ବନ୍ଧୁଗଣ ଆଜିର କଥା ବସ୍ତୁ ହେଉଛି । ଦିନକର କଥା ବୈକୁଣ୍ଠପରରେ ମା ଲକ୍ଷ୍ମୀ ଓ ଭଗବାନ ନାରାୟଣ ବସିକି କଥା ହେଉଥିଲେ । ମା ଲକ୍ଷ୍ମୀ ଭଗବାନ ନାରାୟଣଙ୍କର ମନ ପ୍ରସନ୍ନ ଥିବା ଦେଖି ତାଙ୍କୁ ପଚାରିଲେ ତମର ଅତି ପ୍ରିୟର ମଣିଷଙ୍କର ନାମ କୁହ । ଭଗବାନ ନାରାୟଣ ମା ଲକ୍ଷ୍ମୀଙ୍କର ପ୍ରଶ୍ନର ଉତ୍ତର ଦବାକୁ ଯାଇ କହିଲେ ମୋର ସବୁଠାରୁ ପ୍ରିୟ ମୋର ଭକ୍ତ । ମୋର ସବୁଠାରୁ ପ୍ରିୟ ଭକ୍ତ ହେଉଛନ୍ତି ଦେବ ଦେବ ମହାଦେବ । ଭଗବାନ ନାରାୟଣ ଏଠାରେ ନିଜର ଭକ୍ତ ମାନଙ୍କ ପାଇଁ ଦରକାର ପଡିଲେ ନିଜ ଜୀବନ ଦବା ପାଇଁ କହିଛନ୍ତି ।
ଯେଉଁ ଲୋକମାନେ ଅତ୍ୟନ୍ତ ନିଷ୍ଟାର ସହ ଭଗବାନ ମହାଦେବଙ୍କୁ ପୂଜା କରିଥାନ୍ତି । ସେହି ଲୋକମାନେ ଭଗବାନ ନାରାୟନଙ୍କର ମଧ୍ୟ ପ୍ରିୟ ହୋଇଥାନ୍ତି । ହର ଏବଂ ହରି ହେଉଛନ୍ତି ଏକ. ଯେଉଁ ମାନେ ଶିବଙ୍କୁ ଅନ୍ନ ସମର୍ପଣ ନ କରି ଖାଇଥାନ୍ତି ସେହିମାନେ ନରକପୁରକୁ ଯାଇଥାନ୍ତି । ଯେଉଁ ଲୋକମାନେ ଶିବଙ୍କୁ ନିଷ୍ଟାର ସହ ପୂଜା କରିଥାଏ, ସେହିମାନେ ବୈକୁଣ୍ଠପୁରକୁ ଯାଇଥାନ୍ତି । ଯେତେବେଳେ ମା ଲକ୍ଷ୍ମୀ ଜାଣିଲେ ହରି ଏବଂ ହର ଏକ । ସେ ବହୁତ ମନ ଦୁଖ କଲେ, କାରଣ ମହାଲକ୍ଷ୍ମୀ କେବେ ମହାଦେବଙ୍କୁ ପୂଜା କରିନଥିଲେ ।
ସେଠାରେ ଭଗବାନ ନାରାୟଣ ମା ଲକ୍ଷ୍ମୀଙ୍କୁ ବୁଝାଇଛନ୍ତି ହରି ଏବଂ ହର ଏକ, ତେଣୁ ତୁମେ ହରିଙ୍କର ସେବା କରିବା ସହିତ ପୂଜା କରିଛ ତେଣୁ ହରଙ୍କର ମଧ୍ୟ ପୂଜା କରିଛ ଏବଂ କହିଛନ୍ତି ତମେ ଯଦି ଭଗବାନ ଶିବଙ୍କର ପୂଜା କରିବାକୁ ମନ କରିଛ, ତେବେ ଆଜିଠୁ ୧୦୦ ପଦ୍ମ ଫୁଲ ଦେଇ ସଂକଳ୍ପ କରି ପୂଜା କର । ପ୍ରଭୁଙ୍କ ଠାରୁ କଥା ଶୁଣି ପ୍ରତିଥର ୧୦୦ ପଦ୍ମଫୁଲ ଦେଇ ପୂଜା କରନ୍ତି ।
ପ୍ରଥମ ଦିନ ୧୦୦ ଫୁଲ, ଦିତୀୟ ଦିନ ୧୦୦ ଫୁଲ ଏପରି ଦେଇ ପୂଜା କରୁଥିବା ବେଳେ ତୃତୀୟ ଦିନ ମା ଲକ୍ଷ୍ମୀଙ୍କ ମନ ଭାରି ଖୁସି ଥିଲା, କାରଣ ସେହିଦିନ ତାଙ୍କର ସଂକଳ୍ପ ପୂରଣ ହେବ । ୩୦୦ ପଦ୍ମଫୁଲ ସଂକଳ୍ପ କରି ପୂଜା କରିବାକୁ ଭଗବାନ ହରି କହିଥିଲେ କିନ୍ତୁ ତୃତୀୟ ଦିନ ମା ଲକ୍ଷ୍ମୀ ପୋଖରୀରୁ ଗଣିକି ଶହେ ଫୁଲ ଆଣି ଧ୍ୟାନର ସହ ପୂଜା କରୁଥିବାବେଳେ ମା ଲକ୍ଷ୍ମୀଙ୍କର ପରୀକ୍ଷା ନେବାକୁ ଯାଇ ମହାଦେବ ୨ଟି ପଦ୍ମ ଫୁଲ ଲୁଚେଇଦେଇଛନ୍ତି ।
ମା ଲକ୍ଷ୍ମୀ ଯେତେବେଳେ ଗଣି ଗଣି କରି ପଦ୍ମ ଫୁଲ ମହାଦେବଙ୍କୁ ଅର୍ପଣ କରୁଛନ୍ତି, ସେତେବେଳେ ୨ଟି ଫୁଲ ନିଅଣ୍ଟ ହେଉଛି । ଏହା ଦେଖି ମା ଚକିତ ହେଉଛନ୍ତି । ପୂଜା କରୁଥିବା ସମୟରେ ଜାଗାରୁ ଉଠିଫୁଲ ଆଣିବା ଯାଇପାରୁନାହାନ୍ତି, କାରଣ ପୂଜା ମଝିରୁ ଉଠିକି ଗଲେ ପୂଜାର ସଂକଳ୍ପ ପୂରଣ ହୋଇନଥାଏ । ଏହି ସମୟରେ ମା ଙ୍କର ମନେ ପଡିଯାଇଛି ପ୍ରଭୁ ହରି ମା ଲକ୍ଷ୍ମୀଙ୍କୁ ପୁଷ୍କରିଣୀ ସହିତ ତୁଳନା କରିଛନ୍ତି ।
ଯଦି ମା ଙ୍କୁ ପୁଷ୍କରିଣୀ କୁହାଯିବ ତେବେ ତାଙ୍କର ୨ଟି ସ୍ତନ ଯୁଗଳକୁ ପଦ୍ମର କଢି ଏକଥା ମଧ୍ୟ ପ୍ରଭୁ ମା ଙ୍କୁ କହିଛନ୍ତି । ଏହି କଥା ମାନେ ପଡିବା ମାତ୍ରେ ମା ଲକ୍ଷ୍ମୀ ଭାବିଲେ ମୋର ତ ୨ଟି ସ୍ତନ ମୁଁ ଯଦି ଏହି ୨ଟି ପଦ୍ମ ଫୁଲର ଅଭାବକୁ ମୋର ୨ଟି ସ୍ତନ ଦ୍ଵାରା ପୂରଣ କରିବି, ତାହେଲେ ୧୦୦ ପଦ୍ମ ଫୁଲ ଦେଇ ଶିବଙ୍କୁ ପୂଜା କରିବା ସଂକଳ୍ପ ମୋର ପୂରଣ ହେବ ।
ଏହା କହି ମା ଯେତେବେଳେ ଛୁରି ଆଣି ନିଜର ସ୍ତନ କାଟିବା ପାଇଁ ଆରମ୍ଭ କରିଛନ୍ତି, ସେତେବେଳେ ସ୍ତନ ୨ଟି କଥା କହିବା ଆରମ୍ଭ କରିଛନ୍ତି ଏବଂ କହିଛନ୍ତି ଆମର କି ଭାଗ୍ୟ ଆମେ ଶିବଙ୍କ ମସ୍ତକରେ ରହିବୁ କିନ୍ତୁ ମା ଆପଣ ସ୍ତନ କାଟିଦେଲେ ତେବେ ଆପଣ ବିରୂପ ଦେଖାଯିବେ, ଯାହା ଦେଖି ପ୍ରଭୁ ହରି ଆପଣଙ୍କ ଉପରେ ରାଗିବେ । ଏହା ଶୁଣି ମା କହିଛନ୍ତି ହର ଓ ହରି ଏକ ।
ତେଣୁ ମୁଁ ଯଦି ମୋର ସ୍ତନ ମହାଦେବଙ୍କୁ ଅର୍ପଣ କରିବି, ତେବେ ଏହା ହରିଙ୍କୁ ମଧ୍ୟ ପ୍ରାପ୍ତ ହେବ । ଏହା କହି ପ୍ରଥମେ ନିଜର ବାମ ପଟ ସ୍ତନଟିକୁ କାଟି ମହାଦେବଙ୍କୁ ଅର୍ପଣ କରିଛନ୍ତି ଏବଂ ଡାହାଣ ସ୍ଥାନକୁ ଯେତେବେଳେ କାଟିବା ଆରମ୍ଭ କରିଛନ୍ତି, ସେତେବେଳେ ମହାଦେବ ଆସି ଉଭା ହୋଇଛନ୍ତି ।
ମା ଲକ୍ଷ୍ମୀ ଧରିଥିବା ଛୁରୀକୁ ଛଡାଇ ନେଇଛନ୍ତି ଓ ଏହା ଦେଖି ମା କହିଛନ୍ତି ପ୍ରଭୁ ମୁଁ ଆପଣଙ୍କ ମହିମା ଜାଣିନଥିଲି, ମୋର ପ୍ରଭୁ ସବୁ ଦୋଶ କ୍ଷମା କରନ୍ତୁ । ଏହା ଶୁଣି ମହାଦେବ ପ୍ରସନ୍ନ ହୋଇ ମା ଲକ୍ଷ୍ମୀଙ୍କୁ ବର ଦେଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ କମେଣ୍ଟ ଦ୍ଵାରା ଜଣାନ୍ତୁ ।