କଣ ପ୍ରେମ ଭାଗ୍ୟ ରେ ଥିଲେ ମିଳିଥାଏ ? Krishna Vani

ବନ୍ଧୁଗଣ ପ୍ରେମ ଏମିତି ଏକ ଶବ୍ଦ ଯାହା ପୁରା ଦୁନିଆରେ ସବୁଠାରୁ ପବିତ୍ର ଅଟେ । ଆଜି ଆମେ କହିବୁ ପ୍ରେମ କଣ ଭାଗ୍ୟରେ ଥିଲେ ମିଳେ କି ? କାରଣ ପ୍ରେମ ଓ ସମ୍ପର୍କ ଭାଗ୍ୟରେ ଥିଲେ ମିଳେ । ପ୍ରେମ ହିଁ ସମ୍ପର୍କରେ ମଧୁରତା ଭରି ଦେଇଥାଏ । ପରିବାରରେ ଏକତା ପ୍ରଦାନ କରିଥାଏ । ଜେଣ ଅଜଣା ବ୍ଯକ୍ତିକୁ ମିତ୍ରତା ଶିଖାଇଥାଏ ପ୍ରେମ । କାରଣ ସବୁଠାରୁ ଶକ୍ତିଶାଳୀ ବନ୍ଧନ ହେଉଛି ଭଲ ପାଇବା ।

ଯଦି ପ୍ରେମ ଥାଏ ତେବେ ମଣିଷ ମନରେ ନୂଆ କିରଣ ଜାଗୃତ କରିଥାଏ । ଭଲ ପାଇବା ହିଁ ମାତା ପିତା ଙ୍କୁ ପିଲାଙ୍କ ସହ ବାନ୍ଧି କି ରଖିଥାଏ । ପ୍ରେମ ଗୋଟେ ବ୍ୟକ୍ତି କୁ ନିଜର ବନ୍ଧୁତା ବଜାୟ ରଖିବାକୁ ଶକ୍ତି ଦେଇଥାଏ । ପ୍ରେମ ହିଁ ପ୍ରେମିକ କୁ ନିଜ ପ୍ରେମିକା କୁ ସ୍ନେହ ଦେଇଥାଏ । ଯଦି ସଚ୍ଚା ପ୍ରେମ ହୁଏ ତେବେ ଜୀବନରେ ଯେତେ ବଡ ବିପଦ ଆସୁ ନା କାହିଁକି ଜୀବନ ସାଥି କେବେ ବି ଛାଡିକି ଯିବେ ନାହି ।

ପ୍ରେମ ଏମିତି ଏକ ଶକ୍ତି ଯାହା ପ୍ରତେକ ବନ୍ଧନ କୁ ଭାଙ୍ଗି ଦେଇପାରେ । କିନ୍ତୁ ନିଜେ କୌଣସି ବନ୍ଧନ ରେ ବାନ୍ଧି ହୁଏ ନାହିଁ । କିନ୍ତୁ କେବେ କେବେ ପ୍ରେମ ରେ ପରସ୍ପର ଠାରୁ ଦୁରତା ଆସିଯାଏ ଓ କଳହ ଦେଖାଯାଏ । ଲୋକେ ପରସ୍ପର ପ୍ରତି ଘୃଣା କରିବା ଆରମ୍ଭ କରି ଦିଅନ୍ତି । ଛୋଟ ଭୁଲ ମଧ୍ୟ ଭାରି ପଡିଯାଏ । ଭୁଲ ତ ପ୍ରତେକ ମଣିଷ କରିଥାନ୍ତି କିନ୍ତୁ ତା ଅର୍ଥ ନୁହେଁ କି ସମ୍ପର୍କ ଭାଙ୍ଗି ଦେବା । ଏ ଦୁନିଆରେ ସବୁ ଲୋକ ସମାନ ନୁହେଁ ।

ସମସ୍ତଙ୍କର ନି ନିଜର ବିଚାର ଅଛି । ନିଜ ନିଜର ଉପାୟ ରହିଥାଏ । କିଛି ଲୋକ ଭୁଲ କରି ବି କ୍ଷମା ମାଗନ୍ତି ନାହିଁ । ଯଦି କାହାକୁ କ୍ଷମା କରିବାକୁ ଚାହୁଁ ଛନ୍ତି ତେବେ ତାଙ୍କୁ ପ୍ରଥମେ ଦୋଷୀ ସାବ୍ୟସ୍ତ କରିବାକୁ ହେବ । ଏବେ ଯାଇ ଆପଣ କାହାକୁ କ୍ଷମା କରି ପାରିବେ । ଯଦି ଆପଣ କାହକୁ ଭଲ ପାଉଛନ୍ତି ଆଉ ସେ କିଛି ଭୁଲ କରିଛନ୍ତି ।

ତେବେ ସେହି କ୍ଷେତ୍ରରେ ଆପଣ ତାହା ଗ୍ରହଣ କରନ୍ତୁ । ସେ ଯେମିତି ଅଛନ୍ତି ତାଙ୍କୁ ସେମିତି ଗ୍ରହଣ କରନ୍ତୁ । ଆପଣ ତାଙ୍କୁ ଗ୍ରହଣ କରିଲେ କ୍ଷମା ର ଆବଶ୍ୟକତା ପଡିବ ନାହିଁ । ଯଦି ଆପଣ ତାଙ୍କୁ ଥରେ ଦୋଷୀ ଭାବି ନେବେ ତେବେ ଆପଣ ଯେତେ ଥର କ୍ଷମା କରିଲେ ବି ଆପଣଙ୍କ ମନରେ ସେହି କଥା ବାହାରିବ ନାହିଁ । ଆପଣ ଭୁଲି ଜାଣନ୍ତୁ ସେ କିଛି ଭୁଲ କରିଛନ୍ତି ବୋଲି । ଆଉ ତାଙ୍କୁ ଥରେ ମୌକା ଦିଅନ୍ତୁ ।

ଯଦି ସେ ଠିକ ହୋଇଥିବେ ନିଶ୍ଚୟ ଆପଣଙ୍କର ହେବେ ଯଦି ନାହିଁ ତେବେ ତାଙ୍କୁ ତାଙ୍କ ଅବସ୍ଥାରେ ଛାଡି ଦିଅନ୍ତୁ । ଭାଗ୍ଯବାନ ହୋଇଥାନ୍ତି ସେହି ଲୋକ ଯାହାଙ୍କୁ ପ୍ରେମ ଓ ପରିବାର କିସ୍ମତରେ ଥିଲେ ମିଳିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *