ମୁହଁ ରେ କଳାଜାଇ ର ଅର୍ଥ କଣ ? ଶୁଭ ଓ ଅଶୁଭ ସଙ୍କେତ…

ବନ୍ଧୁଗଣ ଆପଣ ମାନେ ଦେଖିଥିବେ ଅନେକ ଲୋକଙ୍କର ମୁହଁ ରେ କଳାଜାଇ ଥାଏ । ସାମୁଦ୍ରିକ ଶାସ୍ତ୍ର ଅନୁଯାୟୀ କଳାଜାଇ ର ଅଲଗା ମହତ୍ଵ ରହିଥାଏ । ଆମ ଶରୀରରେ ନାଲି ଓ କଳା ରଙ୍ଗର ଚିହ୍ନ କୁ କଳାଜାଇ କହିଥାଉ । ମୁହଁ ର ଅନେକ ସ୍ଥାନରେ କଳାଜାଇ ରହିଥାଏ । ଶରୀର ସହ ମୁହଁ ରେ ହେଉଥିବା କଳାଜାଇ ଆମର ସ୍ଵଭାବ ଓ ଭବିଷ୍ୟତ ବିଷୟରେ ସଂକେତ ପ୍ରଦାନ କରିଥାଏ । ଆଜି ଆମେ ଆପଣଙ୍କୁ କହିବୁ ମୁହଁ ରେ କଳାଜାଇ ଥିଲେ ଏହାର କଣ ଅର୍ଥ ହୋଇଥାଏ ।

1- ଯଦି କୌଣସି ବ୍ୟକ୍ତିଙ୍କର ମଥାର ଦହନ ପଟେ କଳାଜାଇ ଥାଏ କେବେ ବି ଧନର ଅଭାବ ହୁଏ ନାହିଁ । କପାଳର ମଝିରେ କଳାଜାଇ ଥିଲେ ଶୁଭ ବିଚାର କରାଯାଏ । ଏଭଳି ବ୍ୟକ୍ତି ନିର୍ମଳ ଓ ବିଚାରବନ୍ତ ସ୍ଵଭାବର ହୋଇଥାନ୍ତି । ବ୍ଯକ୍ତିର ମଥାର ବାମ ପଟେ କଳାଜାଇ ଥିଲେ ଅଯଥା ଖର୍ଚ୍ଚ ର ପ୍ରତୀକ ଭାବେ ବିଚାର କରାଯାଏ ।

2- ଯେଉଁ ଲୋକଙ୍କର ଆଖି ରେ କଳାଜାଇ ଥାଏ ସେମାନେ ଉଚ୍ଚ ବିଚାରବନ୍ତ ହୋଇଥାନ୍ତି । ଏହା ସହ ଏମାନେ ଅଳ୍ପ ଭାବ ପ୍ରବଣର ହୋଇଥାନ୍ତି । ଏହି ଲୋକ ମାନେ ପ୍ରାୟତଃ ଭଲ ଚିନ୍ତା କରିଥାନ୍ତି ଓ ଜୀବନରେ ସବୁ ପ୍ରକାରର ସୁଖ ପାଇଥାନ୍ତି ।

3- ନାକ ରେ କଳାଜାଇ ଥିବାର ଅର୍ଥ ପ୍ରତେକ କାମ ଲକ୍ଷ୍ୟ ନିର୍ଧାରଣ କରି ଚାଲିଥାନ୍ତି । ଏବଳି ବ୍ୟକ୍ତି ପ୍ରାୟତଃ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ରହିଥାନ୍ତି । ଏଭଳି ବ୍ୟକ୍ତି ବିଳାସ ପ୍ରିୟ ହେବା ସହ ଶୋଇବାକୁ ଅଧିକ ଭଲ ପାଇଥାନ୍ତି । ନାକର ଡାହାଣ ପଟେ କୌଣସି ଜାଗାରେ କଳାଜାଇ ଥିଲେ ଜୀବନରେ ସୁଖ ଓ ଧନ ସମ୍ପତିର ଅଭାବ ହୁଏ ନାହିଁ । ନାକର ବାମ ପଟେ କଳାଜାଇ ଥିବାର ଅର୍ଥ ଜୀବନରେ ସଂଘର୍ଷ କୁ ଦର୍ଶାଇଥାଏ । ତଥା ଏଭଳି ବ୍ୟକ୍ତି ଜୀବନରେ ସଫଳତାରେ ବାଧା ଆସିଥାଏ ।

4- ଯେଉଁ ବ୍ୟକ୍ତିଙ୍କର ଓପର ଓଠର ଡାହାଣ ପଟେ କଳାଜାଇ ଥାଏ ସେମାନଙ୍କୁ ସାରା ଜୀବନ ଜୀବନ ସାଥିଙ୍କ ଭଲ ପାଇବା ମିଳିଥାଏ । ବାମ ପଟେ କଳାଜାଇ ଥିଲେ ଜୀବନ ସାଥିଙ୍କ ସହ ବିବାଦକୁ ଦର୍ଶାଇଥାଏ । ତଳ ଓଠର ଭାଗର ଡାହାଣ ପଟେ କଳାଜାଇ ଥିଲେ ବ୍ୟକ୍ତି ଜୀବନରେ ପ୍ରସିଦ୍ଧି ଲାଭ କରିଥାନ୍ତି । ବାମ ପଟେ ଥିବା କଳାଜାଇ ବ୍ୟକ୍ତିଙ୍କର ରୋଗ ସବୁବେଳେ ଲାଗି ରହିଥାଏ ।

5- ଗାଲରେ କଳାଜାଇ ଥିବା ବ୍ୟକ୍ତି ବହୁତ ଧନବାନ ହୋଇଥାନ୍ତି । ଯଦି କୌଣସି ବ୍ଯକ୍ତିର ବାମ ପଟେ ଗାଳରେ କଳାଜାଇ ଥାଏ ସେମାନେ ଅଯଥା ଖର୍ଚ୍ଚୀ ହୋଇଥାନ୍ତି ।

6- ଯଦି ଡାହାଣ ଆଖି ପତାରେ କଳାଜାଇ ଥାଏ ତେବେ ବ୍ୟକ୍ତି ଦୂର ଜାଗାକୁ ଯାତ୍ରା କରିଥାନ୍ତି । ବାମ ପଟେ କଳାଜାଇ ଥିଲେ ବ୍ଯକ୍ତିର ଦାମ୍ପତ୍ୟ ଜୀବନ ଦୁଃଖରେ କଟିଥାଏ । ଦୁଇ ଆଖି ପତାର ମଝିରେ କଳାଜାଇ ଥିଲେ ଏପରି ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *