Vaastu Shastra: ପୂର୍ବପୁରୁଷଙ୍କ ଫୋଟୋ ଘରେ ଥିଲେ ପକାଏ ନକରାତ୍ମକ ପ୍ରଭାବ, ଜାଣନ୍ତୁ କେମିତି ଓ କେଉଁ ସ୍ଥାନରେ ରଖିବେ ପୂର୍ବଜଙ୍କ ଫୋଟୋ ?

ଗୃହରେ ଯଦି ଆପଣ କୌଣସି ମୃତ୍ୟୁ ବ୍ୟକ୍ତିଙ୍କର ଫଟୋ ଲଗାଉଛନ୍ତି ତାହା ହେଲେ ଆପଣଙ୍କର ଗୃହରେ ନାକାରାତ୍ମକ ଶକ୍ତି ପଡିବ ।  ବନ୍ଧୁଗଣ ଆପଣମାନେ ଜାଣିଥିବେ ଆମ ମାନଙ୍କ ଗୃହରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଗଲେ ସେମାନଙ୍କର ଫଟୋକୁ ଆମେ ଗୃହରେ ଲଗାଇଥାଉ । ଏହି ଫଟୋକୁ ଯଦି ଆମେ ଗୃହରେ ଲଗାଇଥାଉ ତା ହେଲେ ଗୃହରେ ନାକାରାତ୍ମକ ଶକ୍ତି ପଡିବ ।

ବନ୍ଧୁଗଣ ଯଦି ଆମେ ଏହି ଫଟୋକୁ ଗୃହରେ ଟାଙ୍ଗିବା ଆମେ ରାତିରେ ମୃତ୍ୟୁ ବ୍ୟକ୍ତି ବିଷୟରେ ସ୍ଵପ୍ନ ଦେଖିବା । ଯାହା ଫଳରେ ଆମକୁ ଡର ଲାଗିଥାଏ  । ମନେ ରଖନ୍ତୁ କେବେବି ଦେବିଦେବତାଙ୍କ ଫଟୋ ପାଖରେ ମୃତ୍ୟୁ ବ୍ୟକ୍ତିର ଫଟୋ ଟାଙ୍ଗିବେ ନାହିଁ । ଏହା କରିବା ଦ୍ଵାରା ଗୃହରେ ଅଶାନ୍ତି ଦେଖିବାକୁ ମିଳିବ । ପିତୃ ଲୋକଙ୍କର ଫଟୋ ଗୃହରେ ସବୁ ସ୍ଥାନରେ ଲଗାଇବେ ନାହିଁ । ଏହାକୁ ଶୁଭ ବୋଲି ମାନାଯାଏ  ନାହିଁ ।

ଜଣେ ପିତୃ ଲୋକଙ୍କର ଏକ ରୁ ଅଧିକ ଫଟୋ ଲଗାଇବେ ନାହିଁ । ପିତୃ ଲୋକଙ୍କ ଫଟୋ ଗୃହରେ ମଧ୍ୟ ଜାଗାରେ ଲଗାଇବେ ନାହିଁ । ଏହା କଲେ ଆପଣଙ୍କର ସମ୍ମାନ ହାନି ହୋଇଥାଏ  । ଜୀବିତ ଲୋକଙ୍କ ଚିତ୍ର ସହିତ କେବେ ବି ପିତୃ ଲୋକଙ୍କ ଫଟୋ ଟାଙ୍ଗିବେ ନାହିଁ । ପିତୃ ଲୋକଙ୍କର ଫଟୋ ରୋଷେଇ ଘରେ କିମ୍ବା ଶୋଇବା ଘରେ କେବେ ବି ଟାଙ୍ଗନ୍ତୁ ନାହିଁ ।

ଗୃହର କେଉଁ କୋଣରେ ପିତୃ ଲୋକଙ୍କର ଫଟୋ ଲଗାଯିବ ।  ବନ୍ଧୁଗଣ ଆପଣ ଏପରି ଜାଗାରେ ପିତୃ ଲୋକଙ୍କର ଫଟୋ ଲଗାଇବେ ଯେଉଁ ଜାଗାରେ ଗୃହର ସଦସ୍ୟଙ୍କ ନଜର ହଠାତ୍ ପଡିବନି  । ଯଦି ଗୃହ ସଦସ୍ୟଙ୍କ ପ୍ରତ୍ୟକଦିନ ପିତୃ ଲୋକଙ୍କ କଥା ମନେ ପଡେ ତା ହେଲେ ଏହା ଆପଣଙ୍କ ଉପରେ ନାକାରତ୍ମକ ଶକ୍ତି ପଡିଥାଏ । ମାନାଯାଏ କି  ଯଦି ଆପଣ ପୂର୍ବ ଲୋକଙ୍କ କଥା ଆପଣ ପ୍ରତେକ ଦିନ ମନେ ପକାନ୍ତି ତାହାଲେ ଆପଣଙ୍କର ମନ ତାଙ୍କ ଆଡକୁ ଆକର୍ଷଣ ହୋଇଥାଏ  ।

ପ୍ରତ୍ୟକ ସମୟରେ ଆପଣଙ୍କର ମନ ଉଦାସ ରହିବ । ଆପଣ ଏମିତି ଏକ ଜାଗାରେ ପିତୃ ଲୋକଙ୍କର ଫଟୋ ଲଗାଇବେ ଯେଉଠି କିଛି ବି ଦୋଷ ନ ଥିବ । ଯଦି ଆପଣଙ୍କର ପୂର୍ବଦିଗରେ ପୂଜା ଘର ଅଛି ତାହାର ଐଶାନ୍ୟ କୋଣରେ ଆପଣ ପିତୃ ଲୋକଙ୍କର ଫଟୋ ଟାଙ୍ଗୀ ପାରିବେ । ଏମିତି ଫଟୋ ଲଗାଇବେ ଯାହାର ମୁଖ ଦକ୍ଷିଣ ଦିଗ ଆଡକୁ ରହୁଥିବା ଦରକାର ।

ଆପଣ ଏମିତି ଜାଗାରେ ଫଟୋ ଲଗାଇବେ ନାହିଁ ଯେଉଁ ଜାଗେରେ ଆଗରୁ କେବେ କୌଣସି ପିତୃ ଲୋକଙ୍କର ଫୋଟୋ ଲଗାଇ ନ ଥିବେ ଯଦି ଲଗା ଯାଇଥିବା ଫଟୋ ଜାଗାରେ ଆପଣ ପିତୃ ଲୋକଙ୍କ ଫଟୋ ଟାଙ୍ଗିବେ ତାହେଲେ ଗୃହରେ ଆପଣଙ୍କର ନାକାରାତ୍ମକ ଶକ୍ତି ବଢିବ । ଆପଣଙ୍କର ଗୃହରେ ଅସାନ୍ତି ଦେଖାଦେବ । ଏହା ସହିତ ଅଲଗା ଅଲଗା ଦିଗରେ ପିତୃ ଲୋକଙ୍କର ଫଟୋକୁ ଲଗାଇଲେ ଏହା ଆପଣଙ୍କ ଗୃହରେ ପ୍ରଭାବ ପଡିଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ଗୃହରେ ମୃତ୍ୟୁ ବ୍ୟକ୍ତିଙ୍କ ଫଟୋକୁ ଲଗାଇବେ ନାହିଁ ।

Leave a Reply

Your email address will not be published. Required fields are marked *