କଇଁଛ ବା ତାର ପ୍ରତିମା କୁ ଘରେ କିପରି ଏବଂ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ ?

ବନ୍ଧୁଗଣ ଧର୍ମ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର ରେ ଏହା ମାନ୍ୟତା ଅଛି କି କଇଁଛ ରଖିବା ବହୁତ ଶୁଭ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ ସେଠାରେ ମା ଲକ୍ଷ୍ମୀ ବିରଜମାନ କରିଥାନ୍ତି । କାରଣ ଶ୍ରୀ ବିଶୁଣୁଙ୍କର ଅବତାର ହେଉଛନ୍ତି କଇଁଛ । ଭଗବାନ ବିଶୁଣୁ କଇଁଛ ରୂପ ଧାରଣ କରି ସମୁଦ୍ର ମନ୍ଥନ ସମୟରେ ପର୍ବତକୁ ନିଜ ପିଠିରେ ଧାରଣ କରିଥିଲେ । ଯେଉଁ ଘରେ କଇଁଛ ବା ତାର ପ୍ରତିମା ରହିଥାଏ ସେଠାରେ ମା ଲକ୍ଷ୍ମୀ ଓ ଭଗବାନ ବିଶୁଣୁଙ୍କ କୃପା ମିଳିଥାଏ । ଆଜି ଆମେ ଆପଣଙ୍କୁ କହିବୁ କଇଁଛ କେଉଁଠି ଓ କିପରି ରଖିଲେ ଧନର ଆଗମନ ହୋଇଥାଏ । ଧ୍ୟାନ ରଖିବେ କେବେଳ ଗୁରୁବାର ଦିନ କଇଁଛ ବା ତାର ପ୍ରତିମାକୁ ଆଣିବା ଉଚିତ ।

କୁହାଯାଏ ଘରେ କଇଁଛକୁ ରଖି ତାର ଯତ୍ନ ନେଲେ ଏବଂ କଇଁଛ ବଡ ହେଲେ ଘରର ଦୁଖ କଷ୍ଟ ଦୂର ହୋଇଥାଏ । କଇଁଛର ପ୍ରତିମାକୁ ଘରେ, ଦୋକାନ, ଅଫିସରେ ରଖିବା ଭଲ ହୋଇଥାଏ । ବାସ୍ତୁ ଅନୁସାରେ କଇଁଛ ରଖିବା ଉଚିତ ହୋଇଥାଏ । କଇଁଛ ଯେ କୌଣସି ଧାତୁର ହେଉ ନା କାହିଁକି ତାହାକୁ ରଖିବାର ସ୍ଥାନ ହେଉଛି ଉତ୍ତର, ପୂର୍ବ, ଉତ୍ତର-ପୂର୍ବ ଦିଗ ।

ତାହା ଅଫିସ, ଦୋକାନ ବା ଘରେ ହେଉ କଇଁଛର ମୁଖ ଉତ୍ତର-ପୂର୍ବ ବା ଐଶାନ୍ୟ କୋଣରେ ରଖିପାରିବେ । କବାଟର ମୁଖ ଉଚ୍ଚ ହେବା ଅନୁଚିତ । କଇଁଛ ରଖୁଥିବା ପାତ୍ରରେ ନୂଆ ପାଣି ଭରିବା ସହ ବୁଡି ରହିବା ଉଚିତ । ପାଣିରେ ଗଙ୍ଗା ଜଳ ମିଶାଇବା ଉଚିତ । ଯେଉଁ କଇଁଛ ବେଡ ରୁମରେ ରଖିବେ ତାହାକୁ ଶୁଖିଲା ରଖିବା ସହ ପରିଷ୍କାର ରଖିବା ଉଚିତ । ଏବେ ଆସନ୍ତୁ ଜାଣିବା କେଉଁ ପ୍ରକାରର କଇଁଛ କେଉଁ ପ୍ରକାରର ଫଳ ଦେଇଥାଏ ।

୧- ଯେଉଁ ମାନଙ୍କର ସନ୍ତାନ ହେଉ ନାହିଁ ବ ସନ୍ତାନ ହେବାରେ ଡେରି ହେଉଛି ସେମାନେ ଏମିତି କଇଁଛ ରଖିବେ ଯାହାର ପିଠି ଉପରେ ଛୁଆ ବସିଥିବେ ।

୨- ସମସ୍ତ ଚେଷ୍ଟା କରି ବି ଧନର ସମସ୍ଯା ଆଗି ରାହୁଥାଏ ସେମାନେ କ୍ରିଷ୍ଟାଲ ଧାତୁର କଇଁଛ ଓ ବଏଲରେ ଜଳ ନେଇ ଦୋକାନ, ଘରେ ବା ଅଫିସରେ ରଖିପାରିବେ । ଏହାକୁ ସିନ୍ଧୁକରେ ରଖିଲେ ମଧ୍ୟ ଧନର ସମସ୍ଯା ଦୂର ହୁଏ ।

୩- ବ୍ୟବସାୟରେ ବା ଅଫିସରେ କ୍ଷତି ହେଉଥିଲେ ତାହା ଦୂର କରି ଉନ୍ନତି କରିବାକୁ ମେଟାଲ କଇଁଛ କୁ ମେଟାଲ ପାତ୍ରରେ ରଖିପାରିବେ । ଘରେ ଯୋଡା କଇଁଛ ରଖିଲେ କଳହ ଦୂର ହୋଇଥାଏ ।

୪- ଯଦି ପ୍ରତିଦିନ କୌଣସି ନା କୌଣସି ରୋଗରେ କେହି ପୀଡିତ ହେଉଛନ୍ତି ତେବେ ଘରେ ମାଟିର କଇଁଛ ରଖିବା ଲାଭଦାୟକ ହୋଇଥାଏ ।

୫- ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି ତେବେ ରୂପାର କଇଁଛ ଓ ଏହାର ପାତ୍ରରେ ରଖିଲେ ଲାଭ ମିଳିଥାଏ ।

୬- ପରୀକ୍ଷାରେ ସଫଳ ହେବା ପାଇଁ ପିଲାମାନେ ପିତଳର କଇଁଛ ଓ ପାତ୍ରରେ ରଖିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *