ଗୃହର ଏହି ସ୍ଥାନରେ ଲାଗାଇ ଦିଅନ୍ତୁ କଦଳୀ ଗଛ, ଆପଣଙ୍କୁ ଧନୀ ହେବାରୁ କେହିବି ଅଟକାଇ ପାରିବେ ନାହିଁ- Vaastu

ନମସ୍କାର ବନ୍ଧୁଗଣ । ହିନ୍ଦୁ ଧର୍ମ ଅନୁସାରେ ଆମେ ତୁଲସୀ ଗଛ ଭଳି କଦଳୀ ଗଛକୁ ପୂଜା କରିଥାଉ । କଦଳୀ ଗଛକୁ ଆମେ ଅତ୍ୟନ୍ତ ଶୁଭ ମାନି ଥାଉ କିନ୍ତୁ ଅନେକ ବ୍ୟକ୍ତି କୁହନ୍ତି କି କଦଳୀ ଗଛକୁ ଘରେ ଲଗାଇବା ଅଶୁଭ ହୋଇଥାଏ । ଆସନ୍ତୁ ଜାଣିବା କଦଳୀ ଗଛ ଘରେ ଲଗାଇବା କି ଲଗାଇବା ନାହିଁ । କଦଳୀ ଗଛକୁ ଆମେ କଣ ପାଇଁ ଅଶୁଭ କହିଥାଉ ଆସନ୍ତୁ ଜାଣିବା । ବନ୍ଧୁଗଣ କଦଳୀ ଗଛ କେବଳ ନୁହେ ସବୁ ପବିତ୍ର ଗଛକୁ ଲଗାଇଲା ବେଳେ ଆମେ ଅତ୍ୟନ୍ତ ସାବଧାନର ସହିତ ଲଗାଇବା ।

ନହେଲେ ଏହା ଆପଣଙ୍କ ପରିବାର ପାଇଁ ଅଶୁଭ ଫଳ ଦେଇଥାୟ । ବନ୍ଧୁଗଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ କଦଳୀ ଗଛରେ ଗ୍ରହ ଗୁରୁ ବୃହସ୍ପତି ବାସ କରନ୍ତି । ବୃହସ୍ପତି ଶୁଖ ଶାନ୍ତି ବୈବାହିକ ଜୀବନର ଶୁଖ ଶାନ୍ତି ଦିଅନ୍ତି । ଯଦି ଆପଣଙ୍କ ଘରର ଭୁଲ ଜାଗାରେ କଦଳୀ ଗଛ ଲଗାଇବେ ଓ ତାହାର ଦେଖା ଶୁଣା କରିବେ ନାହିଁ ତାହାଲେ ଆପଣଙ୍କ ଘରେ ଅସାନ୍ତି ଦେଖା ଦବ ।  ସେଥି ପାଇଁ ଘରେ କଦଳୀ ଗଛ ଲଗାଇବାକୁ ମନା କରନ୍ତି । ଯଦି ଆପଣ ଶାସ୍ତ୍ର ଅନୁସାରେ କଦଳୀ ଗଛକୁ ଲଗାଇବେ ଓ ତାହାର ଦେଖାରେଖା କରିବେ ତାହେଲେ ଆପଣଙ୍କର ଘରେ ସୁଖ ଶାନ୍ତି ଦେଖା ଦେବ । ଆସନ୍ତୁ ଜାଣିବା କେଉଁ ଜାଗାରେ କଦଳୀ ଗଛ ଲଗାଇବା ।

ଐଶାନ୍ୟ କୋଣରେ ଲଗାଇଲେ ତାହା ଶୁଭ ହୋଇଥାଏ । ତାକୁ ଛାଡି ଯଦି ଆପଣ ଉତ୍ତର କିମ୍ବା ପୂର୍ବଦିଗରେ ଲଗାଇବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କଦଳୀ ଗଛକୁ ସର୍ବଦା ଘରର ପଛପଟେ ଲଗାଇବେ । କଦଳୀ ଗଛ ପାଖରେ କେବେବି ତୁଳସୀ ଗଛ ଲଗାଇବେ ନାହିଁ । ଏହା ଅଶୁଭ ହୋଇଥାଏ । କଦଳୀ ଗଛର ଚାରିପଟକୁ  ପରିଷ୍କାର ରଖିବେ । ଏହା ମୂଳରେ ପ୍ରତ୍ୟକ ଦିନ ପାଣି ଦେବେ । ପ୍ରତି ଗୁରୁବାର ଦିନ ହଳଦୀ ଲଗାଇ ଏହାର ପୂଜା କରିବେ ଓ ରାତିରେ ରାଶିର ଦୀପ ଲଗାଇବେ ଏହା ଆପଣଙ୍କ ଘର ପାଇଁ ଶୁଭ ହୋଇଥାଏ । କଦଳୀ ଗଛରେ ନାଲି ରଙ୍ଗର କପଡା ସବୁବେଳେ ବାନ୍ଧିକି ରଖନ୍ତୁ ।

ଏହା ଶୁଭ ହୋଇଥାୟ । ଆସନ୍ତୁ ଜାଣିବା କେଉଁ ଜାଗାରେ କଦଳୀ ଗଛ ଲଗାଇବେ ନାହିଁ । କଦଳୀ ଗଛକୁ କେବେବି ଘରର ଆଗ୍ନେୟ କୋଣ, ପଛିମ ,ଓ ଦକ୍ଷିଣ କୋଣରେ ଲଗାନ୍ତୁ ନାହିଁ । କଦଳୀ ଗଛକୁ ଘରର ମୁଖ୍ୟ ଦ୍ଵାରାରରେ କେବେବି ଲଗାନ୍ତୁ ନାହିଁ । କଦଳୀ ଗଛ ପାଖରେ କେବେବି କଣ୍ଟା ଗଛ ଲଗାନ୍ତୁ ନାହିଁ । କଦଳୀଗଛର ଶୁଖିଲା ପତ୍ର କେବେବି ଗଛରେ ରଖନ୍ତୁ ନାହିଁ ସର୍ବଦା କଦଳୀ ଗଛ ମୂଳକୁ ସଫା ରଖନ୍ତୁ । କଦଳୀ ଗଛ ମୂଳରେ ବାସନ ଧୋଇବା ପାଣି ଢାଳନ୍ତୁ ନାହିଁ । ଠାକୁରଙ୍କ ଗାଧେଇବା ପାଣି ମଧ୍ୟ ଢାଳନ୍ତୁ ନାହିଁ । ଯେଉଁ ଲୋକଙ୍କ ବୃହସ୍ପତି କମଜୋର ଅଛନ୍ତି ସେହି ବ୍ୟକ୍ତି କଦଳୀ ଗଛ ଲଗାଇଲେ ଶୁଭ ହୋଇଥାଏ । ଗୃହରେ ସୁଖ ସମୃଦ୍ଧି ଦେଖା ଦେଇଥାଏ । ଧନ ର ଅଭାବ ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *