ମୃତ ଆତ୍ମା ନିଜ ମୃତ୍ୟୁର କାରଣ କାହିଁକି କହିପାରେ ନାହିଁ ? Garuda Purana

ନମସ୍କାର ବନ୍ଧୁଗଣ, ବିଜ୍ଞାନ ଏତେ ଆଗକୁ ଯାଇଥିଲେ ମଧ୍ୟ ମୃତ୍ୟୁର ରହସ୍ୟ ଏବେ ଯାଏଁ କେହି ମଧ୍ୟ ଜାଣିପାରିଲେ ନାହିଁ । ଗରୁଡ ପୁରାଣରେ ମୃତ୍ୟୁକୁ ନେଇ ଅନେକ କିଛି ଉଲ୍ଲେଖ ରହିଛି । କିନ୍ତୁ ଏହାର ଉତ୍ତର କଣ ସେଥିରୁ ଆମେ ପାଇପାରିବା । ଆପଣଙ୍କ ମନରେ ଉଠୁଥିବା ଏହି ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆଜି ଆମେ ଚେଷ୍ଟା କରିବା । କାହିଁକି ମୃତ ଆତ୍ମା ନିଜ ମୃତ୍ୟୁର କାରଣ କହିପାରେ ନାହିଁ । କାହିଁକି ମୃତୁ ପୂର୍ବରୁ ନିଜ ମୃତୁର କାରଣ କହିବା ପାଇଁ ସକ୍ଷମ ନଥାନ୍ତି ଲୋକ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗରୁଡ ପୁରାଣରେ ଉଲ୍ଲେଖ ରହିଛି କି ଯେତେବେଳେ ବ୍ୟକ୍ତିର ମୃତ୍ୟୁ ସମୟ ନିକଟ ହୋଇଥାଏ ସେତେବେଳେ କାଳ ଦୁତ୍ତ ତାଙ୍କ ପାଖରେ ପହଞ୍ଚିଥାନ୍ତି । ସେହି ଦୁତ୍ତ ମାନଙ୍କର ସ୍ୱରୂପ ଅତ୍ୟନ୍ତ କ୍ରୋଧିତ ଓ ଭୟାନକ ହୋଇଥାଏ । ଏହାକୁ ଦେଖି ପ୍ରାଣୀ ଭୟଭୀତ ହୋଇ ଉଠନ୍ତି । ଏହାଛଡା କିଛି ପାପୀ ଆତ୍ମା ସେମାନଙ୍କୁ ଦେଖି ଡରରେ ମଳ ମୂତ୍ର ତ୍ୟାଗ କରିଦେଇଥାନ୍ତି ।

ତାଙ୍କୁ ଦେଖି ଭୟରେ ମୁଁହରୁ ଗୋଟିଏ ଶବ୍ଦ ମଧ୍ୟ ବାହାରେ ନାହିଁ । ପ୍ରାଣୀ ପ୍ରାଥନା କରିଥାଏ କି ଜମ ଦୁତ୍ତଙ୍କୁ ତାଙ୍କୁ ଛାଡିଦେବା ପାଇଁ । ପ୍ରାଣୀ କହିଥାନ୍ତି ତାଙ୍କର କିଛି ଅଧୁରା ଇଛା ରହିଯାଇଛି । ସେ ଆଉ କିଛିଦିନ ପର୍ଯ୍ୟନ୍ତ ମୃତ୍ୟୁ ଲୋକରେ ରହିବାର ଗୁହାରି ମଧ୍ୟ କରନ୍ତି । ପୁଅ ଝିଅର ଚାକିରି, ବିବାହ ଦେଖିବାକୁ ଚାହାନ୍ତି ବୋଲି କହିଥାନ୍ତି । କିନ୍ତୁ ଯମ ଦୁତ୍ତ ପ୍ରାଣୀର ଗୋଟିଏ ବି କଥା ଶୁଣି ନଥାନ୍ତି ।

କାରଣ ତାଙ୍କୁ ଯମଙ୍କ ଠାରୁ ଆଦେଶ ମିଳିଥାଏ କି ପ୍ରାଣୀର କୌଣସି ଗୁହାରି ନଶୁଣିବା ପାଇଁ । ତେଣୁ ଏତେ ଗୁହାରି ପରେ ମଧ୍ୟ ଯମ ଦୁତ୍ତ ଶରୀରରୁ ଆତ୍ମାକୁ ବାହାର କରିଦେଇଥାନ୍ତି । ଯମ ଦୁତ୍ତଙ୍କ ଡରରେ ପ୍ରାଣୀ ହଁ କହି ଶରୀରରୁ ବାହାରିଥାଏ । ଏହା ସତ୍ୟ କି ମୃତ୍ୟୁ ସମୟରେ ମଣିଷ କିଛି ନା କିଛି କହିଥାଏ । ଆତ୍ମା ଯେତେବେଳେ କାହା ଶରୀରରୁ ବାହାରିଥାଏ ସେତେବେଳେ ସେ ବେହୋସ ଅବସ୍ଥାରେ ରହିଥାଏ ।

ଏହାପରେ ଯେତେବେଳେ ଚେତା ଫେରିଥାଏ ସେତେବେଳେ ସେ ତା ଘର ପରିବାର ଲୋକଙ୍କୁ ଜୋରେ ଚିଲେଇ ଡାକିଥାଏ । କିନ୍ତୁ ସେହି ଆତ୍ମାର କଥା କେହି ଶୁଣିପାରନ୍ତି ନାହିଁ । କାରଣ ଆତ୍ମାର କଥାକୁ ଆମେ ସାଧାରଣ ମଣିଷ ଶୁଣିବା ପାଇଁ ସକ୍ଷମ ନଥାଉ । ଏହାପରେ ପୁଣିଥରେ ସେ ନିଜ ଶରୀରରେ ପସିବାର ପ୍ରୟାସ କରିଥାଏ । କିନ୍ତୁ ତାହା ସମ୍ଭବ ହୁଏ ନାହିଁ ।

ତେବେ ଆପଣ ଭାବନ୍ତୁ ଏମିତି ଭୟାନକ ପରିସ୍ଥିତିରେ ଗୋଟିଏ ମଣିଷ ବଞ୍ଚାଅ ବଞ୍ଚାଅ କହିବା ବଦଳରେ କଣ ଏହିସବୁର କାରଣ ପ୍ରଥମେ କହିବ । ଏହା ଥିଲା ଏହାକୁ ବୁଝିବାର ଏକ କାହାଣୀ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *