ଗୁରୁବାର ଦିନ କରନ୍ତୁ ଏହି 5ଟି କାମ, ଘରେ ହେବ ପ୍ରଚୁର ଧନର ବର୍ଷା…. ଶୀଘ୍ର ଦେଖନ୍ତୁ 

ନମସ୍କାର ବନ୍ଧୁଗଣ, ଆମ ହିନ୍ଦୁ ଧର୍ମର ପ୍ରାୟ ଲୋକ ଗୁରୁବାର ଦିନର ପବିତ୍ରତା ଓ ମାନ୍ୟତାକୁ ଜାଣିଥିବେ ନିଶ୍ଚୟ । ମାତା ଲକ୍ଷ୍ମୀଙ୍କ ପ୍ରିୟ ଗୁରୁବାର ଦିନ ନିଜ ମନକୁ ସ୍ଵଚ୍ଛ ରଖିବା ସହ ଘର ଦ୍ଵାରକୁ ମଧ୍ୟ ସଚ୍ଛ ରଖିବା ଆବଶ୍ୟକ । କାରଣ ମାତା ଲକ୍ଷ୍ମୀ ପରିଷ୍କାର ଜାଗାରେ ବାସ କରିଥାନ୍ତି । ସେହିଭଳି ଆସନ୍ତୁ ଜାଣିବା ଆଉ କେଉଁ ୫ଟି କାମ କରିବା ଫଳରେ ମାତା ଲକ୍ଷ୍ମୀଙ୍କ କୃପାରୁ ଜୀବନରେ ଲାଗି ରହିଥିବା ଅଭାବ ଅନାଟନରୁ ମୁକ୍ତି ମିଳିବ । ଆଉ ଡେରି ନକରି ଆସନ୍ତୁ ଜାଣିବା ଧନର ଦେବୀ ମା ଲକ୍ଷ୍ମୀଙ୍କୁ କିଭଳି ପ୍ରସନ୍ନ କରିପାରିବେ ।

ପ୍ରଥମ: ଜୀବନରେ ଲାଗି ରହିଥିବା ଟଙ୍କା ଅଭାବରୁ ମୁକ୍ତି ପାଇବା ପାଇଁ ଆପଣ ପ୍ରତ୍ୟକ ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରନ୍ତୁ ।ଏହା କରିବା ଫଳରେ ଆପଣଙ୍କ ଆର୍ଥିକ ସମସ୍ୟାର ଅନ୍ତ ହେବ । ଦିତୀୟ: ହଳଦିଆ ରଙ୍ଗ ତ ଆପଣ ମାନଙ୍କୁ ନିଶ୍ଚୟ ପସନ୍ଦ ହୋଇଥିବ । ସେହିଭଳି ଗୁରୁବାର ଦିନ ବୃହସ୍ପତିଙ୍କ ବାର ହୋଇଥିବାରୁ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭଫଳ ଆଣିଦେଇଥାଏ । ତେଣୁ ଗୁରବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ନିଶ୍ଚୟ ପିନ୍ଧନ୍ତୁ ।

ପୁଷ୍ପ ମଧ୍ୟରେ ମା ଲକ୍ଷ୍ମୀଙ୍କ ପ୍ରିୟ ପଦ୍ମ ଓ ଗେଣ୍ଡୁ ଫୁଲ ଅର୍ପଣ କରିବାକୁ ଜମା ବି ଭୁଲନ୍ତୁନି । ତୃତୀୟ: ମନେ ରଖିବେ ଗୁରୁବାର ଦିନ ଆପଣ ଗାଧୋଉଥିବା ପାଣିରେ ଅଳ୍ପ ଟିକେ ହଳଦୀ ହେଉ ପଛେ ମିଶାଇ ଗାଧୋଇବା ଉଚିତ । ଗୁରୁବାର ଦିନ ଆପଣଙ୍କ ବାଡିରେ ଥିବା କଦଳୀ ଗଛରେ ହଳଦୀ ପାଣି ଢାଳିବାକୁ ଜମା ବି ଭୁଲନ୍ତୁନି । ଏହା କରିବାଦ୍ଵାରା ଆର୍ଥିକ ଅଭାବ ପାଇଁ ଆପଣଙ୍କ ଆଖିରୁ ବୋହୁଥିବା ଲୁହ ଦିନେ ଖୁସିର ଲୁହ ହେବ ।

ଚତୁର୍ଥ: ନିଜର ଖରାପ ପରିସ୍ଥିତିର ସୁଧାର ନିମନ୍ତେ ମହିଳା ମାନେ ସବୁ କରିଥାନ୍ତି ନିଜ ସାରା ଜୀବନକୁ ଉଶ୍ଚର୍ଗ କରିଦେଇଥାଏ । ତେବେ ଆପଣ ଗୁରୁବାର ଦିନ କଣ ସାମାନ୍ୟ ଉପବାସ ରଖିପାରିବେ ନାହିଁ । ତେଣୁ ଗୁରୁବାର ଦିନ ନିଶ୍ଚୟ ଉପବାସ ରଖନ୍ତୁ । ଆଉ ଗୋଟିଏ ଛୋଟ କାମଟିଏ ନିଶ୍ଚୟ କରନ୍ତୁ ଏହି ଉପବାସ ସମୟରେ ହଳଦିଆ ବସ୍ତ୍ର ଦାନ କରିବାକୁ ଭୁଲନ୍ତୁନି ।

ଏହା ଆପଣଙ୍କ ଦୁଃଖର ସମୟ ଦୂରେଇ ଦେବ । ଏହା ମା ଲକ୍ଷ୍ମୀଙ୍କୁ ଆପଣଙ୍କ ଘରକୁ ଆଗମନ ନିମନ୍ତେ ବାଧ୍ୟ କରାଇବ । ପଞ୍ଚମ: ଗୁରୁବାର ଦିନ ମା ବୃନ୍ଦାବତୀଙ୍କୁ ସର୍ବ ପ୍ରଥମେ ପୂଜା କରନ୍ତୁ । ଏବଂ ବୃହସ୍ପତିଙ୍କୁ ସନ୍ତୁଷ୍ଟ କରିବା ନିମନ୍ତେ ମହାଦେବଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ ।

ଯେମିତି କି ଗେଣ୍ଡୁ, କନିଅର ଫୁଲ । ଆପଣ ଚାହିଁଲେ ଏହିସବୁ କରି ନିଜ ଜୀବନରେ ଖୁସିକୁ ଡାକି ଆଣିପାରିବେ । ଆପଣ ନିଜେ ହିଁ ନିଜ ପାଇଁ ବରଦାନ ସାବ୍ୟସ୍ତ ହେବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *