନ୍ତି ବୃଷ ଜାତିର । ଏମାନଙ୍କର ଶରୀର ସୁନ୍ଦର ଓ ସୁଶୀଳ ହୋଇଥାଏ । ଏମାନେ ବହୁ କୁରୁମ୍ବୀ ହେବା ସହ ଗୁଣବାନ ହୋଇଥାନ୍ତି । ଏମାନଙ୍କର ଜିଭ ଲମ୍ବା ହୋଇଥାଏ । ଏମାନଙ୍କର ଶରୀର ହୃଷ୍ଟ ପ୍ରୁଷ୍ଠା ହୋଇଥାଏ । ଏମାନଙ୍କର ପାଦ ଅପେକ୍ଷାକୃତ ଛୋଟ ହୋଇଥାଏ ଓ ଏମାନେ ନିର୍ଲଜ ପ୍ରକୃତିର ହୋଇଥାନ୍ତି । ଏମାନେ ନାରୀଙ୍କୁ ଦେଖି ଖୁସି ହୋଇଥାନ୍ତି । ଏମାନେ ପାପ କର୍ମ କରିବାକୁ ଚେଷ୍ଟା କରନ୍ତି । ସବୁବେଳେ ନାରୀ ସହ ସହବାସ କରିବାକୁ ଇଚ୍ଛା କରିଥାନ୍ତି । ଏମାନେ ଶଙ୍ଖିନୀ ନାରୀଙ୍କୁ ବିବାହ କରିଲେ ସନ୍ତୁଷ୍ଟ ଲାଭ କରିଥାନ୍ତି । ଏମାନଙ୍କର ଯୋଡି ରାବଣ ଓ ମନ୍ଦୋଦରୀ ପରି ହୋଇଥାଏ ।

4- ଚତୁର୍ଥ ରେ ହେଉଛନ୍ତି ଅଶ୍ଵ ପୁରୁଷ । ଏହି ଜାତିର ପୁରୁଷଙ୍କର ଅଙ୍ଗ ପ୍ରତ୍ୟଙ୍ଗ କଠିନ ହୋଇଥାଏ । ଏମାନେ ନିର୍ଭୀକ ହୋଇଥାନ୍ତି ଓ ସର୍ବଦା କୁ-କାର୍ଯ୍ୟ ରେ ଲିପ୍ତ ଥାନ୍ତି । ଏମାନେ ଦୀର୍ଘାକାୟ ହେବା ସହ ଜଲ୍ଦି ଗମନ କରିଥାନ୍ତି । ସର୍ବଦା ପର ନିନ୍ଦା କରିବା ସହ ଧର୍ମ ହିନ ଓ କାମୁକ ହୋଇଥାନ୍ତି । ଏମାନେ କ୍ରୋଧୀ ହୋଇଥାନ୍ତି । ଏମାନେ କମ ସୋଇଥାନ୍ତି । ନାରୀ ମାନଙ୍କୁ ଖରାପ ନଜରରେ ଦେଖିଥାନ୍ତି । ଏମାନେ ହସ୍ତିନୀ ନାରୀଙ୍କୁ ବିବାହ କରିଲେ ସନ୍ତୁଷ୍ଟ ଲାଭ କରିଥାନ୍ତି ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *