ଯଦି ଆପଣଙ୍କର ଭିତରେ ଅଛି ଏହି 22 ଟି ଗୁଣ, ତେବେ ଶନିଦେବଙ୍କ ଆଶୀର୍ବାଦ ରହିଛି ଆପଣଙ୍କ ଉପରେ

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଶନି ହେଉଛନ୍ତି ନ୍ୟାୟର ଦେବତା ।  ଯଦି ଆପଣଙ୍କ ପାଖରେ ଏହି ୨୨ ଟି ଭଲ ଗୁଣ ଅଛି ତାହେଲେ ଆପଣଙ୍କୁ କେବେ ବି ଶନି ଦେବତା କୌଣସି ଅସୁବିଧାରେ ପକେଇବେ ନାହିଁ । ତାଙ୍କର କୃପା ଦ୍ରୁଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ । ପ୍ରତ୍ୟକ  ବିପଦରେ ସାଥି ହୋଇକି ଆପଣଙ୍କୁ ରାସ୍ତା ଦେଖାଇବେ । ଆସନ୍ତୁ ଜାଣିବା ସେହି ୨୨ଟି ଗୁଣ କଣ ଅଟେ । ୧- ନଖ କାଟୁଥିଲେ : ଯେଉଁ ଲୋକ ସର୍ବଦା ନଖ କାଟେ ଓ ତାହାକୁ ସଫା ରଖେ ସେହି ବ୍ୟକ୍ତି ଉପରେ ଶନିଦେବତା ସର୍ବଦା ନଜର ରଖନ୍ତି । ଯଦି ଆପଣ ହଟାତ ନଖ କାଟିବା ଭୁଲିଗଲେ କି ନଖରୁ ଦୁର୍ଗନ୍ଧ ବାହାରିଲା ତାହେଲେ ଆପଣ ତୁରନ୍ତ ଶନି ଦଶା ସୁଧାରିବା ପାଇଁ ଉପାୟ ବାଛନ୍ତୁ ।

୨-  ଦାନ କରୁଥିଲେ : ଯଦି ଆପଣ ଦରିଦ୍ର ଲୋକ ମାନଙ୍କୁ ଦାନକରୁଥିବେ କୌଣସି ଦରିଦ୍ର ଲୋକର ଦୁଖ ଦେଖି ସହି ପାରୁନଥିବେ ଜାଣିବେ ଆପଣଙ୍କ ଉପରେ ଶନି ଦେବତାଙ୍କ କୃପା ବୃଷ୍ଟି ହବ । ଯଦି ଆପଣ ଗରିବ ଲୋକଙ୍କୁ କଳା ଚଣା, କଳା ତେଲ, ଓ କିଛି କପଡା ଦାନ କରିବେ ତାହାଲେ ଆପଣଙ୍କ ଉପରେ ଶନି ଦେବଙ୍କର କଲ୍ୟାଣ ସର୍ବଦା ରହିବ ।

୩- ଛତା ଦାନ କରିବା : ଖରା ଆଉ ବର୍ଷାରୁ ବଞ୍ଚିବା ପାଇଁ ଯଦି ଆପଣ ଛତା ଦାନ କରୁଛନ୍ତି ତାହାଲେ ଆପଣଙ୍କ ଉପରେ ଶନି ଦେବତାଙ୍କ ଛତ୍ର ଛାୟା ସର୍ବଦା ରହିବ । ଯଦି ଆପଣଙ୍କର ଏହି ଆଦତ ନାହିଁ ତାହେଲେ ତୁରନ୍ତ ଏହି ଅଭ୍ଯାସକୁ ଆପଣାନ୍ତୁ ଦେଖିବେ ଶନିଦେବତାଙ୍କ କୃପାଦୁଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ । ୪- କୁକୁରଙ୍କ ସେବା :  କୁକୁରଙ୍କୁ ସେବା କରୁଥିବା ବ୍ୟକ୍ତିଙ୍କ ଉପରେ ଶନି ଦେବତା ସର୍ବଦା ପ୍ରସନ୍ନ ରୁହନ୍ତି ।

କୁକୁରଙ୍କୁ ଖାଇବାକୁ ଦେଉଥିବା ବ୍ୟକ୍ତି ଓ କୁକୁରଙ୍କୁ କଷ୍ଟ ନ ଦେଉଥିବା ବ୍ୟକ୍ତିଙ୍କର ଶନି ଦେବତା ସମସ୍ତ ଦୁଖ କଷ୍ଟ ଦୂରକରିଦିଅନ୍ତି। ୫- ଦୁଷ୍ଟିଶକ୍ତି ନଥିବା ବ୍ୟକ୍ତିଙ୍କୁ ସାହାଜ୍ଯ କରିବା :   କୌଣସି ଦୁଷ୍ଟିହୀନ ବ୍ୟକ୍ତିକୁ ସାହାଜ୍ଯ କରନ୍ତୁ । ଶନି ଦେବତା ଖୁସି ହେବେ । ଯେଉଁ ଲୋକ ଦୃଷ୍ଟିହୀନ ଲୋକଙ୍କୁ ସାହାଜ୍ଯ କରନ୍ତି ସେହି ଲୋକ ଉପରେ ଶନି ଦେବତା ସର୍ବଦା ପ୍ରସନ୍ନ ହୁଅନ୍ତି ।

୬- ଶନିବାରରେ ଉପବାସ ରହୁଥିଲେ : ଶନିବାର ଦିନ ଉପବାସ ରହି ନିଜର ଖାଇବା ଦରିଦ୍ର ବ୍ୟକ୍ତିଙ୍କୁ ଦାନ କଲେ ଶନିଙ୍କ ଆଶୀର୍ବାଦରୁ ଆପଣଙ୍କ ଘରେ କେବେ ବି ଖାଦ୍ୟର ଅଭାବ ହେବ ନାହିଁ ।୭- ମାଛକୁ ଖାଇବାକୁ ଦେଉଥିଲେ : ଯେଉଁ ବ୍ୟକ୍ତି ମାଛ ଖାଏ ନାହିଁ  ମାଛ ଅନ୍ୟକୁ ଖାଇବାକୁ ଦିଏ ସେହି ବ୍ୟକ୍ତି ଉପରେ ଶନି ଦେବତା ପ୍ରସନ୍ନ ହୁଅନ୍ତି । ଯଦି ଆପଣଙ୍କର ମାଛକୁ ଖାଇବାକୁ ଦେବାର ଅଭ୍ଯାସ ଅଛି ତାହେଲେ ଆପଣ ଏହି ଅଭ୍ଯାସ କେବେ ବି ଛାଡନ୍ତୁ ନାହିଁ ।

୮- ପ୍ରତେକ ଦିନ ସଫା ହୋଇ ଗାଧୋଇବା : ପ୍ରତିଦିନ ଯଦି ଆପଣ ସଫା ହୋଇ ଗାଧୋଇବେ ଓ ପବିତ୍ର ରହିବେ ତାହେଲେ ଶନି ଦେବତା ସର୍ବଦା ସାହାଜ୍ଯ କରିବେ । ୯- ସଫା କରୁଥିବା ବ୍ୟକ୍ତିକୁ ସାହାଜ୍ଯ କରିବା : ଯେଉଁ ବ୍ୟକ୍ତି ସଫା କରୁଥିବା ବ୍ୟକ୍ତିକି ସମ୍ମାନ କରନ୍ତି ଆର୍ଥିକ ସାହାଜ୍ଯ କରନ୍ତି ତାଙ୍କ ଉପରେ ଶନି ଦେବତା ସର୍ବଦା ସାହାଜ୍ଯ କରନ୍ତି । ୧୦- ଲୋକଙ୍କୁ ସାହାଜ୍ୟ କରୁଥିବା ବ୍ୟକ୍ତି :  ଯେଉଁ ବ୍ୟକ୍ତି ଅନ୍ୟ ଲୋକର ବିପଦ ସମୟରେ ସାହାଜ୍ଯ କରେ ସେହି ବ୍ୟକ୍ତି ଉପରେ ଶନି ଦେବତା ସର୍ବଦା ପ୍ରସନ୍ନ ହୁଅନ୍ତି । ତାଙ୍କର ସବୁ କଷ୍ଟ ଦୂରକରିଦିଅନ୍ତି ।

୧୧- ସମ୍ମାନ କରୁଥିବା ବ୍ୟକ୍ତି : ଯେଉଁ ବ୍ୟକ୍ତି ମାତା ପିତା ସମ୍ପର୍କୀୟ ମାନଙ୍କୁ ସମ୍ମାନ ଦିଅନ୍ତି ତାଙ୍କୁ ଶନି ଦେବତା ସର୍ବଦା ସାହାଜ୍ଯ କରନ୍ତି । ୧୨ – ଅଶସ୍ତ ଗଛକୁ ପୂଜା କରୁଥିବା ବ୍ୟକ୍ତି : ଯେଉଁ ବ୍ୟକ୍ତି ଅଶସ୍ତ ଗଛକୁ ପୂଜା କରନ୍ତି ତାଙ୍କ ଉପରେ ସର୍ବଦା ଶନି ଦେବତା ଖୁସି ରୁହନ୍ତି । ୧୩- ଶିବଙ୍କୁ ପୂଜା କରୁଥିବା ବ୍ୟକ୍ତି : ଭଗବାନ ଶିବଙ୍କୁ ଜୋଉ ବ୍ୟକ୍ତି ପୂଜା କରନ୍ତି ସେହି ବ୍ୟକ୍ତି ଉପରେ ସର୍ବଦା ଶନିଦେବ ପ୍ରସନ୍ନ ହୁଅନ୍ତି । ୧୪ –  ପିତୃ ପୁରୁଷଙ୍କ ଶ୍ରାଦ୍ଧ ଦେବା : ଯେଉଁ ବ୍ୟକ୍ତି ନିଜର ପିତା ମାତାଙ୍କର ଶ୍ରାଦ୍ଧ କରନ୍ତି ତାଙ୍କ ଉପରେ ଶନି ଦେବତା ସର୍ବଦା ପ୍ରସନ୍ନ ହୁଅନ୍ତି । ଏହି ଅଭ୍ଯାସ ସର୍ବଦା ରଖିବା ଭଲ ଅଟେ । ୧୫- ଧର୍ମ ପରାୟଣ ବ୍ୟକ୍ତି : ଯେଉଁ ବ୍ୟକ୍ତି ସର୍ବଦା କୌଣସି ଲୋକର ଅମଙ୍ଗଳ ଚିନ୍ତା ନକରେ ଧର୍ମ ପରାୟଣ ହୋଇଥାୟଏ । ସେହି ବ୍ୟକ୍ତି ଉପରେ ଶନି ଦେବତା ସର୍ବଦା ସାହାଜ୍ଯ କରନ୍ତି ।

୧୬- ହନୁମାନ ଆରାଧନା କରୁଥିବା ବ୍ୟକ୍ତି :  ଯେଉଁ ବ୍ୟକ୍ତି ହନୁମାନଙ୍କୁ ଆରଧନା କରନ୍ତି ସେମାନଙ୍କୁ ଶନିଦେବତା ସାହାଜ୍ଯ କରନ୍ତି । ୧୭-  କୃଷ୍ଣଙ୍କୁ ପୂଜା କରୁଥିବା ବ୍ୟକ୍ତି :  ଯେଉଁ ବ୍ୟକ୍ତି ଶ୍ରୀକୃଷ୍ନନଙ୍କୁ ଆରାଧନା କରନ୍ତି ତାଙ୍କ ଉପରେ ସର୍ବଦା ଶନି ଦେବତା ପ୍ରସନ୍ନ ହୁଅନ୍ତି । ୧୮ – ଅପଙ୍ଗ ବ୍ୟକ୍ତିକୁ ସାହାଜ୍ଯ କରିବା : ଯେଉଁ ବ୍ୟକ୍ତି ଅପଙ୍ଗ ବ୍ୟକ୍ତିକୁ ସାହାଜ୍ଯ କରେ ତାଙ୍କୁ ସର୍ବଦା ଶନି ଦେବତା କଲ୍ଯାଣ କରନ୍ତି । ୧୯ – ମଦରୁ ଦୂରେଇ ରହୁଥିବା ବ୍ୟକ୍ତି : ଯେଉଁ ଲୋକ ମଦ୍ୟ ପାନ ଠାରୁ ଦୂରେଇ ରୁହନ୍ତି ତାଙ୍କ ଉପରେ ଶନି ଦେବ କୃପା ଦୁଷ୍ଟୀ ରଖନ୍ତି ।

୨୦ – ଶାକାହାରୀ ଖାଉଥିବା ବ୍ୟକ୍ତି :  ଶାକାହାରୀ ଖାଉଥିବା ବ୍ୟକ୍ତିଙ୍କ ଉପରେ ସର୍ବଦା ଶନି ଦେବତାଙ୍କ ଶୁଭ ଦ୍ରୁଷ୍ଟି ଥାଏ । ୨୧- ସପ୍ତମୁଖୀ ରୁଦ୍ରାକ୍ଷ ଧାରଣା କରୁଥିବା ବ୍ୟକ୍ତି : ସପ୍ତମୁଖୀ ରୁଦ୍ରାକ୍ଷ ଧାରଣା କରୁଥିବା ବ୍ୟକ୍ତିଙ୍କ ଉପରେ ଶନି ଦେବତା ସର୍ବଦା ପ୍ରସନ୍ନ ହୁଅନ୍ତି । ୨୨- କୁଷ୍ଠ ରୋଗୀଙ୍କୁ ସାହାଜ୍ଯ କରୁଥିବା ବ୍ୟକ୍ତି : କୁଷ୍ଠ ରୋଗୀଙ୍କୁ ସାହାଜ୍ଯ କରୁଥିବା ବ୍ୟକ୍ତିଙ୍କ ଉପରେ ଶନି ଦେବତା କଲ୍ୟାଣ କରନ୍ତି ।

Leave a Reply

Your email address will not be published. Required fields are marked *