ଘର ଉପରେ ପେଚା ବସିବା ବା ଘର ଭିତରକୁ ପଶି ଆସିବା ଦେଇଥାଏ ଏହି ସଂକେତ, Shakuna Shastra

ଜୀବନରେ ଅନେକ ପ୍ରକାରର ସମସ୍ଯା ଆସିଥାଏ । ସେହିସବୁ ସମସ୍ୟାକୁ ସମାଧାନ କରିବା ପାଇଁ ମଧ୍ୟ ବହୁତ ଉପାୟ କରିଥାଉ । ଠିକ ସେହି ପରି ସବୁ ସମସ୍ୟାର ସମାଧାନ ମଧ୍ୟ ରହିଛି । କିଛି ଜିନିଷ ରହିଛି ବାସ୍ତୁ ଶସ୍ତ୍ର ଅନୁସାରେ ଶୁଭ ଅଶୁଭ ରହିଥାଏ । ପୃଥିବୀରେ ଅନେକ ପ୍ରକାରର ପକ୍ଷୀ ଅଛନ୍ତି । ସମସ୍ତଙ୍କର ନିଜସ୍ୱ ମଧ୍ୟ ରହିଥାଏ । ଏପରି କିଛି ପକ୍ଷୀ ଅଛନ୍ତି ,ଯେଉଁ ମାନେ ଅଶୁଭ ଓ ଶୁଭର ସଙ୍କେତ ଦେଇଥାନ୍ତି । ଆଜି ଆସନ୍ତୁ ଜାଣିବା ଘରେ ପେଚା ବସିବା ଦ୍ଵାରା ଭଲ ହୋଇଥାଏ ନା ଖରାପ ହୋଇଥାଏ ।

ପେଚା ସାମାନ୍ୟତଃ ଦୁଇ ପ୍ରକାରର ରହିଥାନ୍ତି । ଧଳା ପେଚା ଓ କଳା ପେଚା । ସମସ୍ତେ କହିଥାନ୍ତି କି ଧଳା ପେଚା ଘରେ ବସିବା ଦ୍ଵାରା ଶୁଭ ହୋଇଥାଏ । କଳା ପେଚା ଘରେ ବସିବା ଦ୍ଵାରା ଅଶୁଭ ହୋଇଥାଏ । କିନ୍ତୁ ଏହା ସମ୍ପୂର୍ଣ ଭୁଲ ଅଟେ । ପେଚା ମାତ୍ରେକେହିଁ ଶୁଭ ହୋଇଥାଏ । ପେଚା ହେଉଛନ୍ତି ମା ଲକ୍ଷ୍ମୀଙ୍କର ବାହନ । ସେଥିଲାଗି ପେଚା ଘରେ ବସିବା ବା ଘର ଭିତରକୁ ପ୍ରବେଶ କରିବା ଦୁଇଟି ଯାକ ବହୁତ ଶୁଭ ହୋଇଥାଏ । ଆଜିର ଦୁନିଆରେ ଗଛ କାଟିବା ,ଜଙ୍ଗଲକୁ ନଷ୍ଟ କରିବା ଏହା କରିବା ଦ୍ଵାରା ପକ୍ଷୀ ମାନେ କେଉଁଠାରେ ରହିବେ ।

ପକ୍ଷୀ ମାନେ ଗଛର କୋରଡରେ ରହିଥାନ୍ତି । ପୂର୍ବ କାଳରେ ଜଙ୍ଗଲ ଧ୍ୱୋଂସ କରିବାକୁ ଦେଉନଥିଲେ । କିନ୍ତୁ ଏବେ ଜନ ସଂଖ୍ୟା ବୃଦ୍ଧି ହେବ ସହ ଜଙ୍ଗଲ ମଧ୍ୟ କ୍ଷୟ ହେବାକୁ ଲାଗିଲାଣି । ସେଥିଲାଗି ପଶୁ ପକ୍ଷୀ ମାନଙ୍କୁ ରହିବାରେ ଅସୁବିଧା ହେଉଛି । ସେଥିଲାଗି କୌଣସି ଘରର ଆଶ୍ରୟ ନେବାକୁ ପଡୁଛି । ଯଦି କୌଣସି ବ୍ୟକ୍ତିଙ୍କ ନଜର ଓ ପେଚର ନଜର ମିଶିଯାଏ । ଏହା ବହୁତ ଶୁଭ ହୋଇଥାଏ । ଏହା ଦ୍ଵାରା ଅଚାନକ ଧନ ପ୍ରାପ୍ତିର ଯୋଗ ଦେଖାଦେବ । ଯଦି କୌଣସି ବ୍ୟକ୍ତି ରୋଗଗ୍ରସ୍ତ ହୋଇଛନ୍ତି ଭଲ ହେଉନାହିଁ ।

ପେଚା ଉଡିବା ସମୟରେ ତାର ପରର ପବନ ସେହି ବ୍ୟକ୍ତିଙ୍କ ଦେହରେ ବାଜେ ଏହା ବହୁତ ଭଲ ହୋଇଥାଏ । ସମସ୍ତ ରୋଗ ଦୂର ହୋଇଯିବ । ଯଦି ପେଚା ଘର ଉପରେ ବସି ବୋବାଇବାର ଶବ୍ଦ ଶୁଭେ ,ଏହା ବହୁତ ଖରାପ ସଙ୍କେତ ହୋଇଥାଏ । ଯଦି ପେଚା ପୂର୍ବଦିଗରେ ବସି ବୋବାଉଥିବ ,ଏହା ବହୁତ ଶୁଭ ହୋଇଥାଏ । ଯାହା ଆଗରୁ ଅଟକି ଯାଇଥିବା କାର୍ଯ୍ୟ ବହୁତ ଶୀଘ୍ର ହୋଇଯିବ । ଯଦି ପେଚା ଦିନରେ ଘର ଉପରେ ବସନ୍ତି ବା ଘରେ ପଶିଆସନ୍ତି ଏହା କିଛି ଖରାପ ସଙ୍କେତ ହୋଇଥାଏ ।

ରାତିରେ ଦେଖାଦେଲେ ବହୁତ ଶୁଭ ହୋଇଥାଏ  । ଯଦି କୌଣସି ସ୍ଥାନକୁ ଯାଉଥିବା ସମୟରେ ପେଚା ରାସ୍ତା ଉଗାଳି ଚାଲିଯାଏ ,ଏହା ବହୁତ ଶୁଭ ରହିବ । ଯଦି ଆପଣଙ୍କ ଘରର ଦ୍ଵାରରେ ପେଚା ପ୍ରତିଦିନ ଆସି ବସିରହେ ,ଏହା ବହୁତ ଖରାପ ସଙ୍କେତ ହୋଇଥାଏ । ଏହା ଦ୍ଵାର ଆଗକୁ କୌଣସି ଆର୍ଥିକ ସଙ୍କଟରେ ପଡ଼ିପାରନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ମା ଲକ୍ଷ୍ମୀଙ୍କର ମନ୍ଦିରକୁ ଯାଇ ଲାଲ ବସ୍ତ୍ର ବା କପଡା ଆଣି ପେଚା ବସୁଥିବା ସ୍ଥାନରେ ବାନ୍ଧିଦେବେ । ଯଦି ଆପଣାକୁ ଏହି ପୋଷ୍ଟଟି ଭଲ ଲାଗିଥାଏ ଲାଇକ ,କମେଣ୍ଟ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *