କଥା କଥାରେ କାନ୍ଦୁଥିବା ସ୍ତ୍ରୀ ମାନେ କିପରି ହୋଇଥାନ୍ତି? Ajira Anuchinta

ନମସ୍କାର ବନ୍ଧୁଗଣ, ପ୍ରତ୍ୟକ ପୁଅ ଭାବନ୍ତି ଝିଅମାନେ କାନ୍ଦି ପୁଅମାନଙ୍କୁ ଦୁର୍ବଳ କରିବା କଥା ଭାବିଥାନ୍ତି । ଏବଂ ତାଙ୍କୁ ନିଜ ଆଙ୍ଗୁଠିରେ ନଚାଇବା ପାଇଁ ଚେଷ୍ଟା କରନ୍ତି । କିନ୍ତୁ କଣ ଆପଣ ଜାଣନ୍ତି କାନ୍ଦୁଥିବା ଝିଅଙ୍କ ସ୍ଵଭାବ କିପରି ହୋଇଥାଏ ? ସେମାନେ ହୃଦୟରୁ ଭିତରୁ କିଭଳି ହୋଇଥାନ୍ତି ?  ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ କି କଥା କଥାରେ କାନ୍ଦୁଥିବା ସ୍ତ୍ରୀ ମାନେ କିପରି ହୋଇଥାନ୍ତି । ଆଉ ଡେରି ନକରି ଆସନ୍ତୁ ଆପଣଙ୍କ ମନରେ ତାଙ୍କ ପ୍ରତି ଥିବା ଭାବନାରେ ପରିବର୍ତ୍ତନ ଆଣିବେ ।

ଯେଉଁ ମହିଳାମାନେ ଛୋଟ ଛୋଟ କଥାରେ କାନ୍ଦିଥାନ୍ତି ସେମାନଙ୍କ ହୃଦୟ ବହୁତ କୋମଳ ହୋଇଥାଏ । ସେମାନେ କାହାର କଷ୍ଟକୁ ନିଜ ଆଖିରେ ଦେଖି ସହ୍ୟ କରିପାରନ୍ତି ନାହିଁ । ନିଜ ଭାବନକୁ ନିଜ ଭିତରେ ନିୟନ୍ତ୍ରଣ କରିପାରନ୍ତି ନାହିଁ । ଏହି ମହିଳା ମାନେ ଯାହାକୁ ଭଲ ପାଇଥାନ୍ତି ନିଜ ହୃଦୟରୁ ସ୍ଵଚ୍ଛ ଭାବରେ ଭଲ ପାଇଥାନ୍ତି । ତାଙ୍କ ବିନା ଗୋଟିଏ ମୂହୁର୍ତ୍ତ ବଞ୍ଚିବା କଷ୍ଟ ସାଧ୍ୟ ହୋଇଯାଇଥାଏ ଏମାନଙ୍କ ପାଇଁ ।

ସବୁ କଥାରେ କାନ୍ଦୁ ଥିବା ଝିଅ ବା ମହିଳା ଅନ୍ୟ ମାନଙ୍କ ମନରେ ଥିବା ଭାବନାକୁ ବହୁତ ଭଲ ଭାବରେ ଜାଣିପାରନ୍ତି । ଏମାନେ ବହୁତ ବୁଦ୍ଧିମାନ ମଧ୍ୟ ଅଟନ୍ତି । ଏପରି ସ୍ତ୍ରୀ ମାନେ ନିଜ ଅଜାଣତରେ ମଧ୍ୟ କାହାରିକୁ ଦୁଃଖ ଦିଅନ୍ତି ନାହିଁ । କାହାର କ୍ଷତି କରିବା କଥା ମରିଗଲେ ବି ନିଜ ମନ ଭିତରକୁ କେବେ ଆଣିବା ପାଇଁ ଦେଇନଥାନ୍ତି ।

କାହାକୁ ବ୍ୟବହାର କରି ଫାଇଦା ଉଠାଇବା ଏମାନଙ୍କୁ ବିଲକୁଲ ମଧ୍ୟ ଜଣାନଥାଏ । ପ୍ରତି କଥାରେ କାନ୍ଦୁ ଥିବା ସ୍ତ୍ରୀ ମାନେ କେବେ ଦୁର୍ବଳ ହୋଇନଥାନ୍ତି ବଂର ବହୁତ ଶକ୍ତ ହୋଇଥାନ୍ତି । କାରଣ ଏମାନଙ୍କ ଉପରେ କେବେ ବି ଏହାର ପ୍ରଭାବ ପଡିନଥାଏ କି ଲୋକମାନେ ଏମାନଙ୍କ କନ୍ଦିବା ଦ୍ଵାରା କଣ ଭାବୁଛନ୍ତି । ଏମାନେ ନିଜ ମନର ଭାବନାକୁ ସମସ୍ତଙ୍କ ଆଗରେ ପ୍ରକାଶ କରିଦେଇଥାନ୍ତି ।

ଅନ୍ୟମାନଙ୍କ ଭଳି ବଦଲା ନେବା ସ୍ଵଭାବ ଏମାନଙ୍କର ହୋଇନଥାଏ । ଯଦି କେହି ଭୁଲ କରେ ତେବେ ତାଙ୍କ ସାମ୍ନାରେ ହିଁ ଏମାନେ ତାହାକୁ ଭୁଲ ବୋଲି କହିଦେଇଥାନ୍ତି । ଏମାନେ କାହା ସହ ଶତ୍ରୁତା ରଖିବା ପାଇଁ ଚାହିଁନଥାନ୍ତି । ତେଣୁ ଯଦି ଆପଣମାନଙ୍କର ଜୀବନ ସାଥି ପ୍ରତ୍ୟକ କଥାରେ କାନ୍ଦୁଛନ୍ତି ତେବେ ତାଙ୍କ ଉପରେ ନ ରାଗି ତାଙ୍କୁ ବୁଝିବା ପାଇଁ ଚେଷ୍ଟା କରନ୍ତୁ ।

ଯଦି ଆପଣଙ୍କ କଥାରେ ଆପଣଙ୍କ ସ୍ତ୍ରୀ କାନ୍ଦି ଦେଉଛନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ । କାରଣ ସେ ଆପଣଙ୍କୁ କେବେ ମଧ୍ୟ ଧୋକା ଦେବେ ନାହିଁ । ତାଙ୍କ ହୃଦୟ ବହୁତ କୋମଳ ଓ ସଚ୍ଚା ଭଲ ପାଇବା ଆପଣଙ୍କ ପ୍ରତି ରହିଛି ବୋଲି ବୁଝିଯିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ  ଲାଗୁଥାଏ ତେବେ ଲାଇକ, ସେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *