ଜନ୍ମ ମୃତ୍ୟୁ ଏକ ରୂପାନ୍ତର ଚକ୍ର ଯାହାକୁ ଆମେ ଚାହିଁଲେ ମଧ୍ୟ ବନ୍ଦ କରି ପାରିବାନୀ । ଏହାର କାରଣ ହେଉଛି କି ଆମେ ଯଦି ଏକ ସାଧାରଣ କଥା ଦେଖିବା ପାଇ ଯିବା ତ ଆଜି ଯାଏ ନା ବିଜ୍ଞାନ ଓ ନା ହି ଜ୍ଞାନୀ ମାନେ ଏହାକୁ ବନ୍ଦ କରିବାର ପ୍ରକ୍ରିୟା କୁ କହି ପାରି ନାହାନ୍ତି । ଜୀବନର ସୃଷ୍ଟି ସ୍ଵୟଂ ହୋଇ ଥାଏ ତେଣୁ ଏହାର ଅନ୍ତ ଓ ଏହାର ଆରମ୍ଭ କରିବା ଆମ ହାତରେ ରହି ନଥାଏ । କୁହାଯାଏ କି ସବୁ ଜୀବନ ମଧ୍ୟରେ ଆତ୍ମା ରହି ଥାଏ ।
ତେବେ ଅନେକ ଥର ହି ପ୍ରଶ୍ନ ଉଠି ଥାଏ କି କଣ ମରିବା ବେଳେ କିମ୍ବା ବଞ୍ଚିବା ବେଳେ ଏହି ଆତ୍ମା କୁ କଷ୍ଟ ହୋଇ ଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଆମ ପରିଜନ ମାରିବା ବେଳେ ଆମେ ସବୁ ବେଳେ କଷ୍ଟ ଅନୁଭବ କରି ଥାଉ । କିନ୍ତୁ ଆମେ ଏହା ଜାଣିବା କଥାକି ସେମାନେ କେବଳ ଶରୀର ବଦଳାଇ ଛନ୍ତି ମାତ୍ର ତାଙ୍କର ଆତ୍ମା ସେୟା ଅଛି ।
ଯେତେ ବେଳେ ଆମ ଶରିରରୁ ଆତ୍ମା ବାହାରିକି ଅନ୍ୟ ଯାଗରେ ଯାଇ ପ୍ରବେଶ କରି ଥାଏ । ସେତେବେଳେ ସେ ଜାଣି ଥାଏ କି ସେ କଣ ଅଟେ । କିନ୍ତୁ ମାତା ଗର୍ଭରେ ଥିବା ବେଳେ ସେ କଷ୍ଟ ଅନୁଭବ କରି ଥାଏ ଯଦି ସେ ଖରାପ କାମ ତା ଜୀବନରେ କରିଥାଏ ତାହେଲେ ।
କିନ୍ତୁ ଯଦି ମଣିଷ ଜୀବନରେ ସବୁ ବେଳେ ଦାନ ଦକ୍ଷିଣା ଦେବା କିମ୍ବା ସବୁ ବେଳେ ବିବେକ ରହିତ ହୋଇ କାମ କରିଥାଏ ତେବେ ସେ ନିଶ୍ଚିତ ଭାବେ ଭଲ ଭାବେ ମାତା ଗର୍ଭ ରେ ପ୍ରବେଶ କରିଥାଏ ଓ ତାକୁ କଷ୍ଟ ହୋଇ ନଥାଏ । ଏହା ପରେ 3 ମାସ ପରେ ସେ ଜାଣି ପରି ଥାଏ କି ସେ କଣ କରୁଛି 6 ମାସ ପରେ ତାକୁ ଭୋକ କରିବା ଓ ଶୋଷର ନୁଭୂତି ହୋଇ ଥାଏ ।
ଏହା ପରେ ସେ 9 ମାସର ହୋଇଯିବା ପରେ ତାର ମୁଣ୍ଡ ତଳକୁ ଓ ଗୋଡ ଉପରକୁ ହୋଇ ଯାଇଥାଏ । ଏବେ ସେ ନିଜକୁ ପିଞ୍ଜରାରେ ଅନୁଭୂତ କରିଥାଏ ଯାହା ପାଇଁ ସେ ଭଗବାନ ଙ୍କୁ ପ୍ରାର୍ଥନା କରି ଥାଏ କି ତାକୁ ଭଗବାନ ବାହାରକୁ ବାହାର କରି ଦିଅନ୍ତୁ । କିନ୍ତୁ ସେ ବାହାରକୁ ବାହାରି ଯିବା ପରେ ଆଉ କିଛି ମନ ରଖୀ ନଥାଏ ।
ସବୁ କିଛି ଭୁଲି ଯାଇ ଥାଏ ଯାହା ପାଇଁ ସେ କାନ୍ଦିବା ପାଇଁ ଲାଗିଥାଏ । ସେହି ଭଳି ମୃତ୍ୟୁ ସମୟରେ ମଧ୍ୟ ଆତ୍ମା 9 ଟି ରାସ୍ତା ଦେଇ ବାହାରକୁ ବାହାରି ଥାଏ । ଯଦି ଆତ୍ମା ଯିବା ପାଇଁ ଚାହିଁ ନଥାଏ ତେବେ ତାକୁ ଅନେକ କଷ୍ଟ ହୋଇ ଥାଏ ଏହି 9 ଦ୍ଵାରା ମାନେ ହେଲେ ଦୁଇ କାନ, ଦୁଇ ଆଖି, ଦୁଇ ନାକ ପୁଡା, ମୁହଁ, ଶେଷରେ ମଳମୁତ୍ର ତ୍ୟାଗର ଦ୍ଵାର ।
ଯେଉଁ ମାନେ କଷ୍ଟ ପାଇକି ମରିଥାନ୍ତି ସେମାନେ ଏହି ମଳମୁତ୍ର ଦ୍ଵାରା ଦେଇ ବାହାରି ଥାନ୍ତି ଓ ଆଖି ଦେଇ ବାହାରକୁ ବାହାରି ଯାଇ ଥାନ୍ତି ଯେଉଁ ମାନେ ମୁହଁ କିମ୍ବା ନାକ ପୁଡା ଦେଇକି ବାହାରକୁ ବାହାରି ଯାଇ ଥାନ୍ତି ସେମାନେ ଅଧିକ କଷ୍ଟ ପାଇ ନଥାନ୍ତି । ତେବେ ହଁ ମୃତ୍ୟୁ ବେଳେ ମଧ୍ୟ ଆତ୍ମା କୁ କଷ୍ଟ ହୋଇ ଥାଏ ।