ନମସ୍କାର ବନ୍ଧୁଗଣ, କଥାରେ ଅଛି କଷ୍ଟ କଲେ କୃଷ୍ଣ ମିଳନ୍ତି । ଯଦି ଆପଣ କଷ୍ଟ ନକରି ଫଳର ଆଶା ଧରି ବସିବେ ତେବେ ଫଳ କେଉଁଠୁ ଆସିବ । ଭଗବାନ ମଣିଷର କର୍ମ ଅନୁଯାଇ ହିଁ ଫଳ ଦେଇଥାନ୍ତି । ତେବେ ଯଦି ଜଣେ ବୀନା କର୍ମରେ କେବଳ ଭଗବାନଙ୍କର ଭକ୍ତିରେ ଲୀନ ରହେ ତେବେ ସେହି ବ୍ୟକ୍ତିଙ୍କୁ ଫଳ ମିଳିବ କି ନାହିଁ ଆଜି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ସମ୍ପୂର୍ଣ ଭାବରେ । ଏହି କଥାକୁ ବୁଝିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ଲୋକ କଥା ଜଣାଇବାକୁ ଯାଉଛୁ ଆସନ୍ତୁ ଜାଣିବା ।
ଦୁଇ ଜଣ ଭଲ ସାଙ୍ଗ ଥିଲେ । ଜଣେ ବହୁତ ପରିଶ୍ରମୀ ଥିଲା । ଅନ୍ୟ ଜଣଙ୍କ କେବଳ ଭଗବାନଙ୍କ ଭକ୍ତିରେ ସବୁବେଳେ ଲୀନ ରହୁଥିଲା । ରାତି ଦିନ ସବୁବେଳେ । କୌଣସି କାମ ନକରି କେବଳ ଭଗବାନଙ୍କ ଉପରେ ଭରସା ରାଖୀ ବସି ରହୁଥିଲେ । ଦୁଇ ସାଙ୍ଗ ମିଳି ମିଶି ଫସଲ କାମ ଆରମ୍ଭ କଲେ । ପରିଶ୍ରମୀ ଲୋକଟି ସବୁବେଳେ କ୍ଷେତରେ ପରିଶ୍ରମ କରୁଥାଏ ।
କିନ୍ତୁ ଅନ୍ୟ ଜଣଟି ଭଗବାନଙ୍କ ପାଖରେ ବସି ସବୁବେଳେ ଭଲ ଫସଲ ହେଉ ବୋଲି ପ୍ରାଥନା କରେ କୌଣସି କାମ ନକରି । କିଛି ଦିନ ପରେ ଫସଲ ପାଚିଲା । ଭଲ ଫସଲ ମଧ୍ୟ ହୋଇଥିଲା । କଷ୍ଟ କରୁନଥିବା ସଙ୍ଗଟି ଆଶି କହିଲା ଅଧା ଅଧା ବାଣ୍ଟ କରିବା ପାଇଁ । ପରିଶ୍ରମୀ ସାଙ୍ଗଟି କହିଲା ବୀନା ପରିଶ୍ରମରେ ମୁ ତତେ ଅଧା ଦେବୀ ନାହି । ଏହି କଥାକୁ ନେଇ ତାଙ୍କ ମଧ୍ୟରେ ବାଦ ବିବାଦ ଲାଗିରହିଲା ।
ଏହି କଥା ରାଜାଙ୍କ ସାମ୍ନାକୁ ଗଲା । ରାଜା ଦୁଇ ଜଣଙ୍କୁ ଦୁଇଟି ଗହମ ବସ୍ତା ଦେଇ କହିଲେ କାଲି ଯିଏ ସଫା କରି ଆଣିବ ସମ୍ପୂର୍ଣ ଫସଲ ତାକୁ ଦିଆଯିବ । ଏହପାରେ ରାତିସାର କଷ୍ଟ କରି ପରିଶ୍ରମ ସାଙ୍ଗଟି ସମସ୍ତ ଗହମ ସାଫ କରିଲା । ଅନ୍ୟ ଜଣଟି ଭଗବାନଙ୍କ ପାଖରେ ବସି ରହି କହିଲା ହେ ପ୍ରଭୁ ମୋ ଗହମ ସଫା କରିଦିଅନ୍ତୁ । ଉଭୟ ସକାଳୁ ରାଜାଙ୍କ ପାଖକୁ ଗଲେ ।
ରାଜା ଦେଖିଲେ ପରିଶ୍ରମୀ ବ୍ୟକ୍ତିର ଗହମ ସଫା ତେଣୁ ତାକୁ ସମସ୍ତ ଫସଲ ଦିଆଗଲା । ଅନ୍ୟ ଜଣଙ୍କୁ କହିଲେ ଦୁନିଆରେ ଯିଏ କଷ୍ଟ କରେ ତାହାକୁ ହିଁ ଉଚିତ ଫଳ ମିଳେ ସବୁ ଜାଗାରେ । ବସି ରହିଲେ କେବେ ହେଲେ କୌଣସି ଜିନିଷ ଭଗବାନ ନିଜେ ଆଶି କରିନଥାନ୍ତି । ତମେ କରିଥିବା କାମର ଫଳ ବୀନା ଅସୁବିଧାରେ ହିଁ ତମକୁ ଦେଇଥାନ୍ତି ।
ତେଣୁ କର୍ମ ହିଁ ଭଗବାନ । ସବୁବେଳେ ନିଜେ କର୍ମ କରି ଭଗବାନଙ୍କ ଠାରୁ ଫଳର ଆଶା ରଖ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହି କାହାଣୀ ଟି ନିଶ୍ଚୟ ଆପଣଙ୍କ ମନର ଭାବନକୁ ପରିବର୍ତ୍ତନ କରିବ । ଆମର ଏହି ପୋଷ୍ଟଟିକୁ ଶେଷ ଯାଏଁ ପଢିଥିବାରୁ ଧନ୍ୟବାଦ ।