କାର୍ଯ୍ୟରେ ସଫଳତା ପାଇବାକୁ ହେଲେ କଣ କରିବା ଉଚିତ… ଏହା ସହ ଆହୁରି 10+ ଅନୁଚିନ୍ତା

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କିଛି ବିଶେଷ ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କର ଦୈନିକ କାର୍ଯ୍ୟରେ କାମରେ ଆସିବ । ୧- କୌଣସି କାର୍ଯ୍ୟରେ ଗଲାବେଳେ ସଫଳତା ପାଇବା ପାଇଁ ହେଲେ ଗୋଟେ ଲେମ୍ବୁରେ ୪ଟି ଲବଙ୍ଗକୁ ଲଗାଇ ସାଙ୍ଗରେ ନେଇଗଲେ ସଫଳତା ମିଳିଥାଏ ।

୨- ବାସ୍ତୁ ଶାସ୍ତ୍ର ଅନୁସାରେ କେବେବି ଠାକୁରଙ୍କ ଫୋଟୋ ସାମ୍ନାସାମ୍ନି ଲଗାନ୍ତୁ ନାହିଁ । ଏହାଦ୍ବାରା ଘରେ ଅସାନ୍ତି ବୃଦ୍ଧି ପାଇଅଥାଏ ।

୩- ଦୋକାନରେ ଭଲ ବେପାର ହେଉନ ଥାଏ କିମ୍ବା କ୍ଷତି ହେଉଥାଏ ତେବେ ଶନିବାରରେ ଗୋଟେ ଲେମ୍ବୁକୁ ୪ ଭାଗ କରି କାଟି ଚାରି ଛକ ସ୍ଥାନରେ ଚାରି ଦିଗକୁ ପକାନ୍ତୁ ।

୪- ପଦ୍ମ ପତ୍ରକୁ ବାଟି ସୋରିଷ ତେଲରେ ପାକ କରି ସମସ୍ତ ଚର୍ମ ରୋଗରେ ମାରିଲେ ତାହା ଭଲ ହୋଇଯାଏ । ପଦ୍ମ ଫୁଲ କେସରକୁ ବାଟି ମିଳିମିଳା ରୋଗୀଙ୍କ ଦେହରେ ମାରିଲେ ଉପଶମ ମିଳିଥାଏ ।

୫- ଗୋଟିଏ ପାତ୍ରରେ ପଦ୍ମ ଫୁଲ ସହିତ ପାଣିକୁ ଗୋଟେ ଦିନ ସେହି ପାଣିରେ ଆଖି ଧୋଇଲେ ଆଖି ରୋଗ ଦୂର ହୋଇଥାଏ । ପଦ୍ମ ପାଖୁଡାକୁ ପାଣିରେ ବାଟି ଲେପ ଦେଲେ ବ୍ରଣ, ବଠ, କାଖ ଗୋଲି ରୋଗ ଭଲ ହୁଏ ।

୬- ଯଦି ରାତିରେ କିଛି ଦେଖାଯାଉ ନାହିଁ ତେବେ ଦହିରେ ଗୋଲମରିଚକୁ ଘୋରି ଆଖିରେ ଅଞ୍ଜନା ପରି ଲଗାଇଲେ ତାହା ଦୂର ହୁଏ ।

୭- ଅନିଦ୍ରା ଦୋଷ କରିବା ପାଇଁ ପାଟିର ଲାଳରେ ଗୋଲମରିଚକୁ ଘୋରି ଆଖିରେ ଅଞ୍ଜନା ପରି ଲଗାଇଲେ ଅନିଦ୍ରା ଦୋଷ ଦୂର ହୁଏ ।

୮- ଖାଦ୍ଯରେ କଞ୍ଚା ବା ଶୁଖିଲା ଲଙ୍କା ବ୍ୟବହାର କରିବା ବଦଳରେ ଗୋଲମରୀଚ ଗୁଣ୍ଡ ବ୍ୟବହାର କରିଲେ ଶରୀର ରୋଗମୁକ୍ତ ରୁହେ ।

୯- ଅଣ୍ଟା ବିନ୍ଧା ବା ଦରଜ ହେଉଥିଲେ ୭ଟି ଗୋଲମରୀଚ ସହ ଗଙ୍ଗା ଶିଉଳି ବାଟି ଦିନକୁ ୩ ଥର ଓ ୩ ଦିନ ଖାଇଲେ ତାହା ଦୂର ହୋଇଥାଏ ।

୧୦- ଯଦି ଗଳାରେ ସଂକ୍ରମଣ ହୋଇଥାଏ ତେବେ ଉଷୁମ ପାଣିରେ ଗୋଲମରିଚକୁ ଫୁଟାଇ କୁଳି କରିଲେ ଭଲ ହୋଇଥାଏ । କାଶ ହେଉଥିଲେ ଗୋଲମରୀଚ ଗୁଣ୍ଡା ସହ ମହୁ ମିଶାଇ ସେବନ କରିଲେ ଭଲ ହୋଇଥାଏ ।

୧୧- ପ୍ରତେକ ଦିନ ଅଙ୍ଗୁର ରସ ପିଇବା ଦ୍ଵାରା କେଶ ଝଡିବା ବନ୍ଦ ହେବା ସହ କେଶର ଘନତ୍ଵ ବୃଦ୍ଧି ପାଇଥାଏ । ଅଙ୍ଗୁର ରସରେ ମ୍ୟାଗ୍ନେସିୟମ ପରିଣାମ ରହୁଥିବାରୁ ଏହା ଆଜମା ରୋଗୀଙ୍କ ପାଇଁ ଲାଭପ୍ରଦ ହୋଇଥାଏ ।

୧୨- ଶରୀରର ଦୁର୍ବଳ ଲାଗୁଥିଲେ ବା ଥକାପଣ ହେଉଥିଲେ ଅଙ୍ଗୁର ରସ ପିଇବା ଦ୍ଵାରା ଏହା ଦୂର ହୋଇଥାଏ । ସପ୍ତାହକୁ ୨ ଥର କଳା ଓ ସବୁଜ ରଙ୍ଗର ଅଙ୍ଗୁର ଖାଇଲେ ଡାଇବେଟିସ ନିୟନ୍ତ୍ରଣ ହୋଇଥାଏ ।

୧୩- ସେଓରେ ଆଇରନର ମାତ୍ରା ଅଧିକ ଥିବାରୁ ଆନିମିଆ ରୋଗ ପାଇଁ ବହୁତ ଲାଭକରି ହେବା ସହ ପ୍ରତେକ ଦିନ ୩ଟି ସେଓ ଖାଇବା ଉଚିତ ।

୧୪- ଯେଉଁ ମାନଙ୍କର ବାରମ୍ବାର ବାନ୍ତି ହେଉଥାଏ ସେଓ ଜୁସ ସହିତ ମିଶ୍ରି ଗୁଣ୍ଡ ମିଶାଇ ପିଇଲେ ବାନ୍ତି ଦୂର ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *