ଏହି 5 ଟି କଥା ସର୍ବଦା ଗୁପ୍ତ ରଖନ୍ତୁ ନ ହେଲେ ଆପଣ ହୋଇପାରନ୍ତି ବରବାତ ।

ବନ୍ଧୁଗଣ ଅନେକ ସମୟରେ ଏପରି ହୋଇଥାଏ କି ଆମେ ମାନେ କାହାକୁ ନିଜର ଗୁପ୍ତ କଥା କହିଥାଉ । ଆଉ ସେତେବେଳେ ଆମକୁ ଲାଗିଥାଏ କି ଆପଣଙ୍କୁ ମଧ୍ୟ ନିଜର ଗୁପ୍ତ କଥା ତାଙ୍କ ସହ ସେୟାର କରିବା ଉଚିତ । କିନ୍ତୁ ଏହା ପଛରେ ଆପଣଙ୍କୁ ବିପଦ ପକାଇପାରେ । ଏମିତି କିଛି ଲୋକ ଆମ ଜୀବନକୁ ଆସନ୍ତି ଯେଉଁ ମାନେ ଏଭଳି କଥା କହିବେ ଯାହା ପାଇଁ ଆପଣ ନିଜର ଶିକରେଟ ତାଙ୍କ ଆଗରେ କହିବେ । ଯାହା ପାଇଁ ଆମେ ମାନେ ପଛରେ ହଇରାଣ ହୋଇଥାଉ । ଆଜି ଆମେ ଜାଣିବା ଏମିତି କେଉଁ 5ଟି କଥା ଯାହାକୁ ସର୍ବଦା ଗୁପ୍ତ ରଖିବା ଉଚିତ ।

1- କୌଣସି ବ୍ୟକ୍ତି ଯାହାକୁ କିଛି ବି ଜିନିଷ ଦାନ ପୂଣ୍ୟ କରୁଛନ୍ତି ଅର୍ଥାତ ଆପଣ ଯେଉଁ ସେବା କାର୍ଯ୍ୟ କରୁଛନ୍ତି ବା କୌଣସି ଜାଗାରେ ଦାନ କରୁଛନ୍ତି । ତେବେ ଏହି କଥାକୁ ସବୁବେଳେ ଗୁପ୍ତ ରଖିବା ଉଚିତ । ନ ହେଲେ ଆପଣଙ୍କ ଦାନ ପୂଣ୍ୟ ର ଫଳ ମିଳେ ନାହିଁ । ଆପଣ ନିଜ ମୁହଁ ରେ କେବେ ବି କାହାକୁ କୁହନ୍ତୁ ନାହିଁ ।

2- ନିଜସ୍ଵ ବିଚାର : ପ୍ରତେକ ବ୍ୟକ୍ତିଙ୍କ ଲାଇଫ ରେ ନିଜସ୍ଵ ବିଚାର ରହିଥାଏ । ଯେ କୌଣସି ବିଷୟ ବସ୍ତୁ କୁ ନେଇ ଆମ ମାନଙ୍କର ନିଜର ମତାମତ ଥାଏ । ତାହା ଆଧ୍ୟାତ୍ମିକ ହେଉ ବା ରାଜନୈତିକ ହେଉ । ଏଣୁ କାହାକୁ ବି କୌଣସି କ୍ଷେତ୍ରରେ ନିଜର ରାୟ ବା ମତ ଦାନ କରନ୍ତୁ ନାହିଁ । ଆପଣଙ୍କ ରାୟ କୁ କେହି ମାନିବେ ତାହାର କିଛି ବାସ୍ତବିକତା ନାହିଁ । ନିଜର ବିଚାର କୁ କେବେ ବି ଆବଶ୍ୟକ ନ ପଡିଲେ କହିବେ ନାହିଁ ।

3- ପ୍ରତେକ ମଣିଷ ଙ୍କ ଜୀବନରେ କିଛି ନା କିଛି ଲକ୍ଷ୍ୟ ଥାଏ । ଆଉ ସେହି ଲକ୍ଷ୍ୟ କୁ ପୂରଣ କରିବା ପାଇଁ ବ୍ୟକ୍ତି ବହୁତ ପରିଶ୍ରମ କରିଥାନ୍ତି । କିନ୍ତୁ ଏହି ସବୁ ଲକ୍ଷ ବିଷୟରେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିଲେ ବ୍ୟକ୍ତି କେବେ ବି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବେ ନାହିଁ । କାରଣ ଏହା ଦ୍ଵାରା ବ୍ଯକ୍ତିର ଏକାଗ୍ରତା କମି ଯାଇଥାଏ । ଏଣୁ ଏହାକୁ ସର୍ବଦା ଗୁପ୍ତ ରଖିବା ଉଚିତ । ନିଜର ଲକ୍ଷ୍ୟ ବିଷୟରେ କାହାକୁ କେବେ କହିବା ଉଚିତ ନୁହେଁ ।

4- ପ୍ରତେକ ବ୍ୟକ୍ତିଙ୍କର ନିଜସ୍ଵ ଲାଇଫ ଷ୍ଟାଇଲ ରହିଥାଏ । ଆଉ ସେମାନେ ନିଜ ହିସାବରେ ଜୀବନ ବଞ୍ଚିଥାନ୍ତି । ପ୍ରତେକ ମଣିଷ ନିଜର ଧର୍ମ ପଛରେ ଧାଇଁଥାଏ । ଏଣୁ ନିଜର ଲାଇଫ ଷ୍ଟାଇଲ କି ଧର୍ମ ବିଷୟରେ କାହା ଆଗରେ ଚର୍ଚ୍ଚା କରିବା ଉଚିତ ନୁହେଁ । ନିଜର ଭୁଲକୁ କେବେ ବି କାହା ଆଗରେ ପ୍ରକାଶ କରିବା ଉଚିତ ନୁହେଁ ।

5- ପ୍ରତେକ ମଣିଷଙ୍କର ପରିବାରରେ କିଛି ନା କିଛି ସମସ୍ଯା ଥାଏ । କିନ୍ତୁ ଏହାକୁ ବାହାର ଲୋକଙ୍କ ଆଗରେ କହିବା ଉଚିତ ନୁହେଁ । ନହେଲେ ସେମାନେ ଆପଣଙ୍କର ଫାଇଦା ଉଠାଇ ପାରନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *