ଝାଡଖଣ୍ଡ ମହାମାୟା ମନ୍ଦିରର ରହସ୍ୟ, ପଛକୁ ଚାହିଁଲା ମାତ୍ରେ କଟାଯାଉଛି ମଣିଷଙ୍କ ମୁଣ୍ଡ

ନମସ୍କାର ବନ୍ଧୁଗଣ, ଦୁନିଆରେ ବହୁତ ଦେବା ଦେବୀଙ୍କ ମନ୍ଦିର ରହିଛି । ସବୁ ମନ୍ଦିରର କିଛି ନା କିଛି ଗାଥା ବା ରହସ୍ୟ ରହିଥାଏ । ଯାହାକୁ ଜାଣିବା ଆମ ପକ୍ଷେ ସମ୍ଭବ ହୋଇନଥାଏ । ଲୋକଙ୍କ କଥା ଶୁଣି କିଛି କଥା ହୁଏ ତ କିଛି କଥା ଉପରେ ବିଶ୍ଵାସ ହୁଏ ନାହିଁ । ତେବେ ଆଜି ଆମେମାନେ ଆପଣଙ୍କୁ ଝାଡଖଣ୍ଡର ଏଭଳି ମନ୍ଦିର ବିଷୟରେ ଜଣାଇବାକୁ ଯାଉଛୁ ଯେଉଁଠାରେ ମାଙ୍କ ପ୍ରତିମାକୁ ଖାଲି ଆଖିରେ ଦେଖି ହୁଏ ନାହିଁ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ଏହା ବିଷୟରେ ।

ମା ମହାମାୟଙ୍କ ମନ୍ଦିର ସହିତ ଜଡିତ ଏକ ବିଶ୍ଵାସ ରହିଛି କି ମାଙ୍କର ପ୍ରତିମାକୁ ଖୋଲା ଆଖିରେ ଦେଖିହେବ ନାହିଁ । ଏହି କାରଣ ପାଇଁ ମା ମହାମାୟାଙ୍କ ପ୍ରତିମାକୁ ଗୋଟିଏ ବାକ୍ସରେ ରଖାଯାଇଥାଏ । ତେଣୁ ମନ୍ଦିରରେ ମାଙ୍କର ମୂର୍ତ୍ତିକୁ ପ୍ରତିମା ଭାବରେ ଅନ୍ୟ ଜାଗାରେ ସ୍ଥାପନ କରାଯାଇଛି । ସେହି ପ୍ରତିମାକୁ ଭକ୍ତମାନେ ପୂଜା କରନ୍ତି । ପ୍ରତିବର୍ଷ ଚୈତ୍ର ମାସ କୃଷ୍ଣ ପକ୍ଷରେ ପଡୁଥିବା ଅମାବାସ୍ୟା ଦିନ ଏକ ବଡ ଯାତ୍ରାର ଆୟୋଜନ ହୋଇଥାଏ ।

ସେହି ଯାତ୍ରା ସମୟରେ ମାଙ୍କ ପ୍ରତିମା ଥିବା ପ୍ରତିମା ବାକ୍ସକୁ ମନ୍ଦିର ବାହାରେ ଥିବା ଚଉତରା ଉପରେ ରଖାଯାଏ । ଏବଂ ଏହାପରେ ମନ୍ଦିରର ମୁଖ୍ୟ ପୁରୋହିତ ମାତାଙ୍କୁ ପୂଜା କରିଥାନ୍ତି । ପୁରୋହିତ ପୂଜା କରିବା ସମୟରେ ଆଖିକୁ ବନ୍ଦ କରି ପୂଜା କରନ୍ତି । ଏହି ମନ୍ଦିରର ଇତିହାସ ନାରାକ ଆନ୍ଦୋଳନ ସହିତ ଜଡିତ ବୋଲି କୁହାଯାଇଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବରଜୁ ନାମକ ଜଣେ ପୂଜାରୀ ମାଙ୍କ ପୂଜା କରୁଥିଲେ । ଏହି ସମୟରେ ବାହାର ଲୋକ ଆକ୍ରମଣ କରି ବରଜୁ ଓ ତାଙ୍କ ପିଲା ଏବଂ ପତ୍ନୀଙ୍କୁ ହତ୍ୟା କରିଥିଲେ । ବରଜୁଙ୍କ ସାଙ୍ଗ ରାଧେରାମ ଆକ୍ରମଣ କାରୀଙ୍କ ସହ ଲଢିଲେ । ମା ସେହି ସମୟରେ ପ୍ରକଟ ହୋଇ କହିଲେ କି ତୁମେ କେବଳ ଏହି ଆକ୍ରମଣ କାରୀଙ୍କ ସହ ଲଢିପାରିବ ।

କିନ୍ତୁ ଯଦି ତୁମେ ପଛକୁ ଚାହିଁବ ତେବେ ତୁମ ମୁଣ୍ଡ ଶରୀରରୁ ଅଲଗା ହୋଇଯିବ । ଏହାପରେ ସେ ଶତ୍ରୁଙ୍କୁ ପରାଜୟ କରିବାକୁ ଲାଗିଲେ । ଏବଂ ଏହି ସମୟରେ ପଛକୁ ଅନେଇଦେବା ମାତ୍ରେ ହିଁ ତାଙ୍କ ମୁଣ୍ଡ ଶରୀରରୁ ଅଲଗା ହୋଇଗଲା । ତାଙ୍କର ସମାଧି ସେହି ମନ୍ଦିରରେ କରାଯାଇଛି । ସେଠାରେ ଏକ ନଦୀରେ ହୀରା ରହିଛି । ଏହି ହୀରାକୁ ଆଣିବାକୁ ଯାଉଥିବା ସମସ୍ତ ଲୋକ ସେହି ନଦୀରେ ବୁଡି ମରିଥିଲେ । ଏବଂ ଖବର ବ୍ୟାପିବାକୁ ଲାଗିଲା କି ସେହି ଲୋକମମାନେ ନିଜ ଗ୍ରାମରେ ଭୁତ ହୋଇ ବୁଲୁଛନ୍ତି ।

ସେହି ଦିନ ଠାରୁ କଥା ରହିଲାକି ପଛକୁ ଅନାଇବା ମାତ୍ରେ ହିଁ ମଣିଷଙ୍କ ମୁଣ୍ଡ କଟିଯାଏ । ଏହିସବୁ ପରେ ନାଗ ବଂଶର ରାଜା ବିନ୍ଧ୍ୟାଚଳ ଯାଇ ମା ଭଗବତୀ ମୂର୍ତ୍ତୀକୁ  ନେଇ ପଦରେ ଚାଲି ଚାଲି ଆସୁଥିଲେ ଏହି ସମୟରେ ରାଜା ଦେବୀ ଭଗବତୀଙ୍କୁ ଟାଙ୍ଗୀନାଥ ଧାମରେ ରଖିଥିଲେ । ଏବଂ ସେହିଦିନ ଠାରୁ  ମା ନିଜର ସ୍ଥାନ ବଦଳାଇ ସେହିଠାରେ ପୂଜା ପାଇ ଆସିଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *