ଏହି 4 କାମ କରୁଥିବା ବ୍ୟକ୍ତି ସର୍ବଦା ରହିଥାନ୍ତି ଦୁଃଖୀ, Shri Krishna Vani

ନମସ୍କାର ବନ୍ଧୁଗଣ ।ଆମ ହିନ୍ଦୁ ଧର୍ମରେ ୪ଟି ଯୁଗ କଥା କୁହା ଯାଇଛି । ସେଗୁଡିକ ହେଲା ସତ୍ୟ ଯୁଗ ,କଳି ଯୁଗ , ଦ୍ଵାପର ଯୁଗ ଓ ତ୍ରେତା ଯୁଗ ।  ପୁରାଣରେ ଏହି ସବୁ ଯୁଗ ବିଷୟରେ ଲେଖା ଯାଇଛି । ସେଥିରେ ମଣିଷର ଆୟୁ , ଧର୍ମ , ଆଚରଣ ,ବ୍ୟବହାର, ବର୍ତ୍ତମାନ କାଳ ଓ ଭବିଷ୍ୟତ କାଳ ବିଷୟରେ ସମସ୍ତ ଲେଖା ଯାଇଛି । ଏହା ଜଣା ଯାଇଛି ଜେ ଯୁଗ ବଦଳିବା ହେତୁ ମଣିଷର ଆଚରଣ, ଧର୍ମ , କର୍ମ , ବ୍ୟବହାର , ଇଶ୍ଵର ପ୍ରତି ଆସ୍ଥା , ବୁଦ୍ଧି,ବିଶ୍ଵାସ ଓ କାମ କରିବାର ଶକ୍ତି ଆସ୍ତେ ଆସ୍ତେ କମିବାରେ ଲାଗୁଛି ।

ଓ ଅଧର୍ମ, ଅତ୍ୟାଚାର, ଅନାଚାର, ଅସାନ୍ତି, ରୋଗ , କ୍ରୋଧ, ବ୍ୟାଧି ଓ ଅନ୍ଧବିଶ୍ଵାସ ସବୁ ବଢି ବଢି ଯାଉଛି । କଳିଯୁଗରେ ଏହି ସବୁ କାର୍ଯ୍ୟ ଦେଖିବାକୁ ମିଳିବ । ଏହି ସବୁର ଅନ୍ତ ଘଟିବ । ଯେବେ ପୃଥିବୀ ସବୁ ଶେଷ ହୋଇଯିବ ତାହା ପରେ ଆଉ ଏକ ଯୁଗ ଆରମ୍ଭ ହେବ ।  କଳିଯୁଗରେ ଯେଉଁ ମଣିଷ ଅଧର୍ମ କାମ କରିଥିବ ସେମାନଙ୍କୁ ନିଶ୍ଚିତ ଭାବରେ  କଠୋର ଦଣ୍ଡ ମିଳିବ ।ଗୀତାରେ  ଶ୍ରୀକୃଷ୍ଣ କହିଛନ୍ତି  ପ୍ରଥମେ ମଣିଷ ନିଜର ଧର୍ଯ୍ୟ ରଖିବାକୁ ପଡିବ । ଯଦି ମଣିଷ କଳିଯୁଗରେ ନିଜର ମନକୁ ନିୟନ୍ତ୍ରଣ ରଖିବ ତା ହେଲେ ସେ ବଞ୍ଚିବାର ରାସ୍ତା ଶିଖିଯିବ ।

କାରଣ ଆମେ ଯେଉଁ କାର୍ଯ୍ୟ କରିଥାଉ ନିଜ ଇଛା ରେ କରିଥାଉ । ତେଣୁ ଆମେ ନିଜର ମନକୁ ନିୟନ୍ତ୍ରଣ ରଖି ଖରାପ କାର୍ଯ୍ୟ କରିବା ନାହିଁ । ୨ -ରେ ମନକୁ ନିୟନ୍ତ୍ରଣ ରଖିଲେ ଆମର ସବୁ ଇନ୍ଦ୍ରିୟ ଯଥା ଆଖି, କାନ , ନାକ ଜିଭ ଏବଂ ତ୍ଵଚାକୁ ମଧ୍ୟ ନିୟନ୍ତ୍ରଣ କରିବାକୁ ପଡିବ । କାରଣ ମଣିଷର ଏହି ଇନ୍ଦ୍ରିୟ ନିଜର ନିୟନ୍ତ୍ରଣ ରେ ରହି ନ ଥାଏ । ଏହା ଲୋଭ ମୋହରେ ପଡି ବିନାଶ ଆଡକୁ ଯାଇଥାଏ। ଶ୍ରୀକୃଷ୍ଣ କହିଛନ୍ତି ଇନ୍ଦ୍ରିୟ ରଥକୁ ଚଲାଉଥିବା ଘୋଡା ପରି ହୋଇଥାଏ। ଯଦି ତାହାକୁ ନିୟନ୍ତ୍ରଣ କରାଯିବ ନାହିଁ  ତା ହେଲେ ଆପଣଙ୍କର ଜୀବନର ରଥ ଚଲେଇ ପାରିବେ ନାହିଁ । ତେଣୁ ଆପଣ ସର୍ବଦା ନିଜର ଇନ୍ଦ୍ରିୟ କୁ ନିଜର କାବୁରେ ରଖିବେ ।

୩ରେ – ମନର ବିଚାର , ବୁଦ୍ଧି ,ବିବେକ  କଳିଯୁଗରେ ଏହାର ସନ୍ତୁଳନ ବହୁତ ମାତ୍ରା ରେ ଆବଶ୍ୟକ ହୋଇଥାଏ । ଆମର ମନର ଚଞ୍ଚଳତା ରେ ବିଚାର ଖରାପ ହୋଇଥାଏ।  ଏହା ଆମକୁ ଖରାପ ରାସ୍ତାକୁ ନେଇ ଯାଇଥାଏ।  ତେଣୁ ମଣିଷର ବୁଦ୍ଧି ନଷ୍ଟ ହୋଇ ଯାଇଥାଏ ଖରାପ ଓ ଭଲ ତାକୁ ଜଣା ପଡେ ନାହିଁ । ତେଣୁ ସେ କୁକର୍ମ କରିଥାଏ । ୪ରେ – ଆମର ଖାଦ୍ଯ ବ୍ୟକ୍ତିତ୍ବ ଜଣାଇଥାଏ । ଆମେ ଯେଉଁ ପ୍ରକାରର ଖାଦ୍ୟ ନେଇଥାଉ ଆମର ବ୍ୟକ୍ତିତ୍ବ ସେହି ପ୍ରକାରର ହୋଇଥାଏ ।  ଯଦି ସର୍ବଦା ଗରିଷ୍ଠ , ଆମିଷ , ଏବଂ ମସଲା ଖାଦ୍ୟ ଖାଇବା ତାହାଲେ ଆମର ବିଚାର ଖରାପ ହୋଇଥାଏ । ଯଦି ଆମେ ସର୍ବଦା ସୁଧ, ଶାକାହାରୀ , ଭୋଜନ କରିବେ ତା ହେଲେ ବିଚାର ବହୁତ ଭଲ ରହିବ। ବନ୍ଧୁଗଣ ଏହି ୪ଟି କାରଣ ପାଇଁ ଆମ ଜୀବନରେ ଦୁଖ ଆସିଥାଏ ।

Leave a Reply

Your email address will not be published. Required fields are marked *