ଅଜୟ ଦେବଗନ ବଲୀଉଡ ଇଣ୍ଡଷ୍ଟ୍ରିର ସେହି କଳାକାରମାନଙ୍କ ମଧ୍ୟରୁ ଜଣେ, ଯିଏ ଶିଶୁ କଳାକାର ରୂପରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସେହି ସମୟରେ ସେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ ଓ ଆଜି ସେ ବଲୀଉଡର ବଡ ପରଦାର ଜଣେ ଜଣା ଶୁଣା ଅଭିନେତା ହୋଇ ଯାଇଛନ୍ତି । ଆଜି ତାଙ୍କର ସବୁ ଫିଲ୍ମ ହିଟ ହୋଇଥାଏ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଅଜୟ ଦେବଗନ ଅଭିନେତ୍ରୀ କାଜୋଲଙ୍କୁ ବିବାହ କରିଛନ୍ତି ।
ଆଜି ଅଜୟ ଓ କାଜୋଲ ହସ ଖୁସିରେ ନିଜର ଜୀବନ ବିତାଉଛନ୍ତି । ଦୁଇ ଜଣଙ୍କର ଦୁଇଟି ସନ୍ତାନ ବି ଅଛି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ବିବାହ ପାଇଁ କାଜୋଲ ଅଜୟ ଦେବଗନଙ୍କ ପ୍ରଥମ ପସନ୍ଦ ନ ଥିଲେ । ଅଜୟ ଦେବଗନ ଅନ୍ୟ ଏକ ଅଭିନେତ୍ରୀଙ୍କୁ ବହୁତ ଭଲ ପାଉଥିଲେ ।
ସେ ଯେଉଁ ଅଭିନେତ୍ରୀକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିଲେ ସେ ଆଉ କେହି ନୁହନ୍ତି ସେ ବଲୀଉଡର ମସ୍ତ ମସ୍ତ ଗର୍ଲ ରବିନା ଟଣ୍ଡନ । ଗୋଟିଏ ସମୟ ଥିଲା ଯେତେବୀଲ ରବିନାଙ୍କ ସହିତ ଅଜୟଙ୍କ ଯୋଡି ବହୁତ ହିଟ ଥିଲା । ଦୁଇ ଜଣ ଏକା ସହିତ ବହୁତ ଫିଲ୍ମରେ କାମ କରିଛନ୍ତି । ସେ ଦୁଇ ଜଣ ପରସ୍ପରକୁ ବହୁତ ଭଲ ପାଉଥିଲେ କିନ୍ତୁ ସେ କେବେ ବି ଏକାଠି ହୋଇ ପାରିଲେ ନାହିଁ ।
ଅଜୟ ଦେବଗନଙ୍କ ନାଁ ରବିନା ଓ ଅନ୍ୟ କେତେକ ହିରୋଇନଙ୍କ ସହ ବି ଯୋଡି ଥିଲା । ରବିନା ଓ ଅଜୟଙ୍କ ସମ୍ପର୍କ ମଧ୍ୟରେ ସେତେବେଳେ ବିବାଦ ଆସିଲା ଯେତେବେଳେ ସେମାନେ ‘ଦିଲୱାଲେ’ ଫିଲ୍ମର ଶୁଟିଙ୍ଗ କରୁଥିଲେ । ସେହି ସମୟରେ ଅଜୟ କରିଶ୍ମା କପୁର ଧୀରେ ଧୀରେ ପାଖାପାଖି ହେଉଥିଲେ ଓ ଏହି କଥା ରବିନାଙ୍କୁ ଭଲ ଲାଗିଲା ନାହିଁ ।
ରବିନା ଅଜୟଙ୍କ ପ୍ରେମରେ ଏତେ ପାଗଳ ହୋଇ ଯାଇଥିଲେ କି ତାଙ୍କୁ କଣ ଭୁଲ କଣ ଠିକ ନଜର ଆସୁ ନ ଥିଲା । ସେଥିପାଇଁ ସେ ଅଜୟଙ୍କ ସହ କରିଶ୍ମାଙ୍କୁ ବି ଟାର୍ଗେଟ କରିବା ଆରମ୍ଭ କରିଦେଲେ । ରବିନା ଆରୋପ ଲଗାଇଲେ କି କରିଶ୍ମା ତାଙ୍କୁ ପସନ୍ଦ କରୁ ନାହାନ୍ତି ଓ ସେ ତାଙ୍କୁ କେତେକ ଫିଲ୍ମରୁ ବି ବାହାର କରିସାରିଛନ୍ତି । ଏହି କଥା କରିଶ୍ମାଙ୍କୁ ବହୁତ ବାଧିଲା ଓ ସେ ରବିନାଙ୍କ ଠାରୁ ଦୂରେଇ ଗଲେ ।
ସେହି ସମୟରେ ଅଜୟ ଦେବଗନ ବଲୀଉଡର ଟପ ଅଭିନେତା ହୋଇ ଯାଇଥିଲେ ସେଥିପାଇଁ ସେ ବି ବିବାଦ ବଢୁଥିବାର ଦେଖି ଦୁଇ ଜଣଙ୍କ ଠାରୁ ଦୂରେଇ ଗଲେ । ଆଜି ଯେତେବେଳେ ଅଜୟ ଓ ରବିନା ପରସ୍ପର ଦେଖା ହୋଇ ଯାଆନ୍ତି ତେବେ ଦୁଇ ଜଣ ପରସ୍ପରକୁ ଦେଖି ବି ନ ଦେଖିଲା ଭଳି ଚାଲି ଯାଆନ୍ତି ।