ଯଦି ରାତି ରେ ସ୍ଵପ୍ନ ରେ ସାପ ଦେଖୁଛନ୍ତି ତେବେ ଏହାର ଅର୍ଥ କଣ ହୋଇଥାଏ ?

ବନ୍ଧୁଗଣ ଯଦି ଆପଣଙ୍କୁ ସ୍ଵପ୍ନ ରେ ସାପ ଦେଖାଯାଏ ତେବେ ଏହାର ଅର୍ଥ କଣ ହୋଇଥାଏ କଣ ଆପଣ ଜାଣିଛନ୍ତି କି ? ଯେଉଁ ମାନେ ସକାଳ 4ଟା ରୁ 5ଟା ମଧ୍ୟରେ ସ୍ଵପ୍ନ ଦେଖିଥାନ୍ତି ତ ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ସ୍ଵପ୍ନ ବହୁତ ଜଲ୍ଦି ପୂରଣ ହେବାକୁ ଯାଉଛି । ଯଦି ରାତି ସମୟରେ କୌଣସି ବ୍ୟକ୍ତି ସ୍ଵପ୍ନ ଦେଖନ୍ତି ତେବେ ଏହା ସତ ହେବାର ସମ୍ଭାବନା କମ ରହିଥାଏ । ଆଜି ଆମେ ଜାଣିବା ସ୍ଵପ୍ନ ରେ ସାପ ଦେଖିବାର ଅର୍ଥ କଣ ହୋଇଥାଏ ।

ଅନେକ ସମୟରେ ଆମେ ବିଭିନ୍ନ ପ୍ରକାରର ସ୍ଵପ୍ନ ଦେଖିଥାଉ । ଯାହା ଅନେକ ସମୟରେ ସତ ହୋଇ ନ ଥାଏ । ଏହି ସବୁ ସ୍ଵପ୍ନ କୁ ଦେଖି ଅନେକ ସମୟରେ ଲୋକ ମାନେ ଭୟ କରି ନେଇଥାନ୍ତି । ବେଳେବେଳେ ସ୍ଵପ୍ନ ରେ ସାପ ମଧ୍ୟ ଅନେକ ଲୋକ ଦେଖିଥାଉ । ଯାହାକୁ ଦେଖି ଆମେ ଭୟଭୀତ ହୋଇ ଯାଇଥାଉ । ଯଦି ରାତି ରେ ଶୋଇବା ସମୟରେ ସାପ ସ୍ଵପ୍ନ ଦେଖନ୍ତି ତେବେ ଏହା ଅଶୁଭ ବିଚାର କରାଯାଏ ।

କିନ୍ତୁ ଏମିତି ମଧ୍ୟ କିଛି ସ୍ଵପ୍ନ ଅଛି ଯାହା ସାପ କୁ ନେଇ ଶୁଭ ବିଚାର କରା ଯାଇଥାଏ । ଯଦି କୌଣସି ବ୍ୟକ୍ତି ସାପ କୁ ନିଜ ଆଡକୁ ଆସୁଥିବାର ଦେଖନ୍ତି ତେବେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ମନ ସର୍ବଦା ଅସ୍ଥିର ରହୁଛି । ଯଦି ଆପଣଙ୍କର ବିବାହ ହୋଇଛି ଓ ବାରମ୍ବାର ସ୍ଵପରେ ସାପ ଦେଖୁଛନ୍ତି ତେବେ ବାହାଘର ପରେ ଦାମ୍ପତ୍ୟ ଜୀବନ ଠିକ ଚାଲୁ ନାହିଁ ।

ସ୍ଵପ୍ନ ରେ ଯଦି ସାପ କୁ ଖେଳାଉ ଥିବାର ଦେଖନ୍ତି ତେବେ ଶୁଭ ସ୍ଵପ୍ନ ହୋଇଥାଏ  ଏହାର ଅର୍ଥ ନିକଟ ଭବିଷ୍ୟତରେ କିଛି ଭଲ ହେବାକୁ ଯାଉଛି । ସ୍ଵପ୍ନ ରେ ସାପ କାମୁଡି ଥିବାର ଦେଖିଲେ ଏହା ଅଶୁଭ ହୋଇଥାଏ । ଏହାର ଅର୍ଥ ଏହା କି ଆପଣଙ୍କର ଶତ୍ରୁ ଆପଣଙ୍କୁ ସମସ୍ୟାରେ ପକାଇବା ପାଇଁ କିଛି ରଣନୀତି ପ୍ରସ୍ତୁତ କରୁଛନ୍ତି ।

ସ୍ଵପ୍ନ ରେ ବଡ ସାପ ଦେଖିଲେ କୌଣସି ଶତ୍ରୁ ଆପଣଙ୍କୁ ଅସୁବିଧାରେ ପକାଉଚି । ସାପ ଟି ବାରମ୍ବାର କାମୁଡି ଥିବାର ଓ ଆପଣଙ୍କ ପଛରେ ଦୌଡି ଥିବାର ଦେଖନ୍ତି ତେବେ ଏହାର ଅର୍ଥ କୌଣସି ନା କୌଣସି ରୋଗ ନିକଟରେ ହେବାକୁ ଯାଉଛି । ଯଦି ସ୍ଵପ୍ନ ଶେଷନାଗ କୁ ଦେଖନ୍ତି ତେବେ ମହାଦେବ ଙ୍କ ଦର୍ଶନ କରିବା ସହ ସମାନ ହୋଇଥାଏ । ଯେ କୌଣସି ସାପ ସ୍ଵପ୍ନ ରେ ଦେଖୁଛନ୍ତି ଓ ଆପଣଙ୍କୁ ଭୟ ଲାଗୁଛି ତେବେ ତା ପର ଦିନ ଶିବ ମନ୍ଦିର କୁ ଯାଇ କ୍ଷୀର ଓ କଳାରାଶି ଅର୍ପଣ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *