ଗୁରୁବାର ଦିନ କରନ୍ତୁ ଏହି ସବୁ କାମ ଘରକୁ ଧନର ଆଗମନ ହେବ, ମା ଲକ୍ଷ୍ମୀ ଙ୍କ କୃପା ପ୍ରାପ୍ତ ହେବ…

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ସବୁ ବାର ସହିତ କିଛି ନା କିଛି ମହତ୍ଵ ଜଡିତ ରହିଛି । ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଭଗବାନ ବିଶୁଣୁଙ୍କର ପୂଜା ଅର୍ଚ୍ଚନା କରିବା ଦ୍ଵାରା ଧନ ସମ୍ପତି ଓ ଗୃହକୁ ସୁଖ ଶାନ୍ତି ଆସିଥାଏ । ଏଥିପାଇଁ ଗୁରୁବାର ଦିନ ଲକ୍ଷ୍ମୀ ନାରାୟଣ ଙ୍କ ପୂଜା କରିବା ଉଚିତ ହୋଇଥାଏ । ଏମିତି କରିବା ଦ୍ଵାରା ଅଟକି ରହିଥିବା ସବୁ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବାକୁ ଲାଗିଥାଏ । ଗୃହ ଧନ ସମ୍ପତି ରେ ପୁଟି ଉଠିଥାଏ । ଆଜି ଆମେ ଜାଣିବା ଗୁରୁବାର ଦିନ ଏମିତି କାମ କରିବା ଦ୍ଵାରା ଧନର ଆଗମନ ହୋଇଥାଏ ।

1- ବ୍ରହ୍ମ ମୂହୁର୍ତ୍ତ ରେ ସ୍ନାନ କରିବା : ଏହି ସମୟ ଟି ଅତ୍ୟନ୍ତ ଶୁଭ ମୂହୁର୍ତ୍ତ ହୋଇଥାଏ । ଏହି ସମୟରେ ସବୁ ଦେବା ଦେବୀ ଙ୍କ ପ୍ରଭାବ ଅଧିକ ରହିଥାଏ । ଏଥିପାଇଁ ଗୁରୁବ ଆରା ଦିନ ବ୍ରହ୍ମ ମୂହୁର୍ତ୍ତ ରେ ଉଠି ସ୍ନାନ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ । ସ୍ନାନ ସମୟରେ ପାଣିରେ ଗଙ୍ଗା ପାଣି ନିଶ୍ଚୟ ମିଶାନ୍ତୁ । ସ୍ନାନ କରିବା ସମୟରେ ଓମ ବୃହସ୍ପତାୟେ ନମହ ମନ୍ତ୍ର ନିଶ୍ଚୟ ଜପନ୍ତୁ । ଏହି ସମୟରେ ଉଠି ଭଗବାନଙ୍କ ପୂଜା କରିବା ଦ୍ଵାରା ପୂଜା ସଫଳ ହୋଇଥାଏ ।

2- ଆର୍ଥିକ ସମସ୍ୟରୁ ମୁକ୍ତି ପାଇବା ପାଇଁ : ଗୁରୁବାର ଦିନ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁ ଙ୍କ ପୂଜା କରିବା ଉଚିତ । ଏହା କରିବା ଦ୍ଵାରା ସବୁ ସମସ୍ଯା ଗୁଡିକର ଅନ୍ତ ଘଟିଥାଏ ।

3- ଗୁରୁବାର ଦିନ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ ହୋଇଥାଏ । ଏହା ସହ ମା ଲକ୍ଷ୍ମୀ ଙ୍କୁ ହଳଦିଆ ରଙ୍ଗର ଫୁଲ, ଫଳ ଓ ନୈବେଦ୍ୟ ଅର୍ପଣ କରନ୍ତୁ ।

4- ଗୁରୁବାର ଦିନ ହଳଦୀ ପାଣି ରେ ସ୍ନାନ କରନ୍ତୁ ଓ କଦଳୀ ଗଛ ମୂଳରେ ହଳଦୀ ପାଣି ଅର୍ପଣ କରନ୍ତୁ । ଏହା ଦ୍ଵାରା ଗୃହକୁ ଧନର ବର୍ଷା ହେବାରେ ଲାଗିବ ।

5- ଧନର ଅଭାବକୁ ଦୂର କରିବା ପାଇଁ ଗୁରୁବାର ଦିନ ଉପବାସ ପାଳନ କରନ୍ତୁ । ଉପବାସ କରିବା ସମୟରେ ଭିକାରି ଙ୍କୁ ହଳଦିଆ ଜିନିଷ ଦାନ କରିବା ଉଚିତ । ଏହା କରିବା ଦ୍ଵାରା ମା ଲକ୍ଷ୍ମୀ ଗୃହରେ ବାସ କରିଥାନ୍ତି ।

6- ଗୁରୁବାର ଦିନ ତୁଳସୀ ଗଛର ପୂଜା କରିବା ସମୟରେ ତୁଳସୀ ମୂଳରେ କଞ୍ଚା କ୍ଷୀର ଅର୍ପଣ କରନ୍ତୁ । ଏହି ଦିନ ବୃହସ୍ପତି ଗ୍ରହକୁ ମଜବୁତ କରିବା ଦ୍ଵାରା ଭଗବାନ ଶିବ ଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ । ଏହା କରିବା ଦ୍ଵାରା ବୃହସ୍ପତି ଗ୍ରହ ମଜବୁତ ହୁଏ । ଓ ସବୁ ଖରାପ ପ୍ରଭାବ ଦୂର ହୁଏ ।

7- ଗୁରୁବାର ଦିନ ଓସ୍ତ ଗଛ ର ପୂଜା କରିବା ଦ୍ଵାରା ସବୁ ଇଚ୍ଛା ପୂରଣ ହୋଇଥାଏ । ସକାଳୁ ଜଳ ଅର୍ପଣ କରି ପରିକ୍ରମା କରନ୍ତୁ ଓ ସୂତା ବାନ୍ଧିବା ସମୟରେ ଇଚ୍ଛା କୁହନ୍ତୁ । ନିଶ୍ଚୟ ସବୁ ଇଚ୍ଛା ପୁରଣ ହେବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *