ଝିଟିପିଟି ଦେଖିବା ବା ଦେହ ଉପରେ ପଡିବାର ଅର୍ଥ ଶୁଭ ନା ଅଶୁଭ ? Shakuna Shastra

ନମସ୍କାର ବନ୍ଧୁଗଣ, ଝିଟିପିଟି ଏକ ସରୀସୃପ ହେଲେ ମଧ୍ୟ ତାହାର ବହୁତ ମାନ୍ୟତା ରହିଛି । କୁହାଯାଏ ଝିଟିପିଟି ସବୁବେଳେ ସତ କହେ ଏବଂ ଆଗକୁ ଥିବା ଘଟଣାର ସୂଚନା ମଧ୍ୟ ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ଝିଟିପିଟି ଦେହରେ ପଡିବାର କଣ ଅର୍ଥ ହୋଇଥାଏ ଏହା ଆମକୁ କଣ ସୂଚନା ଦେଇଥାଏ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଝିଟିପିଟି ଦେହରେ ପଡିବା ଶୁଭ ହୋଇଥାଏ ନା ଅଶୁଭ ।

ପ୍ରଥମ: ଆପଣ ଘରକୁ କୌଣସି କାମ ସାରି ଫେରିବା ବେଳେ ଯଦି ଘରର ଦ୍ଵାରା ପାଖରେ ଝିଟିପିଟି ଦେଖନ୍ତି ତେବେ ଏହା ଶୁଭ ହୋଇଥାଏ । ଏହାର ଅର୍ଥ ହେଉଛୁ ଭବିଷ୍ୟତରେ ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ସଫଳତା ମିଳିବାକୁ ଯାଉଛି । ଦିତୀୟ: ଆପଣ ନୂଆ ଘର କିଣି ସାରିଲା ପରେ ସେହି ଘରକୁ ପ୍ରଥମେ ଯିବା ସମୟରେ ଯଦି ଦେଖନ୍ତି ଝିଟିପିଟି ମରିଯାଇଛି ତେବେ ଏହା ଅଶୁଭ ଅଟେ ।

ଆପଣ ସେହି ଘରେ ରହିବା ଆପଣଙ୍କ କ୍ଷତିକାରୀ ହୋଇଥାଏ । ତୃତୀୟ: ଝିଟିପିଟି ମୁଣ୍ଡର ଚୁଟିରେ ପଡିବା ଅଶୁଭ ଅଟେ । ଏହାର ଅର୍ଥ ଆପଣ କୌଣସି ଅସୁବିଧାରେ ପଡିବାକୁ ଯାଉଛନ୍ତି । ଯଦି ଆପଣଙ୍କ ଶରୀରର ଅନ୍ୟ କୌଣସି ଜାଗାରେ ଝିଟିପିଟି ପଡେ ତେବେ ଭୟ କରନ୍ତୁ ନାହିଁ । କାରଣ ତାହା ଆପଣଙ୍କୁ ଶୁଭଫଳ ଆସିବାର ହଁ ସଙ୍କେତ ଦେଇଥାଏ ।

ଚତୁର୍ଥ: ଝିଟିପିଟି ଅଣ୍ଟାରେ ପଡିବାର ଅର୍ଥ ଆପଣଙ୍କୁ ଧନ ଲାଭ ହେବାକୁ ଯାଉଛି । ଯଦି ଝିଟିପିଟି ଶରୀରର ବାମ ପଟରେ ପଡେ ତେବେ ଜୀବନରେ ଦୁଃଖ ଆସିଥାଏ । ଝିଟିପିଟି ଶରୀରର ଡାହାଣ ପାଖରେ ପଡିବା ବହୁତ ଶୁଭ ହୋଇଥାଏ । ପଞ୍ଚମ: ଝିଟିପିଟି ବେକ ଉପରେ ପଡିବାର ଅର୍ଥ ଆପଣଙ୍କ ମାନ ସମ୍ମାନ ବୃଦ୍ଧି ହୋଇଥାଏ ସମାଜରେ ।

ଷଷ୍ଠ: ଝିଟିପିଟି କାନ ଉପରେ ପଡିବାର ଅର୍ଥ ହେଉଛି ଆପଣଙ୍କ ଆୟୁଷ ବୃଦ୍ଧି । ଏବଂ ଅଳଙ୍କାର ମଧ୍ୟ ଲାଭ ହୋଇଥାଏ ଆପଣଙ୍କୁ । ସପ୍ତମ: ଆଖି ଉପରେ ଝିଟିପିଟି ପଡିଲେ ଆପଣଙ୍କର ବନ୍ଧୁ ମିଳନ ହେବାକୁ ଯାଉଛି ବୋଲି ଜାଣିଯିବେ । ଅଷ୍ଟମ: ନାକ ଉପରେ ଝିଟିପିଟି ପଡିଲେ ସ୍ଵାଦିଷ୍ଟ ଜିନିଷ ଖାଇବାକୁ ମିଳିଥାଏ । ମୁହଁ ଉପରେ ଝିଟିପିଟି ପଡିଲେ ମିଠା ଖାଦ୍ୟ କହିବାକୁ ମିଳିଥାଏ । ନବମ: ହାତ ଉପରେ ଝିଟିପିଟି ପଡିଲେ ଆପଣଙ୍କୁ ଅର୍ଥ ଲାଭ ହୋଇଥାଏ ।

ଦଶମ: ବାମ କିମ୍ବା ଡାହାଣ ବାହୁରେ ଝିଟିପିଟି ପଡିଲେ ମାନସିକ ସୁଖ ପ୍ରାପ୍ତି ହୋଇଥାଏ । ଏଗାର: ପିଠି ଉପରେ ଝିଟିପିଟି ପଡିବାର ଅର୍ଥ ଭୂମି ଲାଭ ହେବାର ଯୋଗ ରହିଥାଏ । ବାର: ପାଦ ଉପରେ ଝିଟିପିଟି ପଡିବାର ଅର୍ଥ ଆପଣଙ୍କୁ ଜାଣ ବାହାନ ଇତ୍ୟାଦି ଲାଭ ହେବାକୁ ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *