ନମସ୍କାର ବନ୍ଧୁଗଣ, ଗୁରବାର ଦିନକୁ ମାତା ଲକ୍ଷ୍ମୀଙ୍କ ବାର ବୋଲି ମନାଯାଏ । ଏହିଦିନ ଘରେ କୌଣସି ଅପ୍ରୀତିକର କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ଵାରା ମାତା ଲକ୍ଷ୍ମୀ ଘର ଛାଡି ଚାଲିଯିବେ । ତେବେ ଏହି ମାନ୍ୟତା ଥିବା ଗୁରୁବାର ଦିନ କିଛି କାମ କୁ ସମ୍ପୂର୍ଣ ଭାବରେ ବାରଣ କରାଯାଇଛି । ଜାଣତରେ ହେଉ ବା ଅଜାଣତରେ ହେଉ ସେହି କାର୍ଯ୍ୟ କରିବାଦ୍ଵାରା ମତ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇ ଘର ଛାଡି ଚାଲିଯାନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ସମସ୍ତ କାର୍ଯ୍ୟ ସମ୍ବନ୍ଧରେ ।
ଏହି ସମସ୍ତ କାର୍ଯ୍ୟ କରିବା ଫଳରେ ଘରକୁ ଦରିଦ୍ରତା ଗ୍ରାସ କରିଥାଏ । ସବୁବେଳେ ଘରେ ଅଭାବ ଅନାଟନ ଲାଗିରହେ । ବିଶୃଙ୍ଖଳା ମଧ୍ୟରେ ଜୀବନ କଟେ । କଣ ସେହି କାର୍ଯ୍ୟ ଜାଣନ୍ତୁ ଏବେ । ପ୍ରଥମ: ଗୁରୁବାର ଦିନ କେବେ ହେଲେ ନିଜ ନଖ, ଦାଢି ବା ଚୁଟି କାଟନ୍ତୁ ନାହିଁ । ଏହା ଫଳରେ ଗୁରୁ ଗ୍ରହ ରାଗିଯାଇଥାନ୍ତି ।
ଏବଂ ସମସ୍ତ କାର୍ଯ୍ୟରେ କେବେଳେ ଅସଫଳତା ହିଁ ମିଳିଥାଏ । କୌଣସି ମହିଳା ଗୁରୁବାର ଦିନ ମୁଣ୍ଡ ସଫା କରନ୍ତୁ ନାହିଁ । ଦିତୀୟ: ଗୁରୁବାର ଦିନ ଉଧାର ଦେବା ନେବା କରିବା ଉଚିତ ହୋଇନଥାଏ । ଏହକରିବା ଦ୍ଵାରା ଆପଣ କାଙ୍ଗଳ ଅବସ୍ଥାକୁ ଆସିଯିବେ ।
ତୃତୀୟ: ଗୁରୁବାର ଦିନ ଘର ପୋଛିବାକୁ ସମ୍ପୂର୍ଣ ଭାବରେ ବାରଣ କରାଯାଇଥାଏ । ଏହା କରିବା ଫଳରେ ଘରେ ଆକସ୍ମିକ ଦୁର୍ଘଟଣା, ବାସ୍ତୁ ଦୋଷ ଇତ୍ୟାଦି ଦେଖା ଦେଇଥାଏ । ଯଦି ଆପଣ ଏହି ଦିନ ଘର ପୋଛିବାକୁ ଚହୁଁଛନ୍ତି ତେବେ ପୋଛୁଥିବା ପାଣିରେ ଲୁଣା ପକାଇ ପୋଛିପାରିବେ । ଏହାଦ୍ବାରା ମା ଲକ୍ଷ୍ମୀଙ୍କ ପ୍ରବେଶ ହୋଇଥାଏ । ଏହିଦିନ କେବେ ମଧ୍ୟ ଘର ମହିଳା ବା ସ୍ତ୍ରୀଙ୍କ ସହ ଝଗଡା କରନ୍ତୁ ନାହି ।
ଚତୁର୍ଥ: ଯଦି ଆପଣ ନିଜ ଜୀବନରେ ଅନେକ ସମସ୍ୟାରେ ଘେରି ହୋଇ ରହିଛନ୍ତି ବା ବାରମ୍ବାର ଧନ ହାନି ହେଉଛି ତେବେ ୫ଟି ଗୁରୁବାର ପର୍ଯ୍ୟନ୍ତ ଧାରୁଆ ଜିନିଷରେ କଟା ହୋଇନଥିବା ଖାଦ୍ୟ ଆପଣଙ୍କୁ ଖାଇବା ଉଚିତ । ପଞ୍ଚମ: ଗୁରୁବାର ଦିନ ଘରର ମହିଳା ଭୁଲରେ ମଧ୍ୟ ଓସ୍ତ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ନାହିଁ । ଏହା ଫଳରେ ଘର ଆଡକୁ ସମସ୍ତ ଖରାପ ଶକ୍ତିର ଆକର୍ଷଣ ବଢିଥାଏ ।
ଯଦି ଆପଣ ମାନେ ଗୁରୁଙ୍କୁ ପ୍ରସନ୍ନ ରଖିବା ପାଇଁ ଚହୁଁଛନ୍ତି ତେବେ ଗୁରୁବାର ଦିନ ଆପଣ ଛୋଟ କନ୍ୟା ମାନଙ୍କୁ ହଳଦିଆ ଜିନିଷର ଦାନ ଅବଶ୍ୟ କରନ୍ତୁ । ଯେମିତିକି ହଳଦିଆ ରଙ୍ଗର ବସ୍ତ୍ର ବା ହଳଦିଆ ରଙ୍ଗର କିଛି ମିଠା ଛୋଟ ପିଲା ମାନଙ୍କୁ ଦିଅନ୍ତୁ । ଏହା କରିବାଦ୍ବାରା ଆପଣଙ୍କର ନିଶ୍ଚୟ ମଙ୍ଗଳ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ବନ୍ଧୁଗଣ ।