ଝିଟିପିଟି ଶରୀରର କେଉଁ କେଉଁ ଅଙ୍ଗରେ ପଡିଲେ କେଉଁ କେଉଁ ସଂକେତ ମିଳିଥାଏ ? ଆଜିର ଅନୁଚିନ୍ତା

ବନ୍ଧୁଗଣ ଜାଣନ୍ତୁ କିଛି ଅନୁଚିନ୍ତା ବିଷୟରେ । ଯାହା ଆପଣଙ୍କର ନୀତିଦିନିଆ କାମରେ ଆସିଥାଏ । ଏହି ସବୁ ଅନୁଚିନ୍ତା ଗୁଡିକ ମାନବ ଜୀବନର ହିତ ରେ ଆସିଥାଏ । ୧- ଯଦି ସ୍ଵପ୍ନରେ ଅନ୍ୟ ଲୋକଙ୍କର ମୃତ୍ୟୁ ଦେଖନ୍ତି ତେବେ ଆୟୁଷ ବଢିଥାଏ । କିନ୍ତୁ ନିଜ ଘର ଲୋକ ରୋଗଶଯ୍ୟାରେ ପଡି ମୃତ୍ୟୁବରଣ କରିଥିବାର ଦେଖନ୍ତି ତେବେ ଏହାର ଅର୍ଥ ସେହି ବ୍ୟକ୍ତି ଅନ୍ୟ ସ୍ଥାନରେ ଜନ୍ମ ନେଇ ସାରିଛନ୍ତି ।

୨- ରୋଷେଇ ଘର କେବେ ବି ନୀଳ କି କଳା ରଙ୍ଗ କରିବା ଉଚିତ ନୁହେଁ । ଯଦି ଏହି ରଙ୍ଗ ହୋଇଥାଏ ତେବେ ନାଲି ରଙ୍ଗର ବଳ ରୋଷେଇ ଘରେ ଜଳାଇ ରଖିବା ଉଚିତ । ଏହା ଦ୍ଵାରା ରୋଗ ହୁଏ ନାହିଁ ।

୩- ଠାକୁର ଘରେ ଶଙ୍ଖ ରଖିବା ଶୁଭ ହୋଇଥାଏ । କିନ୍ତୁ ଗୋଟିକିଆ ଶଙ୍ଖ ଭୁଲରେ ବି ଠାକୁର ଘରେ ରଖିବା ଉଚିତ ନୁହେଁ । ଜୋଡାଏ ଶଙ୍ଖ ରଖିଲେ ଘରର ଉନ୍ନତି ହୋଇଥାଏ ।

୪- ଝିଟିପିଟି ଯଦି ମୁଣ୍ଡରେ ପଡେ ରାଜ୍ୟ ଲାଭ, ପିଠିରେ ପଡିଲେ ଐଶ୍ଚର୍ଜ୍ୟ ଲାଭ, ଡାହାଣ ହାତ ଓ ଗୋଡରେ ପଡିଲେ ଅତ୍ୟନ୍ତ ଶୁଭ ହୋଇଥାଏ । କିନ୍ତୁ ବାମ ହାତ ଓ ଗୋଡରେ ପଡିଲେ ଅଶୁଭ ଓ ଛାତିରେ ପଡିଲେ ମୃତ୍ୟୁ ଦଣ୍ଡ ମିଳିଥାଏ ।

୫- ଦୀପାବଳି ଦିନ ଯଦି ଘର ପାଖରେ ପେଚା ବସିଥାଏ ତେବେ ଗୃହକୁ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଦୀପାବଳିରେ ଦିନ ସମୟରେ ବିଲେଇ ଖିରୀ ପିଏ ତେବେ ମା ଲକ୍ଷ୍ମୀ ଆସିଥାନ୍ତି । ଏହି ଦିନ ରାତିରେ ମୂଷା ବା ଚୁଚୁନ୍ଦ୍ରା ଦେଖିଲେ ଲକ୍ଷ୍ମୀ ଆସିବାର ଶୁଭ ସୂଚନା ହୋଇଥାଏ ।

୬- ରବିବାରରେ ଯାତ୍ରା କରିବା ସମୟରେ ପାଟିରେ ପାନ ଖଣ୍ଡେ ପୁରାଇ ଯାତ୍ରା କରିଲେ ଶୁଭ ହୋଇଥାଏ । ସୋମବାରେରେ ଯାତ୍ରା ସମୟରେ ଦର୍ପଣ ଦେଖିକି, ମଙ୍ଗଳବରରେ ମିଠା ଖାଆନ୍ତୁ, ବୁଧବାରରେ ପାନମଧୁରୀ, ଗୁରୁବାରରେ ତୁଳସୀ ପତ୍ର, ଶୁକ୍ରବାରରେ ଖସା, ଶନିବାରରେ ଅଦା ଖାଇ ଯାତ୍ରା କରିଲେ ଶୁଭପ୍ରଦ ହୋଇଥାଏ ।

୭- ଜ୍ଵର ଓ କାଶ ହୋଇଥିଲେ କେବେ ବି କ୍ଷୀର ପିଅନ୍ତୁ ନାହିଁ । କ୍ଷୀରରେ ଚିନି ବା ଗୁଡ ମିଶାଇ ସେବନ କରିବା ଅନୁଚିତ । ଆକାଶରେ ଇନ୍ଦ୍ରଧନୁ ପଡିଥିଲେ କାହାକୁ କହିବା ଉଚିତ ନୁହେଁ ।

୮- ଯଦି କେଶ ଉପୁଡୁଥାଏ ତେବେ ଲୁଣକୁ ଗୁଣ୍ଡ କରି ନୀତି ରାତିରେ ମୁଣ୍ଡରେ ଲୁଣକୁ ଘଷି ଦିଅନ୍ତୁ । ୭ ଦିନ ଏହି ଉପାୟ ଟି କରନ୍ତୁ । ଆଉ ୭ ଦିନ ପରେ ଦୁଦୁରା ପତ୍ରର ରସ ବାଟି ମୁଣ୍ଡରେ ଲଗାନ୍ତୁ । ୧୪ ଦିନ ପରେ ଦେଖିବେ କେସ ଝଡିବା ବନ୍ଦ ହୋଇଯିବ ।

୯- ଯଦି କୌଣସି ବିଛା ଡାହାଣ ପଟକୁ କାମୁଡେ ତେବେ ବାମ ପଟ ଆଖିରେ ଲୁଣ ପାଣି ପକାଇ ଦେବେ । ବାମ ପଟର କୌଣସି ଅଙ୍ଗକୁ ବିଛା ଦଂସନ କରେ ତେବେ ଡାହାଣ ପାଟ ଆଖିରେ ଲୁଣ ପାଣି ପକାଇଲେ କଷ୍ଟ ଦୂର ହୋଇଯାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *