ପୌରାଣିକ କାଳରେ ସ୍ଵାମୀ ସ୍ତ୍ରୀଙ୍କ ମିଳନ ଦିନ ହିସାବରେ କାହିଁକି ହେଉଥିଲା ? ଜାଣନ୍ତୁ ସ୍ଵାମୀ ସ୍ତ୍ରୀଙ୍କ ମିଳନର ଉଚିତ ସମୟ

ନମସ୍କାର ବନ୍ଧୁଗଣ, ପୌରଣିକ କାଳରେ ଅନେକ କଥାକୁ ନେଇ ଅନେକ ବିଧି ବିଧାନ ରହିଛି । ଯାହାକୁ ଆଜିର ଆଧୁନିକ ଯୁଗରେ ଲୋକ ତାହାକୁ ପାଳନ କରିବା ଅଯଥା, ମୂଲ୍ୟହୀନ ଓ ଅନ୍ଧ ବିଶ୍ଵାସ ବୋଲି ଭାବୁଛନ୍ତି । ତେବେ ଆଜି ଆମେ ସେହି କଥା ମଧ୍ୟରୁ ଗୋଟିଏ କଥାର କାରଣ ବିଷୟରେ ଜାଣିବା କାହିଁକି ପୌରଣିକ କାଳରେ ସ୍ଵାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ସମ୍ପର୍କ ଦିନ ବାର ଇତ୍ୟାଦି ଦେଖି ରଖୁଥିଲେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ ।

ଦିନେ ଦକ୍ଷ ପୁତ୍ରୀ କାମାତୁର ହୋଇ ନିଜ ସ୍ଵାମୀ ମରୀଚି ନନ୍ଦନ କାଶ୍ୟପଙ୍କ ସହ ସମାଗମ କରିବା ପାଇଁ ଅନୁରୋଧ କଲେ । ସେତେବେଳେ ରୁଷି କଶ୍ୟପ ସନ୍ଧ୍ୟା କାଳରେ ପୂଜା ବିଧି ପାଇଁ ବ୍ୟସ୍ତ ଥିଲେ । ଋଷି କଶ୍ୟପ ଏହି ସନ୍ଧ୍ୟା କାଳକୁ ଭଲ ଭାବରେ ଜାଣିଥିଲେ । ସେ ତାଙ୍କ ସ୍ତ୍ରୀଙ୍କୁ କହିଲେ ଏହି ଘଡିକୁ ଯିବାକୁ ଦିଅନ୍ତୁ । କାରଣ ଏହି ସମୟରେ ନକରାତ୍ମକ ଶକ୍ତି ମାନଙ୍କର ଆଗମନ ହୋଇଥାଏ । ଏବଂ ମହାଦେବ ନିଜର ତୃତୀୟ ନୟନରେ ଏହି ସମୟରେ ସମସ୍ତଙ୍କ ଉପରେ ନଜର ରଖିଥାନ୍ତି ।

ତେଣୁ ଏହା ସମାଗମ ପାଇଁ ଉଚିତ ସମୟ ହୋଇନଥାଏ । କିନ୍ତୁ ତାଙ୍କ ସ୍ତ୍ରୀ ବୁଝିଲେ ନାହି ପୁଣି ଥରେ କାଶ୍ୟପ ତାଙ୍କୁ ବୁଝାଇଲେ । ସନ୍ଧ୍ୟା ସମୟରେ ଯିଏ ପିଶାଚ ଭଳି ଆଚରଣ କରିଥାନ୍ତି ସେମାନଙ୍କୁ ନର୍କ ଭୋଗ ହୋଇଥାଏ । କିନ୍ତୁ ଦକ୍ଷ ପୁତ୍ରୀ ଅଦିତିଙ୍କୁ କାମସୂତ୍ରର ନିଶା ଘାରିସାରିଥିଲା ତେଣୁ ସେ ଏହିସବୁ କଥାକୁ ଅଣଶୁଣା କରି ନିର୍ଲଜଙ୍କ ଭଳି କଶ୍ୟପଙ୍କ ବସ୍ତ୍ରକୁ ଟାଣି ଧରିଲେ । ଏହାପରେ ଋଷି କଶ୍ୟପ ମଧ୍ୟ ସମାଗମ ପାଇଁ ଆକୁଳ ହୋଇ ସ୍ତ୍ରୀ ଆଦିତିଙ୍କ ସହ ସମ୍ବନ୍ଧ ସ୍ଥାପନ କଲେ । ସମାଗମ ପରେ ଆଦିତିଙ୍କୁ ନିଜ କରିଥିବା କାର୍ଯ୍ୟ ପାଇଁ ବହୁତ ଲର୍ଜିତ ଅନୁଭବ ହେଲା ।

କଶ୍ୟପଙ୍କୁ କହିବାକୁ ଲାଗିଲେ ମୁଁ ମହଦେବଙ୍କ ଶିବଙ୍କ ଅପମାନ କରିଛି । ସେ କହିବାକୁ ଲାଗିଲେ କି ଭଗବାନ ତାଙ୍କ ଗର୍ଭରେ ଥିବା ସନ୍ତାନକୁ ନଷ୍ଟ ନ କରନ୍ତୁ । ଏହିଭଳି ଅନୁତାପ କରୁଥିବା ନିଜ ସ୍ତ୍ରୀକୁ ଦେଖି କଶ୍ୟପ କହିଲେ ତୁମେ ଏହି ଅମଙ୍ଗଳ ସମୟରେ ସହବାସ କରି ଅପରାଧ କରିଛ । ଏହାର ପରିଣାମ ସ୍ୱରୂପ ତୁମ ଗର୍ଭରୁ ଏବେ ଦୁଇଟି ଅଧର୍ମୀ ପୁତ୍ର ଜନ୍ମ ନେବେ । ଯେଉଁ ମାନଙ୍କର ଅଧର୍ମକୁ ନଷ୍ଟ କରିବା ନିମନ୍ତେ ଭଗବାନଙ୍କୁ ଏହି ଧରାରେ ଅବତାର ନେବାକୁ ପଡିବ ।

ନିଜ ସ୍ଵାମୀଙ୍କ ମୁହଁରୁ ଏହା ଶୁଣି ଅଦିତି ନିଜ ଦୁଇ ସନ୍ତାନଙ୍କୁ ଗର୍ଭରେ ୧୦୦ ବର୍ଷ ରଖିବାର ନିସ୍ପତି ନେଲେ । ତାଙ୍କ ଗର୍ଭରେ ଥିବା ସନ୍ତାନ ମାନଙ୍କ ପ୍ରଭାବ ସବୁ ଦିଗରେ ଦେଖିବାକୁ ମିଳିଲା । ସବୁଆଡେ ଅନ୍ଧକାର ଛାଇଗଲା । ଏହାକୁ ଦେଖି ସମସ୍ତ ଦେବତା ଗଣ ଯାଇ ବ୍ରହ୍ମାଙ୍କ ପାଖରେ ପହଞ୍ଚିଲେ । ଏହାର ସମାଧାନ ନିମନ୍ତେ ବ୍ରହ୍ମା କହିଲେ ପୂର୍ବ କାଳରେ ଜୟ ଓ ବିଜୟ ନାମକ ସୈନିକ ନଜାଣି ପାରି ମୁନିଙ୍କୁ ବୈକୁଣ୍ଠ ଯିବା ପାଇଁ ଅଟକାଇ ଦେଇଥିଲେ ।

ଏହାପରେ ସେହି ମୁନିମାନେ ସୈନିକ ମାନଙ୍କୁ ଅଭିଶାପ ଦେଇଥିଲେ । କହିଥିଲେ କି ସେମାନେ ଦୁଇଜଣ ନିଜ ପଦ ତ୍ୟାଗ କରି ପାପୀ ଭାବେ ଜନ୍ମ ନେବେ । ତେଣୁ ଏହି ସମୟରେ ଆଦିତିଙ୍କ ଗର୍ଭରେ ବଢୁଥିବା ସେହି ଦୁଇ ସନ୍ତାନ ସେହି ଶ୍ରାପିତ ସୈନିକ ଅଟନ୍ତି ।

ଏହାପରେ ଦିତିଙ୍କ ଗର୍ଭରୁ ହିରଣ୍ୟକାଶ୍ୟପୂ ଆଉ ହିରଣ୍ୟୟାକ୍ଷଙ୍କ ଜନ୍ମ ହେଲା । ଯେଉଁମାନେ ଜନ୍ମ ନେବାର କିଛି ସମୟ ମଧ୍ୟରେ ପର୍ବତ ଭଳି ବିଶାଳ କାୟ ହୋଇଗଲେ । ଏବଂ ଦୁଇଜଣ ଆଦିଦୈତ୍ୟ ନାମରେ ଜଣାଗଲେ । ଏହାପରେ ଆଦିତିଙ୍କ ଗର୍ଭରୁ ଏକ କନ୍ୟାର ଜନ୍ମ ହେଲା । ଯାହାର ନାମ ସିଂହତା ଥିଲା ।

ଏହାଛଡା ଆଦିତିଙ୍କ ଗର୍ଭରୁ କାଶ୍ୟପଙ୍କ ଆଉ ୪୯ଟି ସନ୍ତାନ ଜନ୍ମ ନେଲେ । ତେଣୁ ଆପଣ ଏହି ସବୁରୁ ଅନୁମାନ କରିପାରୁଥିବେ ଅମଙ୍ଗଳ ସମୟରେ ସମାଗମ କରିବାର କେଉଁ ଫଳ ମିଳିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *