ସନ୍ଧ୍ୟା ସମୟରେ ଗୃହରେ ଏହି ସବୁ ଭୁଲ କରୁଛନ୍ତି କି ? ହୋଇଯାନ୍ତୁ ସାବଧାନ! Aajira Anuchinta

ହିନ୍ଦୁ ଶାସ୍ତ୍ରରେ ସନ୍ଧ୍ୟା ସମୟରେ ଭଗବାନଙ୍କର ଘରକୁ ଆସିବା ସମୟ କୁହାଯାଏ କିମ୍ବା ସନ୍ଧ୍ୟା ସମୟରେ ଖରାପ ଶକ୍ତିର ପ୍ରବେଶ ଘରକୁ ହୋଇଥାଏ । ଯଦି ଆପଣ ଭଲ କର୍ମ କରୁଥିବେ ତେବେ ଆପଣ ଭଲ ଫଳ ପାଇବେ । ଯଦି ଆପଣ ଖରାପ କର୍ମ କରୁଥିବେ ତେବେ ଆପଣଙ୍କୁ ଘରକୁ ଖରାପ ଫଳ ପ୍ରାପ୍ତ ହେବ । ଆଜି ଆମେ ଆପଣ ମାନଙ୍କୁ ସନ୍ଧ୍ୟା ଯେଉଁ ସବୁ କାମ କରିଲେ ଭଲ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ । ସନ୍ଧ୍ୟା ସମୟରେ ଭୁଲରେ ବି ଖାଇବା ଉଚିତ ନୁହେଁ । ଯଦି ଆପଣ ଏପରି କରନ୍ତି ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ।

ଯଦି ଆପଣ ସନ୍ଧ୍ୟା ସମୟରେ ଶୋଉଥିବେ ତେବେ ଏହା କ୍ଷତିକାରକ ହୋଇଥାଏ । ଏହା ଦ୍ଵାରା ଗୃହକୁ ଖରାପ ଶକ୍ତିର ପ୍ରବେଶ ହୋଇଥାଏ । ଏହା ସହ ଧନ ହାନି ହୋଇଥାଏ । ତେଣୁ ଭୁଲରେ ବି ସନ୍ଧ୍ୟା ସମୟରେ ଶୋଇବା ଉଚିତ ନୁହେଁ । ପିଲା ମାନେ ସନ୍ଧ୍ୟା ସମୟରେ ପାଠ ପଢିବା ଉଚିତ ନୁହେଁ । ଏହା ଦ୍ଵାରା ସେମାନଙ୍କ ପାଠ ପଢାରେ ମନ ଲାଗେ ନାହିଁଁ ।

ତେଣୁ ସନ୍ଧ୍ୟା ଗଡିବା ପରେ ପିଲା ମାନେ ପାଠ ପଢିବା ଉଚିତ । ଦାମ୍ପତ୍ୟ ଜୀବନରେ ଯଦି ଆପଣ ସନ୍ଧ୍ୟା ସମୟରେ ସହବାସ କରୁଥାନ୍ତି ତେବେ ଏହା କରିବା ଅନୁଚିତ । ଏପରି କରିବା ଦ୍ଵାରା ଆପଣଙ୍କର ଅନେକ ସମସ୍ୟା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପଡିଥାଏ । ସନ୍ଧ୍ୟା ଆଳତି କରିବା ସମୟରେ ଆପଣ ଝୁଣା ଧୂପ ଦିଅନ୍ତୁ ।

ଏହା ଦ୍ଵାରା ଘରେ ଥିବା ଖରାପ ଶକ୍ତିର ଅନ୍ତ ହୋଇ ସକାରାତ୍ମକ ଶକ୍ତିର ଊର୍ଜା ରହିଥାଏ । ଘରେ ସର୍ବଦା ସନ୍ଧ୍ୟା ସମୟରେ ଆଳତି କରିବା ଉଚିତ । ଯଦି ଆପଣ ପୂଜା ପାଠ ନ କରିବେ ତେବେ ଘରେ ଅସାନ୍ତି ଲାଗି ରହିଥାଏ । ଏହା ସହ ଧନର ମଧ୍ୟ ଅଭାବ ରହିଥାଏ । ଦାମ୍ପତ୍ୟ ଜୀବନରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହିଥାଏ । ଏହା ବ୍ୟତୀତ ସନ୍ଧ୍ୟା ଦେବା ପରେ ଠାକୁରଙ୍କ ମୁହଁ ଢାଙ୍କି ଦିଅନ୍ତୁ ।

ଏହା ସହ ସନ୍ଧ୍ୟା ସମୟରେ ଛୋଟ ପିଲା ମାନଙ୍କୁ ମାରନ୍ତୁ ନାହିଁଁ । ଏହା ଦ୍ଵାରା ଆମ ଲକ୍ଷ୍ମୀଙ୍କ କୋପ ଦ୍ରୁଷ୍ଟି ପଡିଥାଏ । ଯାହା ଦ୍ଵାରା ଘର ମଙ୍ଗଳ ହୁଏ ନାହିଁଁ । ଏହା ସହ ଧନର ମଧ୍ୟ ହାନି ହୋଇଥାଏ । ସନ୍ଧ୍ୟା ସମୟରେ ଘରେ ଶଙ୍ଖ ବା ଘଣ୍ଟା ବଜାଇବା ଜରୁରୀ ହୋଇଥାଏ । ଏହା ଦ୍ଵାରା ଘରେ ସକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

ଯଦି ଘର ନାରୀମାନେ ଏହି ସବୁ ଭୁଲ କରୁଥାନ୍ତି ତେବେ ଏହାକୁ ତୁରନ୍ତ ବନ୍ଦ କରନ୍ତୁ । ସନ୍ଧ୍ୟା ସମୟରେ ଏହି ସବୁ କଥା ପ୍ରତି ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *