ଗ୍ୟାସ, ଏସିଡିଟି, କବଜ ସମସ୍ତ ପ୍ରକାର ପେଟ ରୋଗ 10 ଦିନରେ ମୂଳରୁ ଶେଷ ହେବ…

ବନ୍ଧୁଗଣ ସକାଳୁ ଉଠିବା ପରେ ଏହାର ସେବନ କରନ୍ତୁ । ପେଟ ପୁରା ସଫା ହୋଇଯିବ । କେବଳ ଗୋଟେ ଦିନରେ ହିଁ ଆରାମ ମିଳିବ । ଯଦି ପେଟ ଫୁଲି ଯାଇଛି ବା ପେଟର ଗ୍ଯାସ ମୁଣ୍ଡ ଯାଏଁ ପହଞ୍ଚି ଯାଉଛି ତେବେ ଏହି ଉପାୟ ଟି ନିଶ୍ଚୟ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପେଟ ସଫା ହେବ । ଏହାକୁ ଥରେ ମାତ୍ର ସେବନ କରନ୍ତୁ ପ୍ରଥମ ଦିନରୁ ଏହାର ଫାଇଦା ଦେଖିବାକୁ ମିଳିବ । ଏହାକୁ ପୁରାତନ କାଳରୁ ପୂର୍ବ ପୁରୁଷ ମାନେ ବ୍ୟବହାର କରି ଆସୁଛନ୍ତି । ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ ।

ଏଥିପାଇଁ ଆପଣଙ୍କୁ ପ୍ରଥମ ସାମଗ୍ରୀ ର ଆବଶ୍ୟକତା ପଡିବ ଛୋଟ ହରିଡା । ଯାହା ଆପଣଙ୍କୁ ବଜାର ରୁ ସହଜରେ ମିଳିଯିବ । ବର୍ଷ ସାରା ମେଡ଼ିସିନ ଖାଇବାର ଅବଶ୍ୟକତା ପଡିବ ନାହିଁ । ଛୋଟ ହରିଡା ମାତ୍ର 4ଟି ଦରକାର ପଡିବ । ଯାହାକୁ 1 ସପ୍ତାହ ସେବନ କରିବାକୁ ହେବ । ଏହା କବଚ ଭଳି ସମସ୍ଯା ପାଇଁ ରାମବାଣ ଅଟେ । ଦ୍ଵିତୀୟ ସାମଗ୍ରୀ ହେଉଛି ଜୁଆଣୀ ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିଯିବ ।

ପେଟ ଫୁଲି ରହୁଥାଏ ତେବେ ଜୁଆଣୀ ବହୁତ ଲାଭଦାୟକ ହୋଇଥାଏ । ତୃତୀୟ ସାମଗ୍ରୀ ହେଉଛି ପାନମଧୁରୀ । ଖାଇବାର ଅଧ ଘଣ୍ଟା ପରେ ଏକେ ଚାମଚ ପାନମଧୁରୀ ଖାଇଲେ ଡାଇଜେସନ ଭଲ ଭାବେ ହୁଏ । ଚତୁର୍ଥ ରେ ଆବଶ୍ୟକ ରହିଛି କଳା ଲୁଣ । ଶେଷରେ ହେଉଛି ଜୀରା ଯାହା ଆପଣଙ୍କୁ ରୋଷେଇ ଘରୁ ସହଜରେ ମିଳିବ । ଗ୍ଯାସ, ଏସିଡିଟି, ୱେଟଲସ ପାଇଁ ଜୀରା ବହୁତ ଲାଭଦାୟକ ହୋଇଥାଏ ।

ପ୍ରଥମେ ହରିଡା କୁ ଭଲ ଭାବେ ଛେଚି ଦିଅନ୍ତୁ । ଏହାକୁ ଏକ ପ୍ୟାନରେ ବସାନ୍ତୁ । ତା ପରେ ଏକ ଚାମଚ ଜୀରା, ଜୁଆଣୀ ମିଶାନ୍ତୁ । ଏହାକୁ ବ୍ରାଉନ ରଙ୍ଗ ହେବା ଯାଏଁ ଭଲ ଭାବେ ଭାଜନ୍ତୁ । ଏହା ଭାଜି ହେବା ପରେ ଥଣ୍ଡା ହେବାକୁ ଦିଅନ୍ତୁ । ତାପରେ ଏକ ଚାମଚ ପାନମଧୁରୀ ଓ ସ୍ଵାଦ ଅନୁଯାୟୀ କଳାଲୁଣ ସହ ଭଜା ଯାଇଥିବା ସାମଗ୍ରୀ କୁ ବାଟି ଏହାର ଫାଇନ ପାଉଡର ପ୍ରସ୍ତୁତ କରନ୍ତୁ ।

ଏହାର ଥରେ ସେବନ ଦ୍ଵାରା ଗ୍ଯାସ, ଏସିଡିଟି ଭଳି ସମସ୍ଯା ଦୂର ହେବ । ଏକ ଗ୍ଳାସ ଉଷୁମ ପାଣି ସହ ଏକ ଚାମଚ ଏହି ପାଉଡର ମିଶାଇ ସେବନ କରନ୍ତୁ । ନ ହେଲେ ପ୍ରଥମେ ଏହି ଚୂର୍ଣ୍ଣ ଖାଇ ପାଣି ପିଇ ପାରିବେ । ରାତି ରେ ଶୋଇବା ପୂର୍ବରୁ ଏହାର ସେବନ କରି ପାରିବେ । ସକାଳୁ ପେଟ ସଫା ହୋଇଯିବ । ଆପଣ ଚାହିଁଲେ ଏହି ପାଉଡର କୁ ଏକ ମାସ ଯାଏଁ ଷ୍ଟୋର କରି ରଖି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *