ଝିଟିପିଟି ଶରୀରରେ କେଉଁ କେଉଁ ଅଙ୍ଗରେ ପଡିଲେ କଣ ସଂକେତ ମିଳିଥାଏ ? ଆଜିର ଅନୁଚିନ୍ତା

ବନ୍ଧୁଗଣ ଆମ ସହ ଆଗାମୀ ଭବିଷ୍ୟତରେ କେଉଁଠି କଣ ଘଟିଯିବ ତାହା କେହି ଜଣାଇ ନ ଥାନ୍ତି । କିନ୍ତୁ ଦୁନିଆରେ ଏମିତି କିଛି ଜୀବଜନ୍ତୁ ଅଛନ୍ତି ଯେଉଁ ମାନେ ଆସୁଥିବା ଆଗତ ଭବିଷ୍ୟତରେ ଆମ ସହ କଣ ଘଟିବାର ଅଛି ପୂର୍ବରୁର ସଂକେତ ଦେଇଥାନ୍ତି । ଏହାର ବଡ ଉଦାହରଣ ହେଉଛି ଝିଟିପିଟି ଯିଏ କି ଆଗତ ଭବିଷ୍ୟତରେ କଣ ଘଟିବ ତାହା ସଂକେତ ଦେଇଥାନ୍ତି । ଆଜି ଆମେ ଜାଣିବା ଝିଟିପିଟି କେଉଁ ଅଙ୍ଗରେ ପଡିଲେ କେଉଁ କେଉଁ ସଂକେତ ମିଳିଥାଏ ।

୧- ଯଦି ୨ଟି ଝିଟିପିଟି ଝଗଡା ହେଉଥିବାର ଦେଖା ଦିଅନ୍ତି ତେବେ କାହା ସହ ଝଗଡା ହେବାର ସଂକେତ ମିଳିଥାଏ ।

୨- ଝିଟିପିଟି ମଥାରେ ପଡିଲେ ସମ୍ପତି ମିଳିବାର ସଂକେତ ମିଳିଥାଏ । ଝିଟିପିଟି କେଶରେ ପଡିଲେ ମୃତ୍ୟୁ ହେବାର ସଂକେତ ମିଳିଥାଏ ।

୩- ଯଦି ଆପଣଙ୍କ ଡାହାଣ କାନରେ ଝିଟିପିଟି ପଡିଯାଏ ତେବେ ଆଭୁଷଣ ମିଳିବାର ସମ୍ଭାବନା ଥାଏ । ବାମ କାନରେ ପଡିଲେ ଆୟୁଷ ବୃଦ୍ଧି ହୁଏ ।

୪- ଯଦି ନାକରେ ଝିଟିପିଟି ପଡିଯାଏ ତେବେ ବହୁତ ଜଲ୍ଦି ଭାଗ୍ୟ ଉଦୟ ହେବାର ସୂଚନା ମିଳିଥାଏ । ପାଟିରେ ଝିଟିପିଟି ପଡିଲେ ସ୍ଵାଦିଷ୍ଟ ଭୋଜନ ପ୍ରାପ୍ତି ର ସଂକେତ ମିଳିଥାଏ ।

୫- ଯଦି ଆପଣଙ୍କ ବାମ ଗାଲରେ ଝିଟିପିଟି ପଡିଯାଏ ତେବେ ପୁରୁଣା ବନ୍ଧୁଙ୍କ ସହ ଦେଖା ହେବାର ସଂକେତ ମିଳିଥାଏ । ବାମ ଗାଲରେ ପଡିଲେ ବୟସ ବୃଦ୍ଧିର ସଂକେତ ଦେଇଥାଏ ।

୬- ଯଦି ବେକରେ ଝିଟିପିଟି ପଡିଯାଏ ତେବେ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିବାର ସଂକେତ ଦେଇଥାଏ । ଦାଢି ଉପରେ ପଡିଲେ ଆପଣଙ୍କୁ ସତର୍କ ରହିବାର ଅଛି । କାରଣ ଭୟଙ୍କର ଦୁର୍ଘଟଣା ମିଳିବାର ସଂକେତ ମିଳିଥାଏ ।

୭- ଯଦି ଆପଣଙ୍କ ଡାହାଣ ମଥାରେ ଝିଟିପିଟି ପଡିଯାଏ ତେବେ ଧନ ହାନି ହୋଇଥାଏ । ଡାହାଣ ଆଖିରେ ପଡିଲେ କୌଣସି ବନ୍ଧୁ ବାନ୍ଧବଙ୍କ ସହ ଦେଖା ହେବାର ସମ୍ଭାବନା ଥାଏ ।

୮- ବାମ ଆଖିରେ ଝିଟିପିଟି ପଡିଲେ ବହୁତ କ୍ଷତି ହେବାର ସମ୍ଭାବନା ଥାଏ । ଆପଣଙ୍କ ପେଟରେ ଝିଟିପିଟି ପଡିଲେ ଆଭୁଷଣ ପ୍ରାପ୍ତି ହେବାର ସୂଚନା ମିଳିଥାଏ ।

୯- ଡାହାଣ ଆଁଠୁରେ ଝିଟିପିଟି ପଡିଲେ ଯାତ୍ରା କରିବାର ସଂକେତ ମିଳିଥାଏ । ବାମ ଆଁଠୁ ରେ ପଡିଲେ ଆପଣଙ୍କ ବୁଦ୍ଧି ନଷ୍ଟ ହେବାର ସଂକେତ ମିଳିଥାଏ । ଆପଣଙ୍କ କଥା କେହି ମାଣିବେ ନାହିନ ।

୧୦- ଅଣ୍ଟା ମଝିରେ ଯଦି ଝିଟିପିଟି ପଡେ ତେବେ ଆର୍ଥିକ ଲାଭ ହୋଇଥାଏ । ପିଠି ଉପରେ ପଡିଲେ ଆପଣଙ୍କୁ କିଛି ଖୁସି ଖବର ମିଳିପାରେ ।

୧୧- ଯଦି ଆପଣଙ୍କ ନାଭିରେ ଝିଟିପିଟି ପଡିଯାଏ ତେବେ ସବୁ ଇଚ୍ଛା ପୂରଣ ହେବାର ସୂଚନା ମିଳିଥାଏ । ଯଦି ଶରୀରର ବାମ ପାର୍ଶ୍ଵରେ ଝିଟିପିଟି ହଠାତ ପଡେ ତେବେ ଶୁଭଦାୟକ ହୋଇଥାଏ । ଏପରି ହେଲେ ଧନ ଲାଭର ସଂକେତ ମିଳିଥାଏ ।

୧୨- ଘରକୁ ପ୍ରବେଶ କରିବା ସମୟରେ ଝିଟିପିଟିର ସ୍ଵର ଶୁଣିଲେ ଶୁଭ ସଂକେତ ହେବା ସହ ଆର୍ଥିକ ସମସ୍ଯା ଦୂରେଇ ଯାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *