ଗରୁଡ ପୁରାଣ ଅନୁଯାୟୀ ଯମଲୋକ କେମିତି ହୋଇଥାଏ ?

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଗରୁଡ ପୁରାଣ ବିଷୟରେ ଶୁଣି ଥିବେ । ପ୍ରତେକ ବ୍ୟକ୍ତି ର ମୃତ୍ୟୁ ପରେ ଗରୁଡ ପୁରାଣ ବିଷୟରେ କୁହା ଯାଇଥାଏ । କାରଣ ଗରୁଡ ପୁରାଣ ରେ ମଣିଷର ମୃତ୍ୟୁ ପରେ ତାର ଆତ୍ମା ର ସଂପୂର୍ଣ୍ଣ ଯାତ୍ରା ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣନା କରା ଯାଇଛି । ଏହା ସହ ଯେଉଁ ମାନେ ଖରାପ କାମ କରିଥାନ୍ତି ସେମାନଙ୍କୁ ମୃତ୍ୟୁ ପରେ ଯମଲୋକ ରେ କେଉଁ ଭଳି ଭାବେ ଦଣ୍ଡ ଦିଆଯାଏ ତାହା ଗରୁଡ ପୁରାଣ ରେ ବର୍ଣ୍ଣିତ ଅଛି । ଆଜି ଆମେ ଆପଣଙ୍କୁ କହିବୁ ମୃତ୍ୟୁ ପରେ ଯମଲୋକ ର ଯାତ୍ରା କିପରି ହୋଇଥାଏ ସବୁ ପ୍ରାଣୀ ଙ୍କ ପାଇଁ ।

ଭଗବାନ କୃଷ୍ଣ କହିଛନ୍ତି ଯେଉଁ ଆତ୍ମା ଖରାପ କର୍ମ କରିଥାନ୍ତି ସେମାନେ ଯମଲୋକ କୁ ଯାତ୍ରା କରିଥାନ୍ତି । ଏହାର ବିପରୀତ ଯେଉଁ ଆତ୍ମା ଭଲ କର୍ମ କରିଥାନ୍ତି ଯଥା ଦାନ କରିବା, ପୂଜା ପାଠା ଆଦି ମୃତ୍ୟୁ ପୂର୍ବର ରୁ କରିଥାନ୍ତି ସେମାନଙ୍କୁ ସ୍ଵର୍ଗ ଲୋକ ପ୍ରାପ୍ତ ହୋଇଥାଏ । ଯେବେ ପାପୀ ବ୍ୟକ୍ତି ର ମୃତ୍ୟୁ ହୋଇଥାଏ ସେହି ସମୟରେ ଯମରାଜ ସ୍ଵୟଂ ସେହି ବ୍ୟକ୍ତି ପାଖକୁ ଆସିଥାନ୍ତି ।

ଆଉ ଶରୀର ରୁ ଆତ୍ମା ତ୍ୟାଗ କରିବା ପରେ ଯମଦୂତ ମାନେ ସେମାନଙ୍କୁ ଯମଲୋକ ନେଇ ଯାଇଥାନ୍ତି । ଯମଲୋକ ର ରାସ୍ତା ବହୁତ କଷ୍ଟଦାୟକ ଓ ଭୟାନକ ହୋଇଥାଏ । ଏହି ରାସ୍ତା ରେ ଗଛର ଛାଇ କି ପାଣି ର ଗୋଟେ ବୁନ୍ଦା ମଧ୍ୟ ନ ଥାଏ । ଯମଲୋକ ର ରାସ୍ତା କଣ୍ଟା ରେ ଭର୍ତ୍ତି ହୋଇଥାଏ । ଏହି ରାସ୍ତା ରେ ଯାତ୍ରା ସମୟରେ ଆତ୍ମା ଏଭଳି ଯନ୍ତ୍ରଣା ପାଇଥାଏ ଯାହା ପାଇଁ ସେ ନିଜର ପରିଜନ ମାନଙ୍କୁ ମନେ ପକାଇ ଥାଏ ।

ବହୁତ କଷ୍ଟ ପାଇଥାଏ ଆତ୍ମା ଯମଲୋକ କୁ ଯାତ୍ରା କରିବା ସମୟରେ । ଏହି ସବୁ କାଶ୍ୟ ସହ୍ୟ କରି ଆତ୍ମା ଯମଲୋକ ରେ ପହଞ୍ଚି ଥାଏ । ଗରୁଡ ପୁରାଣ ଅନୁଯାୟୀ ଯମଲୋକ ର 4ଟି ଦ୍ଵାରା ଅଛି । ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମ ଦ୍ଵାରା ହେଉଛି ଯମପୁରୀ ଯେଉଁଠି ଯମରାଜ ଶନି ଙ୍କ ବିରାଜମାନ ଅଛି ।

କିନ୍ତୁ ସ୍ଵର୍ଗପୁର ରେ ସୁନ୍ଦର ସିଂହାସନ ରହିବା ସହ ଏକ ସୁଗନ୍ଧ ରହିଛି ଯାହା ସମସ୍ତଙ୍କୁ ଆକର୍ଷିତ କରିଥାଏ । ଯେଉଁ ଠାରେ ସ୍ଵୟଂ ୟମରାଜ ବିରାଜମାନ କରିଥାନ୍ତି । ୟମରାଜ ଅନେକ ଅପ୍ସରା ମାନଙ୍କର ସେବା ପାଇଁ ତତ୍ପର ରହିଥାନ୍ତି । ସ୍ଵର୍ଗପୁର ରେ କେବଳ ଧର୍ମ ମାର୍ଗ ରେ ଚାଲିଥିବା ଆତ୍ମା ହିଁ ପ୍ରବେଶ କରି ପାରିବେ ।

ଏମିତି ଆତ୍ମା ଯେଉଁ ମାନେ କେବେ ନିଜ ଜୀବନରେ ଅସତ୍ୟ କହି ନ ଥିବେ, ଆଧ୍ୟାତ୍ମିକ ପ୍ରକୃତିର ହୋଇଥିବେ, ଶାନ୍ତ ସ୍ଵଭାବର ହୋଇଥିବେ, ଦାନ ପୂଣ୍ୟ କରିଥିବେ । ଏଠାରେ ଚିତ୍ରଗୁପ୍ତ ଙ୍କ ସୁନ୍ଦର ଭାବନା ଅଛି ଯେଉଁ ଠାରେ ଚିତ୍ରଗୁପ୍ତ ଆତ୍ମା ଙ୍କ କର୍ମର ଲେଖନ କରିଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *