କଣ ବାସ୍ତୁ ଦୋଷ ପାଇଁ ବି ହିଇଥାଏ ବିବାହରେ ଡେରି ? ଦେଖନ୍ତୁ କଣ କହୁଛି ଜ୍ଯୋତିଷ ଶାସ୍ତ୍ର

ଶାସ୍ତ୍ରର କଥା ଓ ଧର୍ମର କଥା ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣମାନଙ୍କ ମଧ୍ୟରେ କିଛି ଲୋକଙ୍କ ବିବାହର ବହୁତ ଡେରିରେ ହୋଇଥାଏ । କିଛି ଲୋକ ଏହି ବିବାହର ଡେରି ହେବାର କାରଣକୁ ନିଜର କିସ୍ମତ ବୋଲି କୁହନ୍ତି ଓ କିଛି ଲୋକ କୁଣ୍ଡଳୀର ସମସ୍ଯା ବୋଲି କୁହନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ଗୃହରେ ଯଦି ବାସ୍ତୁ ସମସ୍ଯା ଦେଖା ଦେଲେ ବିବାହ ର ସମସ୍ଯା ଦେଖା ଦେଇଥାଏ ।  ବନ୍ଧୁଗଣ ଆପଣଙ୍କ ମଧ୍ୟରୁ ବହୁତ ବ୍ୟକ୍ତି ଅଛନ୍ତି ଯାହାକୁ ଏହି ବିଷୟରେ ଜଣା ନ ଥାଏ ।

ଯଦି ଆପଣଙ୍କର ଜୀବନରେ ଏହି ସମସ୍ଯା ଦେଖାଯାଉଛି ତାହାଲେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ କିପରି ଭାବେ ମୁକ୍ତି ପାଇବା । ବନ୍ଧୁଗଣ ବିବାହ କରିବାକୁ ଥିବା ଯୁବକ ଯୁବତୀଙ୍କର ଶୟନ କକ୍ଷ ଯଦି କିଛି ଭୁଲ ହୋଇଥାଏ ତା ହେଲେ ବିବାହର ହେବାରେ ସମସ୍ଯା ଦେଖା ଯାଇଥାଏ । ମନେ ରଖନ୍ତୁ ଯେଉଁ ଯୁବକ ଯୁବତୀଙ୍କ ବିବାହର ହେବାକୁ ଯାଉଛି ତାଙ୍କର ସୟନ କକ୍ଷ ବାୟଜ କୋଣରେ ହେବା ଦରକାର । ସେହି ବ୍ୟକ୍ତିଙ୍କୁ  ଉତ୍ତର ପଶ୍ଚିମ ଦିଗରେ ଶୋଇବା ଦରକାର । ଯଦି ଆପଣଙ୍କର ଏହି ଦିଗରେ ଗୃହ ନାହିଁ ତା ହେଲେ ଆପଣ ଉତ୍ତର ଦିଗରେ ଶୋଇବା ଉଚିତ । ବାସ୍ତୁ ଶାସ୍ତ୍ର ଅନୁସାରେ ବିବାହ କରିବାକୁ ଥିବା ପୁଅ ଓ ଝିଅ ମାନଙ୍କ କୋଠରି ହାଲକା ଗୋଲାପି ରଙ୍ଗ ହେବା ଉଚିତ ।

ବିବାହ କରିବାକୁ ଥିବା ପୁଅ ଝିଅଙ୍କ କଠୋରୀ କେବେବି ନାଲି, କଳା ଓ ଗାଢ ରଙ୍ଗ ହେଇ ନ ଥିବ। ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି କୌଣସି ପୁଅ କିମ୍ବା ଝିଅଙ୍କର ବିବାହ ଡେରି ହଉଛି ତହଲେ ସେହି ବ୍ୟକ୍ତି ତାଙ୍କର ଶୋଇବା କକ୍ଷରେ ଦୁଇଟି ବତକ ଫଟୋ ରଖିବେ । ମାନାଯାଏ କି ବିବାହରେ ବିଳମ୍ବ ହେଉଥିଲେ ତାହା ଦୂର କରିଥାଏ । ତୁରନ୍ତ ବିବାହର ହୋଇଥାଏ । ଯଦି କୌଣସି ପୁଅ ଝିଅ ଜଲ୍ଦି ବିବାହ ପାଇଁ ଚାହୁଁଛନ୍ତି ତା ହେଲେ ସେହି ବ୍ୟକ୍ତି ନିଜର ଶୋଇବା କଠୋରୀରେ ନିଜର ଖଟକୁ ଏପରି ପକାଇବେ ଯେମିତି ଆପଣଙ୍କୁ ଲାଗିବ ଦୁଇ ଜଣଙ୍କ ମଧ୍ୟରେ ଶୟନ କରିବାକୁ ସୁବିଧା ହେବ ।

ଆପଣ ମାନେ ରଖିବେ ଆପଣ ଶୟନ କରୁଥିବା ଖଟ ଶୋଇବା କକ୍ଷ ଠାରୁ ବଡ ହୋଇ ନ ଥିବ । ଯଦି ଏହା ବଡ ହେବ ତା ହେଲେ ଆପଣଙ୍କର ବିବାହରେ ସମସ୍ଯା ଦେଖାଦବ । ତେଣୁ ବନ୍ଧୁ ଗଣ ଯଦି ଆପଣ ଏହି ବାସ୍ତୁ କଥାକୁ ମାନିବେ ତା ହେଲେ ଆପଣଙ୍କ ଗୃହରେ ଯଦି କୌଣସି ଯୁବକ ଓ ଯୁବତୀଙ୍କ ବିବାହର କିଛି ସମସ୍ଯା ଦେଖା ଯାଉଛି ତାହାଲେ ଏହି ଉପାୟ କରିବା ଦ୍ଵାରା ଦେଖା ଦଉଥିବା ସବୁ ସମସ୍ଯା ଦୂର ହୋଇଯିବ ଓ ତୁରନ୍ତ ବିବାହର ହୋଇଯିବ ।

Leave a Reply

Your email address will not be published. Required fields are marked *